Advertisment

ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶା: ଦୁଇ ବର୍ଷ ହେଲାଣି କାମ ସରୁନି, କାନ୍ଥ ଫାଟି ଆଁ କଲାଣି

ବାସୁଦେବପୁର (କିରୀଟି ଦାସ):  ନିଜ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ତିଆରି ହେଉଥିବାରୁ ବାସୁଦେବପୁର ବାସୀ ଦେଖିଥିଲେ ଅନେକ ସ୍ୱପ୍ନ। ସେମାନଙ୍କ ପିଲାଙ୍କୁ ଏହି ସ୍କୁଲରେ ପାଠ ପଢ଼ାଇବେ ବୋଲି ଚିନ୍ତା କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ନୂଆ ସ୍କୁଲରେ ପଢ଼ିବେ ବୋଲି ସ୍ୱପ୍ନ ସଜେଇଥିଲେ। ହେଲେ ସମସ୍ତଙ୍କ ସ୍ୱପ୍ନ ପାଣି ଫୁଟକା ପରି ମିଳେଇ ଯାଇଛି। ଏହି ବିଦ୍ୟାଳୟର ନିର୍ମାଣ କାମ ଦୁଇ ବର୍ଷ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରୁ ନାହିଁ। ଅନ୍ୟପକ୍ଷରେ କାମ […]

ଅଦ୍ୟତନ ହୋଇଛି
ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶା: ଦୁଇ ବର୍ଷ ହେଲାଣି କାମ ସରୁନି, କାନ୍ଥ ଫାଟି ଆଁ କଲାଣି

School

Advertisment

ବାସୁଦେବପୁର (କିରୀଟି ଦାସ):  ନିଜ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ତିଆରି ହେଉଥିବାରୁ ବାସୁଦେବପୁର ବାସୀ ଦେଖିଥିଲେ ଅନେକ ସ୍ୱପ୍ନ। ସେମାନଙ୍କ ପିଲାଙ୍କୁ ଏହି ସ୍କୁଲରେ ପାଠ ପଢ଼ାଇବେ ବୋଲି ଚିନ୍ତା କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ନୂଆ ସ୍କୁଲରେ ପଢ଼ିବେ ବୋଲି ସ୍ୱପ୍ନ ସଜେଇଥିଲେ। ହେଲେ ସମସ୍ତଙ୍କ ସ୍ୱପ୍ନ ପାଣି ଫୁଟକା ପରି ମିଳେଇ ଯାଇଛି। ଏହି ବିଦ୍ୟାଳୟର ନିର୍ମାଣ କାମ ଦୁଇ ବର୍ଷ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରୁ ନାହିଁ। ଅନ୍ୟପକ୍ଷରେ କାମ ଶେଷ ହୋଇ ପାରି ନଥିବା ବେଳେ ନୂଆ କୋଠାର କାନ୍ଥ ଫାଟି ଆଁ କଲାଣି। ତେଣୁ ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ବାସୁଦେବପୁର ବ୍ଲକର ଇରମ ପଞ୍ଚାୟତରେ ନୂତନ ଭାବେ ତିଆରି ହୋଇଛି ଆଦର୍ଶ ବିଦ୍ୟାଳୟ। ୨୦୧୯ ମସିହାରେ ଏହାର ଭିତ୍ତି ପ୍ରସ୍ତର ପଡ଼ିଥିଲା ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗର ତତ୍ତ୍ଵାବଧାନରେ ଏହି ବିଦ୍ୟାଳୟର ନିର୍ମାଣ କାମ ଏକ ଠିକା ସଂସ୍ଥା ନେଇଛି। ଏଥିପାଇଁ ୫.୩୯ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ୨୦୨୦ ମସିହାରେ ଏହି ବିଦ୍ୟାଳୟର ନିର୍ମାଣ କାମ ସରିବା କଥା।ହେଲେ ଏପର୍ଯ୍ୟନ୍ତ କାମ ଶେଷ ହୋଇପାରୁ ନାହିଁ। ସ୍କୁଲ୍‌ କୋଠା ନିର୍ମାଣ କାର୍ଯ୍ୟ ସରିଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବିଦ୍ୟୁତ୍ ଓ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରି ନାହିଁ।

ଅନ୍ୟପକ୍ଷରେ ନୂଆ କରି ନିର୍ମାଣ ହୋଇଥିବା ଏହି ସ୍କୁଲ୍‌ କୋଠା ଏଯାଏଁ ବ୍ୟବହୃତ ହୋଇ ନଥିବା ବେଳେ ଏହାର କାନ୍ଥ ଫାଟି ଆଁ କଲାଣି। ତେଣୁ କୋଠାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିମ୍ନମାନର କାମ ଓ ବିଭାଗୀୟ ଅଧିକାରୀ ସଠିକ୍ ଭାବେ ତଦାରଖ କରି ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

Advertisment

[caption id="attachment_701890" align="aligncenter" width="650"]School ନୂଆ କରି ତିଆରି ହେଉଥିବା ଆଦର୍ଶ ବିଦ୍ୟାଳୟର କାନ୍ଥ ଫାଟି ଆଁ କରିଛି[/caption]

ନିରାକର ରାଉତ ନାମକ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଆମ ବ୍ଲକରେ ଆଦର୍ଶ ବିଦ୍ୟାଳୟ ତିଆରି ହେଉଥିବା ଖବର ଶୁଣି ଖୁସିର ଲହରି ଖେଳି ଯାଇଥିଲା।  ଆମ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଉଥିବାରୁ ଆମେ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲୁ। କିନ୍ତୁ ଏପର୍ଯ୍ୟନ୍ତ ବିଦ୍ୟାୟଳର କାମ ସରି ନଥିବା ବେଳେ କାନ୍ଥ ଫାଟି ଆଁ କଲାଣି।  ବିପଦସଙ୍କୁଳ ଅବସ୍ଥାରେ ଏହି ସ୍କୁଲରେ ପିଲାମାନେ କେମିତି ପାଠ ପଢ଼ିବେ?

ଆଦର୍ଶ ବିଦ୍ୟାଳୟ କୋଠାର କାନ୍ଥ ଫାଟିବା ଘଟଣାକୁ ନେଇ ବାସୁଦେବ ଗ୍ରାମ୍ୟ ଉନ୍ନୟନ ବିଭାଗଏସଡିଓ ଅଭିନାଶ ବାରିକ କହିଛନ୍ତି, ଏହା ବିଲ୍ଡିଂ ଜଏଣ୍ଟର ଫାଟ। ଦୁଇଟି କୋଠାକୁ ଜଏଣ୍ଟ କରାଯାଇ ପ୍ଲାଷ୍ଟର କରାଯାଇଥିବାରୁ ଏହି ଫାଟ ସୃଷ୍ଟି ହୋଇଛି। ଏହାଦ୍ୱାରା ବିଲ୍ଡିଂର କିଛି ଅସୁବିଧା ହେବ ନାହିଁ।

ଗତବର୍ଷ ଏହି ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ୭୯ ଛାତ୍ରଛାତ୍ରୀମାନେ ନାମ ଲେଖାଇଥିଲେ। ସେମାନଙ୍କର ଅନ୍‌ଲାଇନ୍‌ରେ କ୍ଲାସ ହୋଇଥିଲା। ସେମାନେ ସପ୍ତମ ଶ୍ରେଣୀକୁ ଉନ୍ନୀତ ହେବା ପରେ ଚଳିତ ବର୍ଷ ଷଷ୍ଠ ଶ୍ରେଣୀରେ ୮୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ତେବେ ଆଦର୍ଶ ବିଦ୍ୟାଳୟର ନିଜସ୍ୱ କୋଠାର ସମସ୍ତ ଭିତ୍ତିଭୂମି ନିର୍ମାଣ କାମ ସରି ନ ଥିବାରୁ ସେମାନେ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପଢ଼ୁଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe