Advertisment

ମାଗଣାରେ ପ୍ରବାସୀ ଶ୍ରମିକଙ୍କ ଜିନିଷପତ୍ର ଉଠାଉଛନ୍ତି ୮୦ ବର୍ଷୀୟ ବୃଦ୍ଧ କୁଲି

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସେଲେବ୍ରିଟିମାନେ ଆଗେଇ ଆସିଛନ୍ତି। ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲକଡାଉନରେ ଫସି ରହିଥିବା ଶ୍ରମିକଙ୍କୁ ଘରେ ପହଞ୍ଚାଇବା ପାଇଁ ସାହାଯ୍ୟ କରୁଛନ୍ତି। ସୋନୁଙ୍କ କାର୍ଯ୍ୟକୁ ଚାରିଆଡ଼େ ପ୍ରଶଂସା କରାଯାଇଛି। ସେହିପରି ଲକ୍ଷ୍ନୌ ରେଲୱେ ଷ୍ଟେସନରେ ଜଣେ ୮୦ ବର୍ଷୀୟ ବୃଦ୍ଧ କୁଲି ମୁଜିବୁଲ୍ଲା ମାଗଣାରେ ପ୍ରବାସୀ ଶ୍ରମିକଙ୍କର ଆସବାବ ପତ୍ର ଉଠାଇବା କାର୍ଯ୍ୟ କରୁଛନ୍ତି। ବୃଦ୍ଧଙ୍କର କାର୍ଯ୍ୟରେ ପ୍ରଭାବିତ ହୋଇ […]

ମାଗଣାରେ ପ୍ରବାସୀ ଶ୍ରମିକଙ୍କ ଜିନିଷପତ୍ର ଉଠାଉଛନ୍ତି ୮୦ ବର୍ଷୀୟ ବୃଦ୍ଧ କୁଲି

kuli

Advertisment

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସେଲେବ୍ରିଟିମାନେ ଆଗେଇ ଆସିଛନ୍ତି। ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲକଡାଉନରେ ଫସି ରହିଥିବା ଶ୍ରମିକଙ୍କୁ ଘରେ ପହଞ୍ଚାଇବା ପାଇଁ ସାହାଯ୍ୟ କରୁଛନ୍ତି। ସୋନୁଙ୍କ କାର୍ଯ୍ୟକୁ ଚାରିଆଡ଼େ ପ୍ରଶଂସା କରାଯାଇଛି।

Advertisment

ସେହିପରି ଲକ୍ଷ୍ନୌ ରେଲୱେ ଷ୍ଟେସନରେ ଜଣେ ୮୦ ବର୍ଷୀୟ ବୃଦ୍ଧ କୁଲି ମୁଜିବୁଲ୍ଲା ମାଗଣାରେ ପ୍ରବାସୀ ଶ୍ରମିକଙ୍କର ଆସବାବ ପତ୍ର ଉଠାଇବା କାର୍ଯ୍ୟ କରୁଛନ୍ତି। ବୃଦ୍ଧଙ୍କର କାର୍ଯ୍ୟରେ ପ୍ରଭାବିତ ହୋଇ ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍ ସୋଶାଲ ମିଡିଆରେ ତାଙ୍କର ପ୍ରଶଂସା କରିଛନ୍ତି।

ଏହି ପରିଣତ ବୟସରେ ମୁଜିବୁଲ୍ଲା ଦିନକୁ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଛନ୍ତି। ଏପରିକି ସେ ୫୦ କିଲୋ ପର୍ଯ୍ୟନ୍ତ ଓଜନର ଜିନିଷପତ୍ର କାନ୍ଧରେ ବୋହି ନେଇପାରୁଛନ୍ତି। କରୋନା ସମୟରେ ମାଗଣାରେ ପ୍ରବାସୀ ଶ୍ରମିକଙ୍କ ଜିନିଷପତ୍ର ଉଠାଇବା ତାଙ୍କର କର୍ତ୍ତବ୍ୟ ଏବଂ ଏହାକୁ ନେଇ ସେ ଖୁସି ଅଛନ୍ତି ବୋଲି ମୁଜିବୁଲ୍ଲା କହିଛନ୍ତି।

Advertisment

https://www.instagram.com/p/CA8HL_7gkyL/?utm_source=ig_web_copy_link

କେବଳ ଏତିକି ନୁହେଁ ସେ ଟ୍ରେନରେ ଯାଉଥିବା ଯାତ୍ରୀଙ୍କୁ ମାଗଣାରେ ପାଣି ଓ ଖାଦ୍ୟ ମଧ୍ୟ ଦେଉଛନ୍ତି। ମୁଜିବୁଲ୍ଲାଙ୍କର କହିବା ଅନୁସାରେ ପରିସ୍ଥିତି ଠିକ୍‌ ହେବା ପରେ ସେ ଧନ ଉପାର୍ଜନ କରିବେ କିନ୍ତୁ ବର୍ତ୍ତମାନ ସମୟରେ ସେ ନିଜ ଇଚ୍ଛାରେ ଲୋକଙ୍କର ସେବା କରୁଛନ୍ତି।

କ୍ରିକେଟର୍‌ ମହମ୍ମଦ୍‌ କୈଫ୍‌ ଇନଷ୍ଟାଗ୍ରାମ୍‌ରେ ମୁଜିବୁଲ୍ଲାଙ୍କ ଫଟୋ ଶେଆର୍ କରି ଲେଖିଛନ୍ତି, ମଣିଷପଣିଆର କୌଣସି ବୟସ ନଥାଏ। ଲକ୍ଷ୍ନୌର ଚାରବାଗ ଷ୍ଟେସନରେ ୮୦ ବର୍ଷୀୟ ବୃଦ୍ଧ ମୁଜିବୁଲ୍ଲା ପେସାରେ ଜଣେ କୁଲି। ଯିଏ କି ମାଗଣାରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ଏଥିପାଇଁ କୌଣସି ଟଙ୍କା ନେଉନାହାନ୍ତି। ମାଗଣାରେ ପ୍ରବାସୀଙ୍କୁ ଖାଦ୍ୟ ମଧ୍ୟ ଦେଉଛନ୍ତି। ଏପରି କଠିନ ସମୟରେ ବୃଦ୍ଧଙ୍କର ଏହି ନିଃସ୍ୱାର୍ଥପର ସେବା ସମସ୍ତଙ୍କ ପାଇଁ ଏକ ପ୍ରେରଣା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe