Advertisment

ଟିଟିଲାଗଡ଼: ୬ ବର୍ଷ ପରେ ବି ଶେଷ ହୋଇପାରୁନି ଓଭରବ୍ରିଜ୍ କାମ

ଟିଟିଲାଗଡ଼: ଟିଟିଲାଗଡ଼ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥରେ ୬ ବର୍ଷ ତଳୁ ଆରମ୍ଭ ହୋଇଥିଲା ଏକ ଓଭର ବ୍ରିଜ୍ ନିର୍ମାଣ କାମ। କିନ୍ତୁ ଏଯାବତ ଏହି କାମ ଶେଷ ହୋଇପାରୁ ନାହିଁ। ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ହେବ କି ନାହିଁ ସେ ନେଇ ଦେଖାଦେଇଛି ଅନିଶ୍ଚିତତା।

ଅଦ୍ୟତନ ହୋଇଛି
ଟିଟିଲାଗଡ଼: ୬ ବର୍ଷ ପରେ ବି ଶେଷ ହୋଇପାରୁନି ଓଭରବ୍ରିଜ୍ କାମ

3

Advertisment

ଟିଟିଲାଗଡ଼: ଟିଟିଲାଗଡ଼ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥରେ ୬ ବର୍ଷ ତଳୁ ଆରମ୍ଭ ହୋଇଥିଲା ଏକ ଓଭର ବ୍ରିଜ୍ ନିର୍ମାଣ କାମ। କିନ୍ତୁ ଏଯାବତ ଏହି କାମ ଶେଷ ହୋଇପାରୁ ନାହିଁ। ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ହେବ କି ନାହିଁ ସେ ନେଇ ଦେଖାଦେଇଛି ଅନିଶ୍ଚିତତା।

Advertisment

3

ଟିଟିଲାଗଡ଼ ସହର ମଧ୍ୟ ଦେଇ ଯାଇଛି ରାୟପୁର-ଗୋପାଳପୁର ୫୯ ନମ୍ୱର ଜାତୀୟ ରାଜପଥ। ହେଲେ ଏହି ଜାତୀୟ ରାଜପଥରେ ଗମନାଗମନ ପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଛି ଦକ୍ଷିଣ-ପୂର୍ବ ରେଳପଥ। ଜାତୀୟ ରାଜପଥ ଉପରେ ହିଁ ଅତିକ୍ରମ କରିଛି ଏହି ରେଳ ଲାଇନ୍। ଦକ୍ଷିଣ ପୂର୍ବ ରେଳପଥର ଏହା ହେଉଛି ଏକ ବ୍ୟସ୍ତତମ ଲାଇନ୍। ତେଣୁ ଟ୍ରେନ ଯିବା ଆସିବା ପାଇଁ ବାରମ୍ବାର ଫାଟକ ପଡ଼େ। ଫଳରେ ଜାତୀୟ ରାଜପଥରେ ଯାଉଥିବା ଲୋକଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼େ। ଟିଟିଲାଗଡ଼ ବାସିନ୍ଦା ହିମାଂଶୁ ମହାରଣା କହିଛନ୍ତି ଯେ ସହର ମଧ୍ୟ ଭାଗରେ ରେଳ ଫାଟକ ରହିଛି। ସହରର ୧୫ଟି ୱାର୍ଡ ମଧ୍ୟରୁ ୧୦ଟି ୱାର୍ଡ ଫାଟକର ଗୋଟିଏ ପଟରେ ଓ ୫ଟି ୱାର୍ଡ ଅନ୍ୟ ପାର୍ଶ୍ୱରେ ରହିଛି।  ଫାଟକର ଗୋଟିଏ ପାର୍ଶ୍ୱରେ ଅଗ୍ନିଶମ ବିଭାଗ, କଲେଜ, ଗ୍ରାମ ଉନ୍ନୟନ ସଂସ୍ଥା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଫିସ୍ ରହିଛି। ତେଣୁ ଲୋକଙ୍କୁ ବିଭିନ୍ନ କାମରେ ଫାଟକ ପାର ହେବାକୁ ପଡ଼େ। ବହୁ ସମୟରେ ଟ୍ରେନ୍ ଯାତାୟତ ପାଇଁ ଫାଟକ ବନ୍ଦ ରହୁଥିବା ଯୋଗୁ ଲୋକେ ହଇରାଣ ହୁଅନ୍ତି। ଟ୍ରାଫିକ୍ ଜାମ୍ ହୋଇଯାଏ।

2

ଟିଟିଲାଗଡ଼ ସହରବାସୀଙ୍କ  ବାରମ୍ବାର ଦାବି ପରେ ୧୨କୋଟି ୫୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨୦୦୯ ମାର୍ଚ୍ଚ ୨ ତାରିଖରୁ ଏହି ରାଜପଥ ଉପରେ ଏକ ଓଭର ବ୍ରିଜ୍ କାମ ଆରମ୍ଭ କରାଯାଇଥିଲା। ୧୮ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଥିଲା। କିନ୍ତୁ ୬ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି ଓଭର ବ୍ରିଜର ମାତ୍ର ତିନିଟି ପିଲର୍ କାମ ଶେଷ ହୋଇଛି। ଆଉ ଆଗକୁ ବଢୁନି ଏହାର ନିର୍ମାଣ କାର୍ଯ୍ୟ। କୁମୁଦ ବିହାରୀ ବେଦବାଗ କହିଛନ୍ତି ଯେ ତିନିଟି ପିଲର କାମ କରି ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ଦିଆଯାଇଛି। ଠିକା ସଂସ୍ଥା କାମ ଛାଡ଼ି ପଳାଇ ଯାଇଥିବା ଯୋଗୁ ବ୍ରିଜଟି ଶେଷ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି।

Advertisment

ଗତ କିଛି ମାସ ତଳେ ଏହି ଓଭର ବ୍ରିଜର ନୂତନ ବ୍ୟୟ ଅଟକଳ କରି ଟେଣ୍ଡର କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରି ନାହିଁ। ଏନେଇ ଟିଟିଲାଗଡ଼ର ପିଡବ୍ଲ୍ୟୁଡି ଏସଡିଓ ଆଲୋକ ନାୟକ କହିଛନ୍ତି, ଏହି ପ୍ରକଳ୍ପର ନୂଆ ଡିଜାଇନ୍ ତିଆରି କରାଯାଇଛି। ବ୍ୟୟ ଅଟକଳ ମଧ୍ୟ ବଢ଼ାଇ ଦିଆଯାଇଛି। ନୂଆ ଟେଣ୍ଡର କାମ ଶେଷ ହୋଇଯାଇଛି। ଖୁବ୍ ଶୀଘ୍ର କାମ ଆରମ୍ଭ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe