Advertisment

ମାଟି ତଳେ ସହର: ଆଖି ଖୋସି ହେବା ପରି ଆଡମ୍ବର

ସିଡନୀ: ନୂଆ ନୂଆ ସହର ବୁଲିବାକୁ ସମସ୍ତେ ଭଲ ପାଇଥାନ୍ତି। ବିଶେଷ କରି ବିଦେଶ ବୁଲିବାକୁ ସମସ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି। କେବେ ଭାବିଛନ୍ତି ମାଟି ତଳେ ଥିବା ସହର ବୁଲିବାକୁ ଯିବାକୁ। ଯଦି ଏମିତି ସହର ଥିବ, ତେବେ ଆପଣଙ୍କୁ ସୁଯୋଗ ମିଳିଲେ ବୁଲିବାକୁ ଯିବେ କି ? ଯଦି ସୁଯୋଗ ପାଉଛନ୍ତି, ହାତ ଛଡା କରନ୍ତୁ ନାହିଁ। ଆମେ ଏମିତି ଏକ ସହର ବିଷୟରେ କହିବାକୁ ଯାଉଛୁ, ଯେଉଁଠିକୁ ଗଲେ ଆପଣଙ୍କ ଆଖି ଖୋସି […]

author-image
Rakesh Mallick
ଅଦ୍ୟତନ ହୋଇଛି
ମାଟି ତଳେ ସହର: ଆଖି ଖୋସି ହେବା ପରି ଆଡମ୍ବର

ସିଡନୀ: ନୂଆ ନୂଆ ସହର ବୁଲିବାକୁ ସମସ୍ତେ ଭଲ ପାଇଥାନ୍ତି। ବିଶେଷ କରି ବିଦେଶ ବୁଲିବାକୁ ସମସ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି। କେବେ ଭାବିଛନ୍ତି ମାଟି ତଳେ ଥିବା ସହର ବୁଲିବାକୁ ଯିବାକୁ। ଯଦି ଏମିତି ସହର ଥିବ, ତେବେ ଆପଣଙ୍କୁ ସୁଯୋଗ ମିଳିଲେ ବୁଲିବାକୁ ଯିବେ କି ? ଯଦି ସୁଯୋଗ ପାଉଛନ୍ତି, ହାତ ଛଡା କରନ୍ତୁ ନାହିଁ। ଆମେ ଏମିତି ଏକ ସହର ବିଷୟରେ କହିବାକୁ ଯାଉଛୁ, ଯେଉଁଠିକୁ ଗଲେ ଆପଣଙ୍କ ଆଖି ଖୋସି ହୋଇଯିବ। ଆସନ୍ତୁ ଜାଣିବା ଅଷ୍ଟ୍ରେଲିଆରେ ମାଟି ତଳେ ଥିବା ଏହି ସହର ସମ୍ପର୍କରେ।

Advertisment

underground-townଅଷ୍ଟ୍ରେଲିଆରେ ମାଟିତଳେ ରହିଛି କୁବର ପେଡି ଟାଉନ। ଏଡିଲେଡଠାରୁ ୮୦୦ କିମି ଦୂରରେ ଥିବା ଏହି ସହରଟି ଦେଖିବାକୁ ବହୁତ ସୁନ୍ଦର। ଆଖପାଖରେ ମରୁଭୂମି ଥିବାରୁ ଲୋକେ ମାଟି ତଳେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଧିରେ ଧିରେ ଏହା ସହରରେ ପରିଣତ ହୋଇଯାଇଥିଲା।

underground-town୧୯୧୫ରେ କ୍ଷୀର ରଙ୍ଗର ପଥର ଏହି ଅଞ୍ଚଳରେ ବହୁ ମାତ୍ରାରେ ମିଳିବା ପରେ ଏହା ଚର୍ଚ୍ଚାକୁ ଆସିଥିଲା। ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ୱରେ ଏପରି ପଥରରୁ ୯୫ ପ୍ରତିଶତ ଏହି ଅଞ୍ଚଳରୁ ମିଳିଥାଏ। ଏପରିସ୍ଥିତିରେ ଏଠାରେ ବହୁତ ଗୁଡିଏ ମାଇନ୍ସ ଗଢି ଉଠିଥିଲା ଓ ଲୋକେ ରହିବାକୁ ଲାଗିଲେ। ଗ୍ରୀଷ୍ମ ଋତୁରେ ଏଠାରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଚାଲିଯାଇଥାଏ। ଫଳରେ ସ୍ଥାନୀୟ ଲୋକେ ମାଟି ତଳେ ଘର କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ପ୍ରାୟ ୪୦୦୦ ଲୋକ ମାଟି ତଳେ ଘର କରି ରହୁଛନ୍ତି।

Advertisment

underground-townଏଠାରେ ମାଟି ତଳେ ଆପଣଙ୍କୁ ହୋଟେଲ, ରେଷ୍ଟୁରାଣ୍ଟ, କସିନୋ ସହ ଖେଳିବାର ସମସ୍ତ ପ୍ରକାର ସୁବିଧା ରହିଛି। ଏଠାରେ ଏକ ମ୍ୟୁଜିୟମ ମଧ୍ୟ ରହିଛି, ଯାହା ଲୋକଙ୍କୁ ବହୁତ ଆକର୍ଷିତ କରିଥାଏ।