Advertisment

ଅନ୍ତର୍ଯ୍ୟାମୀ ସାରଙ୍କ ଅମ୍ଳଜାନ ଭଣ୍ଡାର; ଲଗାଇଲେଣି ୪୦ ହଜାର ଗଛ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଷଷ୍ଠ ଶ୍ରେଣୀରେ ବଢ଼ୁଥିବା ବେଳେ ପରିବେଶ ପ୍ରେମରେ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷକତା କଲେ। କ୍ଲାସ୍‌ ରୁମ୍‌ର ଚାରି କାନ୍ଥ ଭିତରେ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଲାଗି ପଡ଼ିଲେ। ଆଉ ପିଲାମାନଙ୍କୁ ପାଠ ପଢ଼ାଉଥିବା ବେଳେ ନିଜର ପିଲାଦିନର ସ୍ମୃତିକୁ ମନେ ପକାଇ ପରିବେଶ ପ୍ରେମରେ ପଡ଼ିଗଲେ। ସେହିଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଅନ୍ତର୍ଯ୍ୟାମୀ ସାର୍‌। ମାଟି କାଦୁଅ ଭିତରେ ନିଜକୁ ହଜାଇ ଦେଲେ। ପରିବେଶ ଗଢ଼ିବା ପାଇଁ ଲଗାଇଲେ […]

ଅଦ୍ୟତନ ହୋଇଛି
ଅନ୍ତର୍ଯ୍ୟାମୀ ସାରଙ୍କ ଅମ୍ଳଜାନ ଭଣ୍ଡାର; ଲଗାଇଲେଣି ୪୦ ହଜାର ଗଛ

Tree Sir

Advertisment

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଷଷ୍ଠ ଶ୍ରେଣୀରେ ବଢ଼ୁଥିବା ବେଳେ ପରିବେଶ ପ୍ରେମରେ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷକତା କଲେ। କ୍ଲାସ୍‌ ରୁମ୍‌ର ଚାରି କାନ୍ଥ ଭିତରେ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଲାଗି ପଡ଼ିଲେ। ଆଉ ପିଲାମାନଙ୍କୁ ପାଠ ପଢ଼ାଉଥିବା ବେଳେ ନିଜର ପିଲାଦିନର ସ୍ମୃତିକୁ ମନେ ପକାଇ ପରିବେଶ ପ୍ରେମରେ ପଡ଼ିଗଲେ। ସେହିଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଅନ୍ତର୍ଯ୍ୟାମୀ ସାର୍‌। ମାଟି କାଦୁଅ ଭିତରେ ନିଜକୁ ହଜାଇ ଦେଲେ। ପରିବେଶ ଗଢ଼ିବା ପାଇଁ ଲଗାଇଲେ ଗଛ। ଗୋଟିଏ ହାତରେ ପିଲାମାନଙ୍କୁ ଦେଲେ ପରିବେଶ ସମ୍ପର୍କରେ ଗୁରୁଜ୍ଞାନ ଓ ଅନ୍ୟ ହାତରେ ତିଆରି କଲେ ସବୁଜିବା ଜଙ୍ଗଲ। ଜୀବନ କାଳ ଭିତରେ ସେ ୪୦,୦୦୦ରୁ ଅଧିକ ଗଛ ଲଗାଇ ପାଲଟି ଗଲେଣି ଗଛ ସାର୍‌। ଏଥିପାଇଁ ସେ ବହୁ ଅନୁଷ୍ଠାନଠାରୁ ପୁରସ୍କୃତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି।

Advertisment

[caption id="attachment_662778" align="aligncenter" width="650"]Tree Sirଚାରା ରୋପଣ କରିବାକୁ ଯାଉଛନ୍ତି ଅନ୍ତର୍ଯ୍ୟାମୀ ସାର୍‌[/caption]

ଗଛ ସାର୍‌ ଅନ୍ତର୍ଯ୍ୟାମୀ ସାହୁଙ୍କ ଜୀବନ ଆରମ୍ଭ ହୋଇଥିଲା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋର ଗାଁରୁ। ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ପରିବେଶ ପ୍ରେମ୍‌ରେ ପଡ଼ି ଯାଇଥିଲେ। ମାତ୍ର ପରିବେଶ ଓ ପରିସ୍ଥିତି ତାଙ୍କୁ ପାଠଠାରୁ ଦୂରେଇ ଦେଇନଥିଲା। ଭଲ ପାଠ ପଢ଼ୁଥିବାରୁ ସେ ଜଣେ ଭଲ ଶିକ୍ଷକ ହୋଇପାରିଥିଲେ। ତାଙ୍କର ଶିକ୍ଷକତା ଜୀବନ ବୌଦ୍ଧ ଓ ଯାଜପୁର ପରି ଜିଲ୍ଲାରେ କଟିଛି। ପିଲାମାନଙ୍କୁ ସେ ପାଠ ପଢ଼ାଇବା ସହିତ ଗଛ ଲଗାଉ ଥିଲେ।

Advertisment

[caption id="attachment_662779" align="aligncenter" width="650"]Tree Sirଗଛ ସାରଙ୍କ ସାଧନା ପୀଠ[/caption]

ଚାକିରିରୁ ଅବସର ପରେ ଅନ୍ତର୍ଯ୍ୟାମୀଙ୍କ ଏହି ନିଶା ଆହୁରି ବଢ଼ି ଯାଇଥିଲା। ନିଜେ ହୃଦରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ ଗଛ ନିଶାଠାରୁ କେବେ ଦୂରେଇ ଯାଇନଥିଲେ। ଅନବରତ ପରିବେଶ ସୁରକ୍ଷାରେ ଲାଗି ପଡ଼ିଲେ। ତାଙ୍କ ଘରକୁ ଦେଖିଲେ ଯେ କେହିଁ ବି କହି ଦେବେ ଏହା ହେଉଛି ଗଛ ସାରଙ୍କ ଘର ବୋଲି। ନିଜ ଘରେ ବିଭିନ୍ନ ପଶୁପକ୍ଷୀଙ୍କ ପାଇଁ ବଷା କରିଛନ୍ତି। ନିଜ ବାରିରେ ପଶୁପକ୍ଷୀଙ୍କୁ ଖାଇବାକୁ ଦେବା ସହ ସଚେତନ ଧର୍ମୀ ପୋଷ୍ଟର ବ୍ୟାନର କରୁଛନ୍ତି। ନିଜେ ରଙ୍ଗ ତୁଳି ବ୍ୟବହାର କରି ପୋଷ୍ଟର ତିଆରି କରୁଛନ୍ତି। ଖାଲି ସେ ନୁହନ୍ତି ଘରର ପ୍ରତିଟି ସଦସ୍ୟ ଅନ୍ତର୍ଯ୍ୟାମୀ ସାରଙ୍କ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି।

[caption id="attachment_662781" align="aligncenter" width="650"]Tree Sirପରିବେଶ ସମ୍ପର୍କରେ ସଚେତନ ସମ୍ପର୍କରେ ପୋଷ୍ଟର ତିଆରି କରୁଛନ୍ତି ଅନ୍ତର୍ଯ୍ୟାମୀ ସାର୍‌[/caption]

ଅନ୍ତର୍ଯ୍ୟାମୀ ସାର୍‌ ଏବେ ସ୍କୁଲକୁ ସ୍କୁଲ ବୁଲି ପିଲାମାନଙ୍କୁ ଗଛର ବିଷୟରେ ବୁଝାଇଛନ୍ତି। ବିଲୁପ୍ତ ହେଇଯାଉଥିବା ଅନେକ ଗଛର ମଞ୍ଜି ସଂଗ୍ରହ କରି ରଖିଛନ୍ତି। କଣ୍ଟିଲୋ ଅଞ୍ଚଳରେ ବିଲୁପ୍ତ ପ୍ରାୟ ଶହ ଶହ ସଂଖ୍ୟାରେ ତାଳ, ଆମ୍ବ, ଖଜୁରୀ, ବର ଆଦି ଗଛ ଲଗାଇଛନ୍ତି। ଭାପୁର ବ୍ଲକ ଧାନଚାଙ୍ଗଡ଼ା ପଞ୍ଚାୟତ କାଳିଆପଲ୍ଲୀରେ ବିଶ୍ୱାବସୁ ଉଦ୍ୟାନ ଓ ଲଳିତା ଦେବୀ ଉଦ୍ୟାନ ସେ ପ୍ରତିଷ୍ଠା କରିଛନ୍ତି। ନିଜର ଜୀବନ କାଳ ମଧ୍ୟରେ ୪୦,୦୦୦ ଗଛ ଲଗାଇବା ସହ ତା’ର ଆବଶ୍ୟକୀୟ ଯତ୍ନ ନେଉଛନ୍ତି ଗଛ ସାର। ୭୨ ବର୍ଷରେ ବି ସେ ଥକି ପଡ଼ିନାହାନ୍ତି। ଅନବରତ ଗଛ ଲଗାଇବାରେ ଲାଗି ପଡ଼ିଛନ୍ତି।

ଅନ୍ତର୍ଯ୍ୟାମୀ ସାର୍‌ କେବଳ ଚାରା ରୋପଣ କରୁଛନ୍ତି, ତାହା ନୁହେଁ ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ କାମ କରୁଛନ୍ତି। ଏଥିପାଇଁ ସେ ସ୍ଥାନୀୟ ଅଞ୍ଚଳର ଆଗ୍ରହୀ ବ୍ୟକ୍ତିଙ୍କୁ ନେଇ ‘ଚେତନା’ ଅନୁଷ୍ଠାନ ଗଢ଼ିଛନ୍ତି। ୧୯୯୦ ମସିହାରେ ବନ ବନ୍ଧୁ ପୁରସ୍କାର, ୧୯୯୫ରେ ପ୍ରକୃତି ବନ୍ଧୁ, ୨୦୧୩ରେ ପ୍ରକୃତି ବନ୍ଧୁ, ୨୦୧୬ରେ ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ସଂରକ୍ଷଣ ପୁରସ୍କାର ପାଇଛନ୍ତି। ବନ ବିଭାଗ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ କରାଯାଉଛି। କିନ୍ତୁ ଯେଉଁ ଗଛର ଫଳ ଖାଇ ପକ୍ଷୀମାନେ ବଞ୍ଚିବେ ସେଭଳି ବୃକ୍ଷରୋପଣ କରାଯାଉନଥିବାରୁ ଗଛ ସାର କ୍ଷୋଭ ପ୍ରକାଶ କରିଛନ୍ତି। ଆଙ୍କୁଲ, ଡିମିରି, କଣ୍ଟାଶିମିଳି ଭଳି ୪୦ ପ୍ରକାରରୁ ଅଧିକ ଗଛ ଲଗାଇବାର ଆବଶ୍ୟକତା ରହିଛି ବୋଲି ଗଛ ସାର୍ କହିଛନ୍ତି।

Inspiration Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe