Advertisment

ବିଶ୍ୱ ପର୍ଯ୍ୟଟନର ଟପ୍‌ରେ କାମ୍ବୋଡିଆର ହିନ୍ଦୁ ମନ୍ଦିର: ତାଜମହଲ ଓ ଦି ୱାଲ ଅଫ ଚାଇନାକୁ ପକାଇଲା ପଛରେ

ଭାରତର ‘ତାଜମହଲ’ ଓ ଚୀନର ‘ଦି ଗ୍ରେଟ୍‌ ୱାଲ’କୁ ପଛରେ ପକାଇ ଦେଇଛି କମ୍ବୋଡିଆର ୧୨ଶହ ଶତାବ୍ଦୀର ଏକ ହିନ୍ଦୁ ମନ୍ଦିର। ଏହି ମନ୍ଦିରକୁ ମିଳିଛି ସବୁଠାରୁ ଅଧିକ ପର୍ଯ୍ୟଟକଙ୍କ ରେଟିଂ। ଆମେରିକାର ଟ୍ରାଭେଲ ୱେବସାଇଟ୍‌ କମ୍ପାନୀ ଟ୍ରିପେଡୱାଇଜର ପକ୍ଷରୁ ପର୍ଯ୍ୟଟକଙ୍କ ରେଟିଂକୁ ନେଇ ୨୦୧୭ର ତାଲିକା ପ୍ରକାଶ କରାଯାଇଛି। ଏଥିରେ ପ୍ରଥମ ସ୍ଥାନରେ ଏହି ହିନ୍ଦୁ ମନ୍ଦିର ରହିଛି। ମଜାଦାର କଥା ହେଲା ପ୍ରଥମ ୫ଟି ସ୍ଥାନରେ ୪ଟି ଧାର୍ମିକ ସ୍ଥଳ ସ୍ଥାନ ପାଇଛି। ତାଲିକାର […]

ଅଦ୍ୟତନ ହୋଇଛି
ବିଶ୍ୱ ପର୍ଯ୍ୟଟନର ଟପ୍‌ରେ କାମ୍ବୋଡିଆର ହିନ୍ଦୁ ମନ୍ଦିର: ତାଜମହଲ ଓ ଦି ୱାଲ ଅଫ ଚାଇନାକୁ ପକାଇଲା ପଛରେ

angkorwat

Advertisment

ଭାରତର ‘ତାଜମହଲ’ ଓ ଚୀନର ‘ଦି ଗ୍ରେଟ୍‌ ୱାଲ’କୁ ପଛରେ ପକାଇ ଦେଇଛି କମ୍ବୋଡିଆର ୧୨ଶହ ଶତାବ୍ଦୀର ଏକ ହିନ୍ଦୁ ମନ୍ଦିର। ଏହି ମନ୍ଦିରକୁ ମିଳିଛି ସବୁଠାରୁ ଅଧିକ ପର୍ଯ୍ୟଟକଙ୍କ ରେଟିଂ। ଆମେରିକାର ଟ୍ରାଭେଲ ୱେବସାଇଟ୍‌ କମ୍ପାନୀ ଟ୍ରିପେଡୱାଇଜର ପକ୍ଷରୁ ପର୍ଯ୍ୟଟକଙ୍କ ରେଟିଂକୁ ନେଇ ୨୦୧୭ର ତାଲିକା ପ୍ରକାଶ କରାଯାଇଛି। ଏଥିରେ ପ୍ରଥମ ସ୍ଥାନରେ ଏହି ହିନ୍ଦୁ ମନ୍ଦିର ରହିଛି। ମଜାଦାର କଥା ହେଲା ପ୍ରଥମ ୫ଟି ସ୍ଥାନରେ ୪ଟି ଧାର୍ମିକ ସ୍ଥଳ ସ୍ଥାନ ପାଇଛି।

Advertisment

ତାଲିକାର ଦ୍ୱିତୀୟ ସ୍ଥାନରେ ଆବୁଧାବିର ଶେଖ ଜାଏଦ ମସଜିଦ ରହିଛି। ୨୦୦୭ରେ ନିର୍ମିତ ଏହି ମସଜିଦରେ ୮୨ଟି ଗମ୍ଭୁଜ ଓ ୧୦୦୦ରୁ ଅଧିକ ଖମ୍ବା ରହିଛି। ଏଠାରେ ଏକାଥରରେ ୪୦,୦୦୦ ଲୋକ ନମାଜ ପାଠ କରି ପାରିବେ।

ତାଲିକାର ତୃତୀୟ ସ୍ଥାନରେ ମଧ୍ୟ ଏକ ଧାର୍ମୀକ ସ୍ଥଳ ରହିଛି। ସ୍ପେନ୍‌ର ପ୍ରାଚୀନ କୋଡ୍ରୋବାର ମେଜକ୍ୱଟା ଡି କୋଡ୍ରୋବାକୁ ମିଳିଛି ଏହି ସ୍ଥାନ। ୟୁନେସ୍କୋ ପକ୍ଷରୁ ୧୯୮୪ରେ ଏହାକୁ ବିଶ୍ୱ ଧରୋହର ଘୋଷଣା କରାଯାଇଥିଲା।

Advertisment

ସେହିପରି ଚତୁର୍ଥ ସ୍ଥାନରେ ବାଟିକନ ସିଟିର ସେଣ୍ଟ ପିଟର୍ସ ବେସିଲିକା ଓ ୫ମ ସ୍ଥାନରେ ଭାରତର ତାଜମହଲ ରହିଛି।

ଚୀନା ‘ଦ ଗ୍ରେଟ୍‌ ୱାଲ’କୁ ୭ମ ସ୍ଥାନ ମିଳିଥିବା ବେଳେ ପ୍ୟାରିସର ଏଫଇଲ୍‌ ଟାୱାର ୧୩ତମ ଓ ଲଣ୍ଡନର ବିଗ ବେନ ୧୭ ତମ ସ୍ଥାନରେ ରହିଛନ୍ତି।

ଆମେରିକାର ଟ୍ରିପେଡୱାଇଜର ୱେବସାଇଟ ଜରିଆରେ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ଏହି ସମୟରେ ପର୍ଯ୍ୟଟକମାନେ ସେମାନେ ଯାଇଥିବା ସ୍ଥାନକୁ ରେଟିଂ ଦେଇଥାନ୍ତି। କମ୍ପାନୀ ଏହି ରେଟିଂ ଆଧାରରେ ବାର୍ଷିକ ଟ୍ରାଭେଲର ଚଏସ୍‌ ଆୱାର୍ଡ ଘୋଷଣା କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe