Advertisment

ଟିଟିଲାଗଡ଼: ଉନ୍ଦେର ନଦୀର ଲିମପଡ଼ା ଘାଟରେ ପୋଲ ନିର୍ମାଣ ହେବ କେବେ?

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ ଦେଇ ପ୍ରବାହିତ ହେଉଛି ଉନ୍ଦେର ନଦୀ। ଏଇ ନଦୀ ଟିଟିଲାଗଡ଼ ପଞ୍ଚାୟତର ୫ଟି ପଞ୍ଚାୟତର ଲୋକଙ୍କ ଗମନାଗମନରେ ସାଜିଛି ବାଧକ। ଏପରିକି ବର୍ଷା ଚାରି ମାସ ଏହି ପଞ୍ଚାୟତବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଆନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଏହି ନଦୀର ଲିମପଡ଼ା ଘାଟରେ ଏକ ପୋଲ ନିର୍ମାଣ ଦିଗରେ ପ୍ରଶାସନ ଅବା ସ୍ଥାନୀୟ ରାଜନେତାମାନେ ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପୋଲ ନିର୍ମାଣ ନହେଲେ […]

ଅଦ୍ୟତନ ହୋଇଛି
ଟିଟିଲାଗଡ଼: ଉନ୍ଦେର ନଦୀର ଲିମପଡ଼ା ଘାଟରେ ପୋଲ ନିର୍ମାଣ ହେବ କେବେ?

titla

Advertisment

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ ଦେଇ ପ୍ରବାହିତ ହେଉଛି ଉନ୍ଦେର ନଦୀ। ଏଇ ନଦୀ ଟିଟିଲାଗଡ଼ ପଞ୍ଚାୟତର ୫ଟି ପଞ୍ଚାୟତର ଲୋକଙ୍କ ଗମନାଗମନରେ ସାଜିଛି ବାଧକ। ଏପରିକି ବର୍ଷା ଚାରି ମାସ ଏହି ପଞ୍ଚାୟତବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଆନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଏହି ନଦୀର ଲିମପଡ଼ା ଘାଟରେ ଏକ ପୋଲ ନିର୍ମାଣ ଦିଗରେ ପ୍ରଶାସନ ଅବା ସ୍ଥାନୀୟ ରାଜନେତାମାନେ ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପୋଲ ନିର୍ମାଣ ନହେଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଏହି ସବୁ ପଞ୍ଚାୟତର ଲୋକେ ଚେତାବନୀ ଦେଇଛନ୍ତି।

Advertisment

titilagarh

ଡଙ୍ଗରପଡ଼ା ଗାଁର ବେଦମତି ଛୁରା କହିଛନ୍ତି, ଲିମପଡ଼ା ଘାଟ ଦେଇ ପ୍ରତିଦିନ ଟିଟିଲାଗଡ଼ ବ୍ଲକର ୫ଟି ପଞ୍ଚାୟତର ଲୋକେ ଯିବା ଆସିବା କରନ୍ତି। କେବଳ ଏହି ୫ଟି ପଞ୍ଚାୟତ ନୁହନ୍ତି, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ଅନ୍ୟ ଗାଁର ଲୋକେ ବି ଏହି ବାଟ ଦେଇ ଯିବା ଆସିବା କରନ୍ତି। ତେବେ ନଦୀ ଉପରେ ପୋଲଟିଏ ନଥିବାରୁ ଲୋକେ ପାଣି ଭିତରେ ପଶି ଯା’ଆସ କରନ୍ତି। ସ୍କୁଲ୍,କଲେଜରେ ପଢୁଥିବା ଛାତ୍ରଛାତ୍ରୀ ବି ପାଣିରେ ପଶି ଯିବାଆସିବା କରନ୍ତି। ଆଗରୁ  ଏହି ଘାଟରେ ଏକ ଦେଶୀ ଡଙ୍ଗା ଥିଲା। ଲୋକେ ସେଥିରେ ନଦୀ ପାର ହେଉଥିଲେ। କିନ୍ତୁ ଏବେ ତାହା ବି ନାହିଁ। ଏଣୁ ଆମେ ସରକାରଙ୍କୁ ଏଠାରେ ପୋଲଟିଏ ନିର୍ମାଣ କରିବାକୁ ଦାବି କରୁଛୁ। ପୋଲଟିଏ ହେଲେ ଲୋକଙ୍କ ଗମନାଗମନରେ ଏହା ସହାୟକ ହେବ। ଯଦି ସରକାର ଆମ କଥା ଶୁଣିବେ ନାହିଁ, ତା’ହେଲେ ଆମେ ଆଉ ଭୋଟ ଦେବୁ ନାହିଁ। ସେମାନେ ଆମ କାମ କରିବେ ନାହିଁ। ଆମେ କାହିଁକି ଭୋଟ୍ ଦେବୁ। ତେଣୁ ଆଗାମୀ ଦିନରେ ଆମେ ଆଉ ଭୋଟ୍ ଦେବୁ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ଜନସାଧାରଣ।

titilagarh1

ସେହିଭଳି ଲିମପଡ଼ା ଗାଁର ଦୁର୍ଭିକ୍ଷ ରଣା କହିଛନ୍ତି ଯେ ଶୀତ ଓ ଖରା ଦିନେ ନଦୀରେ କମ୍ ପାଣି ରହେ। ତେଣୁ ଲୋକେ ଯେମିତି ସେମିତି ହେଲେ ନଦୀ ପାର ହୋଇଯାଆନ୍ତି। କିନ୍ତୁ ବର୍ଷା ଦିନେ ନଦୀ ପାର ହେବା କଷ୍ଟକର ହୋଇପଡ଼େ। ଏହି ସମୟରେ ନଦୀରେ ଅଧିକ ପାଣି ପ୍ରବାହିତ ହୁଏ। ବର୍ଷା ଚାରି ମାସ ସେମାନେ ବାହ୍ୟ ଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଆନ୍ତି। ବେଳେ ବେଳେ ପାଣିରେ ପଶି ନଦୀ ପାର ହେବା ବେଳେ ଛୋଟମୋଟ ଦୁର୍ଘଟଣା ମଧ୍ୟ ଘଟୁଛି। ଦୁଇ ତିନି ଜଣ ସ୍କୁଲ୍ ପିଲା ପଡ଼ି ଆହତ ମଧ୍ୟ ହୋଇଛନ୍ତି। ରୋଗୀ ଏବଂ ଗର୍ଭବତୀଙ୍କୁ ନଦୀ ପାର କରାଇ ଟିଟିଲାଗଡ଼ ତଥା ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ବଡ଼ କଷ୍ଟକର ହୋଇପଡ଼େ। ତେଣୁ ସରକାର ଏଠାରେ ପୋଲଟିଏ ନିର୍ମାଣ କରିବାକୁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।

Advertisment

titilagarh

ଲିମପଡା ଠାରେ ଏକ ପୋଲ ନିର୍ମାଣ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭/୮ ବର୍ଷ ହେଲାଣି ଦାବି ଓ ଆନ୍ଦୋଳନ ହୋଇ ଆସୁଛି। କିନ୍ତୁ କିଛି ଲାଭ ହୋଇନି। ଗତ ଅଗଷ୍ଟ ୨୮ ତାରିଖରେ ମଧ୍ୟ ଲୋକେ ଖୋଲାନ ଗାଁ ନିକଟରେ ରାସ୍ତା ଅବରୋଧ କରିଥିଲେ। ତା’ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଖୋଲାନର ନରେଶ ଅଗ୍ରୱାଲ କହିଛନ୍ତି ଯେ ଉନ୍ଦେର ନଦୀ ଉପରେ ଲିମପଡ଼ା ଘାଟରେ ଏକ ପୋଲ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି କରାଯାଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଛି। କିନ୍ତୁ କିଛି ସୁଫଳ ମିଳିନି। ଏଭଳି ଚାଲିଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ।

ଅନ୍ୟପକ୍ଷରେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ କୈଳାସ ସାହୁ କହିଛନ୍ତି ଯେ ସେ ଏ ସମସ୍ୟା ସଂପର୍କରେ ଅବଗତ ଅଛନ୍ତି। ସେ ଏନେଇ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ସେଠାରେ ନିହାତି ପୋଲଟିଏ ଦରକାର ହେଉଛି। ଏ ଦିଗରେ ନିଶ୍ଚିତ ପଦକ୍ଷେପ ନିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe