Advertisment

ଆଜି ଇଞ୍ଜିନିୟର୍ସ ଡେ: ଜାଣନ୍ତୁ କାହାକୁ ସମର୍ପିତ ଏହି ଦିନ

ନୂଆଦିଲ୍ଲୀ: ଆଜି ହେଉଛି ‘ଯନ୍ତ୍ରୀ ଦିବସ’ ବା ‘ଇଞ୍ଜିନିୟର୍ସ ଡେ’। ପ୍ରତିବର୍ଷ ସେପ୍ଟେମ୍ବର ୧୫ ତାରିଖ ଦିନ ଦେଶର ମହାନ ଇଞ୍ଜିନିୟର ଭାରତ ରତ୍ନ ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରେୟାଙ୍କ ପାଇଁ ସମ୍ପର୍ପିତ। ମୋକ୍ଷଗୁଣ୍ଡମ୍‌ କେବଳ ଜଣେ ଇଞ୍ଜିନିୟର ନଥିଲେ, ଜଣେ ଅର୍ଥଶାସ୍ତ୍ରୀ, କ୍ରୀଡ଼ାବିତ ଓ ରାଷ୍ଟ୍ର ନିର୍ମାତା ଥିଲେ। ଦେଶ ପାଇଁ ଥିବା ତାଙ୍କର ଅବଦାନକୁ ଚିରସ୍ମରଣୀୟ କରିବା ପାଇଁ ଇଞ୍ଜିନିୟର୍ସ ଡେ ପାଳନ କରାଯାଏ। ୧୮୬୧ ମସିହା ସେପ୍ଟେମ୍ବର ୧୫ ତାରିଖରେ କର୍ଣ୍ଣାଟକର ମୁଡ୍ଡିନାହଲ୍ଲିରେ ଜନ୍ମଗ୍ରହଣ କରିଥିଲେ […]

ଅଦ୍ୟତନ ହୋଇଛି
ଆଜି ଇଞ୍ଜିନିୟର୍ସ ଡେ: ଜାଣନ୍ତୁ କାହାକୁ ସମର୍ପିତ ଏହି ଦିନ

470

Advertisment

ନୂଆଦିଲ୍ଲୀ: ଆଜି ହେଉଛି ‘ଯନ୍ତ୍ରୀ ଦିବସ’ ବା ‘ଇଞ୍ଜିନିୟର୍ସ ଡେ’। ପ୍ରତିବର୍ଷ ସେପ୍ଟେମ୍ବର ୧୫ ତାରିଖ ଦିନ ଦେଶର ମହାନ ଇଞ୍ଜିନିୟର ଭାରତ ରତ୍ନ ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରେୟାଙ୍କ ପାଇଁ ସମ୍ପର୍ପିତ। ମୋକ୍ଷଗୁଣ୍ଡମ୍‌ କେବଳ ଜଣେ ଇଞ୍ଜିନିୟର ନଥିଲେ, ଜଣେ ଅର୍ଥଶାସ୍ତ୍ରୀ, କ୍ରୀଡ଼ାବିତ ଓ ରାଷ୍ଟ୍ର ନିର୍ମାତା ଥିଲେ। ଦେଶ ପାଇଁ ଥିବା ତାଙ୍କର ଅବଦାନକୁ ଚିରସ୍ମରଣୀୟ କରିବା ପାଇଁ ଇଞ୍ଜିନିୟର୍ସ ଡେ ପାଳନ କରାଯାଏ।

Advertisment

୧୮୬୧ ମସିହା ସେପ୍ଟେମ୍ବର ୧୫ ତାରିଖରେ କର୍ଣ୍ଣାଟକର ମୁଡ୍ଡିନାହଲ୍ଲିରେ ଜନ୍ମଗ୍ରହଣ କରିଥିଲେ ବିଶ୍ୱେଶ୍ୱରାୟା। ବାପାଙ୍କ ନାଁ ଥିଲା ଶ୍ରୀନିବାସ ଶାସ୍ତ୍ରୀ ଏବଂ ମାଆଙ୍କ ନାଁ ଥିଲା ୱେକାଚମ୍ମା। ପ୍ରାଥମିକ ଶିକ୍ଷା ଗାଁରେ ସାରିବା ପରେ ସେ ୧୮୮୧ ମସିହାରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ଏବଂ ପରେ କଲେଜ୍‌ ଅଫ ସାଇନ୍ସ(କଲେଜ ଅଫ ଇଞ୍ଜିନିୟରିଂ) ପୁଣେରୁ ସିଭିଲ୍‌ ଇଞ୍ଜିନିୟରିଂ ପଢିଲେ।

publive-imageଏହାପରେ ୧୮୮୩ରେ ପୁଣେ ଇଞ୍ଜିନିୟରିଂ କଲେଜରୁ ଇଞ୍ଜିନିୟର ଭାବେ ଡିଗ୍ରୀ ହାସଲ କରିବା ପରେ ଦେଶର ଦ୍ରୁତ ପ୍ରଗତି ପାଇଁ ନିଜକୁ ଉତ୍ସର୍ଗ କରିଥିଲେ।  ମହୀଶୂରର କୃଷ୍ଣରାଜା ବନ୍ଧ ନିର୍ମାଣ କରି ଚର୍ଚ୍ଚିତ ହୋଇଥିଲେ ବିଶ୍ୱେଶ୍ୱରାୟା । ପରବର୍ତ୍ତି ସମୟରେ ହାଇଦ୍ରାବାଦ୍‌ ସହରକୁ ବନ୍ୟା ଦାଉରୁ ରକ୍ଷା କରିବାକୁ ସ୍ୱତନ୍ତ୍ର ବନ୍ଧ ନିର୍ମାଣ ପାଇଁ ଅଣ୍ଟା ଭିଡିଥିଲେ ସେ। ଯେଉଁଥିରେ ସଫଳ ହେବା ପରେ ୧୯୫୫ରେ ଭାରତ ସରାକାରଙ୍କ ପକ୍ଷରୁ ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

Advertisment

ତେବେ ସେ ଖାଲି ବୃତ୍ତିରେ ନୁହେଁ, ହୃଦୟରୁ ସେ ଜଣେ ଭଲ ଇଞ୍ଜିନିୟର ଥିଲେ ବୋଲି ମଧ୍ୟ କୁହାଯାଏ।

ଏକଦା ଏକ ବ୍ୟସ୍ତ ବହୁଳ ଟ୍ରେନରେ ଅଧିକାଂଶ ବିଦେଶୀ ଯାତ୍ରୀଙ୍କ ସହ ଯାତ୍ରା କରୁଥିଲେ ବିଶ୍ୱେଶ୍ୱରାୟା। ହଠାତ୍‌ ମଝି ରାସ୍ତାରେ ସେ ଟ୍ରେନ୍‌ର ଚେନ୍‌ ପୁଲିଂ କରିଦେଲେ। ଯେଉଁଥି ପାଇଁ ଟ୍ରେନରେ ବସିଥିବା ଇଂରେଜ ବ୍ୟକ୍ତିମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଭାରତୀୟତାକୁ ନେଇ କୁତ୍ସା ରଟନା କରିଥିଲେ। ହେଲେ କିଛି ସମୟ ପରେ ଜଣାପଡିଥିଲା ଯେଉଁ ଧାରଣାରେ ଟ୍ରେନ ଯାଉଥିଲା ସେହି ଧାରଣାରେ ଏକ ବଡ଼ ଫାଟ ରହିଥିଲା। ଏଣୁ ଏହିଠାରେ ଚେନ୍‌ ପୁଲିଂ ନ ହୋଇଥିଲେ ଟ୍ରେନ ଓଲଟି ପଡ଼ିଥାନ୍ତା ଓ ଶହଶହ ଲୋକଙ୍କ ପ୍ରାଣହାନୀ ଘଟିଥାନ୍ତି।

publive-imageଚଳନ୍ତା ଟ୍ରେନର ଗତି ପରିବର୍ତ୍ତନ ହେଉଥିବା ଅନୁଭବ କରିବା ପରେ ବିଶ୍ୱେଶ୍ୱରାୟା ଚେନ୍‌ ପୁଲିଂ କରିଥିବା ଜାଣିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ। ହେଲେ କେହି ଜାଣି ନ ଥିଲେ ସେ ହେଉଛନ୍ତି ଭାରତର ପ୍ରଖ୍ୟାତ ଇଞ୍ଜିଂନିୟର ବୋଲି। ଟ୍ରେନରୁ ଓହ୍ଲାଉଥିବା ବେଳେ ତାଙ୍କ ଅସଲ ପରିଚୟ ଜାଣି ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

୧୨ ଏପ୍ରିଲ୍‌ ୧୯୬୨ରେ ଏହି ମହାନ୍‌ ବ୍ୟକ୍ତିଙ୍କର ପରଲୋକ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe