Advertisment

ଆୟୁର୍ବେଦରୁ କରୋନା ଉପଚାର...

ଉପଶମ ଖୋଜା ଚାଲିଥିବା ବେଳେ ବଂଶ ବିସ୍ତାର କରିଚାଲିଛି ନୋଭେଲ କରୋନା ଭୂତାଣୁ। ଦୁନିଆର ୪୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ଭୂତାଣୁ ସଂକ୍ରମଣରେ ଆସିସାରିଥିବା ବେଳେ ସମାଧାନ ଖୋଜିବାରେ ଅହରାତ୍ରି ଲାଗିପଡ଼ିଛନ୍ତି ବିଶେଷଜ୍ଞ, ଡାକ୍ତର ଓ ବୈଜ୍ଞାନିକମାନେ। କରୋନା ଟୀକା ଖୋଜା ଅଭିଯାନ ଚାଲିଥିବା ବେଳେ ନିକଟରେ ଆୟୁଷ ମନ୍ତ୍ରାଳୟ ଏ ଦିଗରେ ଆଉ ପାଦେ ଆଗେଇଛି। କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଚ୍ରିଆଲ ରିସର୍ଚ୍ଚ (ସିଏସଆଇଆର) ସହ ମିଳିତ ଉଦ୍ୟମରେ କରୋନା ସହ ଲଢ଼ିବା […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଆୟୁର୍ବେଦରୁ କରୋନା ଉପଚାର...

ayurveda-for-covid-19

ଉପଶମ ଖୋଜା ଚାଲିଥିବା ବେଳେ ବଂଶ ବିସ୍ତାର କରିଚାଲିଛି ନୋଭେଲ କରୋନା ଭୂତାଣୁ। ଦୁନିଆର ୪୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ଭୂତାଣୁ ସଂକ୍ରମଣରେ ଆସିସାରିଥିବା ବେଳେ ସମାଧାନ ଖୋଜିବାରେ ଅହରାତ୍ରି ଲାଗିପଡ଼ିଛନ୍ତି ବିଶେଷଜ୍ଞ, ଡାକ୍ତର ଓ ବୈଜ୍ଞାନିକମାନେ।

Advertisment

କରୋନା ଟୀକା ଖୋଜା ଅଭିଯାନ ଚାଲିଥିବା ବେଳେ ନିକଟରେ ଆୟୁଷ ମନ୍ତ୍ରାଳୟ ଏ ଦିଗରେ ଆଉ ପାଦେ ଆଗେଇଛି। କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଚ୍ରିଆଲ ରିସର୍ଚ୍ଚ (ସିଏସଆଇଆର) ସହ ମିଳିତ ଉଦ୍ୟମରେ କରୋନା ସହ ଲଢ଼ିବା ଲାଗି ଆୟୁର୍ବେଦ ଔଷଧକୁ ନେଇ ପରୀକ୍ଷଣ ଆରମ୍ଭ କରାଯାଇଛି। ଆୟୁର୍ବେଦର ବହୁ ଲୋକପ୍ରିୟ ୪ଟି ପ୍ରମୁଖ ଔଷଧ ଅଶ୍ୱଗନ୍ଧା, ଗୁଳୁଚି, ଯଷ୍ଟିମଧୁ, ପିପ୍ପଳି ସମେତ ବିଶେଷ ଭାବେ ପ୍ରସ୍ତୁତ 'ଆୟୁଷ ୬୪' ଔଷଧକୁ ନେଇ କୋଭିଡ୍-୧୯ ସମାଧାନର ବାଟ ଖୋଜା ଚାଲିଛି।

ସୂଚନା ଅନୁସାରେ, ପରୀକ୍ଷାମୂଳକ ଭାବେ ସରକାରଙ୍କ 'ଆରୋଗ୍ୟ ସେତୁ' ଆପ୍ ମାଧ୍ୟମରେ ଚିହ୍ନଟ କରାଯାଇଥିବା ରେଡ୍ ଜୋନ୍ ଅଞ୍ଚଳରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ପ୍ରଥମେ ଏହା ପରୀକ୍ଷା କରାଯିବ। ସୂତ୍ର ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ ଏବଂ ପୁଣେ ଭଳି ସହରରୁ ପ୍ରାୟ ୫୦ ଲକ୍ଷ ଲୋକଙ୍କ ଉପରେ ଏହି ପରୀକ୍ଷଣ କରାଯିବ। ରୋଗୀମାନଙ୍କୁ ପ୍ରଥମେ ଅଶ୍ୱଗନ୍ଧା ଦିଆଯିବ ଏବଂ ପରେ ସେମାନଙ୍କ ପ୍ରତିକ୍ରିୟାକୁ ଅନୁଧ୍ୟାନ କରାଯିବା ପରେ ଅନ୍ୟ ଔଷଧଗୁଡ଼ିକୁ ଦିଆଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଏନେଇ ପରୀକ୍ଷଣ ଆରମ୍ଭ ହୋଇଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ଓ୍ୱାଇ. ନାଇକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କୋଭିଡ୍-୧୯ ରୋଗୀମାନଙ୍କୁ ନିର୍ଦ୍ଧାରିତ ସମସ୍ତ ଚିକିତ୍ସା ସେବା ସହ ଅତିରିକ୍ତ ସେବା ଭାବେ ଆୟୁର୍ବେଦର ଏହି ଚେରମୂଳିଗୁଡ଼ିକୁ ଦିଆଯିବ। ତେବେ ଏହାର ନିଶ୍ଚିତ ସୁଫଳ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି।

Advertisment

ଯଦିଓ ଆୟୁର୍ବେଦିକ ଔଷଧଗୁଡ଼ିକୁ ନେଇ ପରୀକ୍ଷଣ ଏବେ ବି ଜାରି ରହିଛି। ତଥାପି ସହଜ ଓ ସରଳ ଉପାୟ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ସଂକ୍ରାମଣ ଜନିତ ରୋଗକୁ ରୋକିବା ଲାଗି କିଛି ଘରୋଇ ଉପଚାର ଆପଣାଇବାକୁ ନିକଟରେ ଆୟୁଷ ମନ୍ତ୍ରାଳୟ ପରାମର୍ଶ ଦେଇଛି। ଆୟୁର୍ବେଦର ଏହି ସବୁ ଚେରମୂଳି ଅନେକ ଥର ଏହା ଉପକାର ପ୍ରମାଣିତ କରିସାରିଛି। ଆସନ୍ତୁ ଏଗୁଡ଼ିକ ନେଇ କିଛି ଅଧିକ ଜାଣିବା..

ଅଶ୍ୱଗନ୍ଧା:

ashwagandha

ଏହାକୁ ଏକ ଆଧୁନିକ ସୁପରଫୁଡ୍ ଭାବେ ଗ୍ରହଣ କରାଯାଇଛି। ଆୟୁର୍ବେଦର ଏହି ଅମୂଲ୍ୟ ଚେରମୂଳି ନିକଟରେ ଶରୀରରେ ସଂକ୍ରମଣ ରୋକିବା, ଥଣ୍ଡା, କାଶ ତଥା ଭୂତାଣୁ ସଂକ୍ରମଣ ଜନିକ ଲକ୍ଷଣଗୁଡ଼ିକୁ ଦୂର କରିବା ଦିଗରେ ଔଷଧୀୟ ଗୁଣ ଭରପୂର ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରାକୃତିକ ଉପାୟରେ ବଢ଼ାଇବାକୁ ପ୍ରତିଦିନ ଅଶ୍ୱଗନ୍ଧା ସେବନ କରିବା ଉଚିତ୍। ଶରୀରରେ ଥଣ୍ଡା ଜନିତ ଲକ୍ଷଣ ଦେଖାଦେବା ସମୟରେ ଅଶ୍ୱଗନ୍ଧାର ପରିମାଣ ବଢ଼ାଇ ସେବନ କଲେ ଏହା ଖୁବ୍ ଭଲ ପରିଣାମ ମିଳିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅଶ୍ୱଗନ୍ଧା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଭୂତାଣୁ ସଂକ୍ରମଣ ଜନିତ କ୍ରୋନିକ୍ ଷ୍ଟ୍ରେସ୍ କିମ୍ବା ଥକାପଣରୁ ମୁକ୍ତି ଦେଇଥାଏ। ହୃଦୟ ଓ ଶରୀରର ସୁସ୍ଥତା ଲାଗି ଅଶ୍ୱଗନ୍ଧା ଏକ ଗୁରୁତ୍ୱପୂର୍ଣ୍ଣ ଆୟୁର୍ବେଦ ଉପଚାର।

ଗୁଳୁଚି:

guduchi

ଏହାକୁ ଗୁଳୁଚି, ଗିଲୋୟ ବା ଗୁଡୁଚି ବୋଲି ମଧ୍ୟ କୁହାଯାଏ। ପ୍ରକୃତିଦତ୍ତ ଆୟୁର୍ବେଦର ଏହି ଔଷଧୀୟ ଚେରମୂଳି ହେଉଛି ଆରୋଗ୍ୟ ଶକ୍ତିର ଭଣ୍ଡାର। ଏହା ନିକଟରେ ଆଣ୍ଟି-କ୍ୟାନସର, ଆଣ୍ଟି-ଇନଫ୍ଲାମେଟୋରିସ, ଆଣ୍ଟି-ପାଇରେଟିକ୍, ଆଣ୍ଟି-ଅକ୍ସିଡାଣ୍ଟ ଭଳି ଅନେକ ଗୁଣବତ୍ତା ରହିଛି। ପ୍ରଚୂର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ସହ ଏହି ଔଷଧୀୟ ଚେରମୂଳିଟି ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ସହ ଫ୍ରି-ରାଡିକଲସ୍ ସହ ଲେଢେଇ କରିଥାଏ। ଗୁଳୁଚି ଶ୍ୱାସକ୍ରିୟା ଜନିତ ସମସ୍ୟା , ହଜମକ୍ରିୟା ଜନିତ ସମସ୍ୟା, ଜ୍ୱର ଜନିତ ସମସ୍ୟାକୁ ଦୂର କରିଥାଏ। ଏଣୁ କୋଭିଡ୍-୧୯ର କେତେକ ଲକ୍ଷଣ ସହ ଲଢ଼ିବାରେ ଗୁଳୁଚି ସହାୟତା କରିବ ବୋଲି ଆଶା କରାଯାଉଛି।

ଯଷ୍ଟିମଧୁ:

mulethi

ଆୟୁର୍ବେଦର ଏହା ହେଉଛି ମିଠା ମିଠା ଉପଚାର। ଏହାକୁ ମୂଲେଠି ବୋଲି ମଧ୍ୟ କୁହାଯାଏ। ଏହାର ଔଷଧୀୟ ଗୁଣ ଥଣ୍ଡା, କଫ, ଫ୍ଲୁ ଜନିତ ସମସ୍ୟାକୁ ଦୂର କରିଥାଏ। ଏଥିରେ ପ୍ରଚୂର ମାତ୍ରାରେ ଆଣ୍ଟି-ଇନଫ୍ଲାମେଟୋରୀ ତତ୍ୱ ରହିଛି, ଯାହା ଗଳା ଦରଜ, କଫ ତଥା ଅନ୍ୟ ଯନ୍ତ୍ରଣାକୁ ଦୂର କରିଥାଏ। ବିଶେଷ କରି ଅଲସର୍ ସହ ଲଢ଼ିବା ଲାଗି ଆବଶ୍ୟକ ଔଷଧୀୟ ଗୁଣ ପାଇଁ ଯଷ୍ଟିମଧୁ ପରିଚିତ।

ପିପ୍ପଳି:

pippali

ଏହା ସର୍ବପୂରାତନ ଆର‌୍ୟୁବେଦ ଔଷଧୀୟ ଚେରମୂଳି ମଧ୍ୟରୁ ଅନ୍ୟତମ, ଯାହା ଗାଢ଼ ବାସ୍ନାଯୁକ୍ତ। ଦୀର୍ଘଦିନର ଶ୍ୱାସକ୍ରୀୟାଜନିତ ସଂକ୍ରମଣ ଜନିତ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେବା, ବ୍ରୋଙ୍କାଇଟିସ୍, ଥଣ୍ଡା, କଫ, ଯକ୍ଷ୍ମା ଆଦି ସମସ୍ୟାର ସମାଧାନ କରିବା ସହ ପିପ୍ପଳି ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ଏବଂ ରକ୍ତ ସଞ୍ଚାଳନରେ ବୃଦ୍ଧିରେ ସାହାଯ୍ୟ କରିଥାଏ। ଏଥିରେ ପ୍ରଚୂର ଆଣ୍ଟି-ଇନଫ୍ଲାମେଟୋରୀ ତତ୍ୱ ରହିଛି, ଯାହା ଶରୀରରେ କେତେକ ଗଭୀର ଯନ୍ତ୍ରଣା ଓ ବ୍ୟଥାକୁ ଦୂର କରିବାର କ୍ଷମତା ରଖିଛି।

ଆୟୁଷ ୬୪:

ayush

ଉପରୋକ୍ତ ୪ ଆୟୁର୍ବେଦ ଚେରମୂଳି ଭଳି ଏହାକୁ ମଧ୍ୟ କୋଭିଡ୍-୧୯ ମୁକାବିଲା ଲାଗି ଔଷଧ ଭାବେ ପରୀକ୍ଷଣ କରାଯିବ। ବହୁ ପ୍ରାଚୀନ ଆୟୁର୍ବେଦ ଚେରମୂଳିକୁ କିଣି ବିଶେଷ ଭାବରେ କେନ୍ଦ୍ର ମନ୍ତ୍ରାଳୟ ଦ୍ୱାରା ଏହାକୁ ବାହାର କରାଯାଇଛି। ଏହା ମ୍ୟାଲେରିଆ ଭଳି ସଂକ୍ରମଣ ରୋଗର ଉପଚାର ବୋଲି କୁହାଯାଏ। ତେବେ ଆଶ୍ଚର‌୍ୟ୍ୟର କଥା ମ୍ୟାଲେରିଆ ପାଇଁ ଏଲୋପାଥିକ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ମଧ୍ୟ ବର୍ତ୍ତମାନ ସୁଦ୍ଧା କୋଭିଡ୍-୧୯ ଆକ୍ରାନ୍ତଙ୍କୁ ପ୍ରତିଷେଧକ ରୂପେ ଦିଆଯାଉଛି।