Advertisment

ଏ ସ୍ଥାନକୁ ଭାଇ-ଭଉଣୀଙ୍କୁ ଏକାଠି ଯିବା ମନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜାଲୋନ୍‌ ଜିଲ୍ଲାର କାଲପୀ ନାମକ ଏକ ସ୍ଥାନ ଅଛି ଯେଉଁଠିକୁ ଭାଇ-ଭଉଣୀ ସାଙ୍ଗ ହୋଇ ଯାଇପାରିବେ ନାହିଁ। ଏହା ଏକ ତୀର୍ଥ ସ୍ଥାନ। ହେଲେ ଏଠାରେ ଏମିତି ବିଶ୍ୱାସ୍‌ କରିଛି, ଯେଉଁ କାରଣରୁ ଭାଇଭଉଣୀଙ୍କୁ ଏକାଠି ଯିବାକୁ ମନା କରାଯାଇଥାଏ। କାଲପୀରେ ଲଙ୍କା ମିନାର୍‌ ନାମରେ ଏକ ମିନାର୍‌ ରହିଛି। ଏଠାରେ ରାବଣ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ପ୍ରତିମା ରହିଛି। ୨୧୦ ଫୁଟ୍‌ ଉଚ୍ଚ ଏହି ମିନାର୍‌କୁ ମଥୁରା ପ୍ରସାଦ […]

ଅଦ୍ୟତନ ହୋଇଛି
ଏ ସ୍ଥାନକୁ ଭାଇ-ଭଉଣୀଙ୍କୁ ଏକାଠି ଯିବା ମନା

minar

Advertisment

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜାଲୋନ୍‌ ଜିଲ୍ଲାର କାଲପୀ ନାମକ ଏକ ସ୍ଥାନ ଅଛି ଯେଉଁଠିକୁ ଭାଇ-ଭଉଣୀ ସାଙ୍ଗ ହୋଇ ଯାଇପାରିବେ ନାହିଁ। ଏହା ଏକ ତୀର୍ଥ ସ୍ଥାନ। ହେଲେ ଏଠାରେ ଏମିତି ବିଶ୍ୱାସ୍‌ କରିଛି, ଯେଉଁ କାରଣରୁ ଭାଇଭଉଣୀଙ୍କୁ ଏକାଠି ଯିବାକୁ ମନା କରାଯାଇଥାଏ।

Advertisment

କାଲପୀରେ ଲଙ୍କା ମିନାର୍‌ ନାମରେ ଏକ ମିନାର୍‌ ରହିଛି। ଏଠାରେ ରାବଣ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ପ୍ରତିମା ରହିଛି। ୨୧୦ ଫୁଟ୍‌ ଉଚ୍ଚ ଏହି ମିନାର୍‌କୁ ମଥୁରା ପ୍ରସାଦ ନିର୍ମାଣ କରାଇଛନ୍ତି।

୧୮୫୭ ମସିହାରେ ଏହି ମିନାର୍‌ ନିର୍ମାଣ ପାଇଁ ସେ ସମୟରେ ୧ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା।

Advertisment

ମିନାର୍‌ ପରିସରରେ ଏକ ଶିବ ମନ୍ଦିର ରହିଛି। ଏହା ଏପରି ସ୍ଥାନରେ ନିର୍ମାଣ କରାଯାଇଛି ଯେପରି ସବୁବେଳେ ରାବଣ ମହାଦେବଙ୍କ ଦର୍ଶନ କରିପାରିବେ।

minarଏଠାରେ ୧୦୦ ଫୁଟ୍‌ ଉଚ୍ଚ କୁମ୍ଭକର୍ଣ୍ଣ ଏବଂ ୬୫ ଫୁଟ୍‌ ଉଚ୍ଚତା ବିଶିଷ୍ଟ ମେଘନାଦଙ୍କ ପ୍ରତିମା ରହିଛି।

ମିନାର୍‌ ଉପରକୁ ଯିବାକୁ ୭ ଥର ପରିକ୍ରମା କରିବାକୁ ପଡ଼ିଥାଏ। ଏହା ବିବାହ ସମୟରେ ନିଆଯାଉଥିବା ସାତ୍‌ ଫେରା ଭଳି ପବିତ୍ର ବୋଲି ବିଶ୍ୱାସ କରାଯାଏ। ଏହି କାରଣରୁ ଏଠାକୁ ଭାଇଉଭଣୀ ଏକାଠି ଯାଇ ନଥାନ୍ତି।

ସୂଚନାଯୋଗ୍ୟ, ମଥୁରା ପ୍ରସାଦ ସ୍ଥାନୀୟ ରାମ୍‌ଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଥିଲେ। ଦୀର୍ଘ ବର୍ଷ ଧରି ଏହି ଭୂମିକାରେ ଅଭିନୟ କରିବା କାରଣରୁ ସେ ବହୁତ ସମଗ୍ର ଆଞ୍ଚଳରେ ଅତି ଲୋକପ୍ରିୟ ହୋଇଯାଇଥିଲେ। ଏହି କାରଣରୁ ସେ ଲଙ୍କା ମିନାର୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ଫଟୋ ସୌଜନ୍ୟ: ଅମର୍‌ ଉଜ୍ଜାଲା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe