Advertisment

ଘରୋଇ ସହାୟିକାଙ୍କ ନିଆରା ବିଜ୍‌ନେସ୍‌ କାର୍ଡ, ରାତାରାତି ପାଲଟିଗଲା ଇଣ୍ଟରନେସ୍‌ ସେନ୍‌ସେସନ୍‌

ନୂଆଦିଲ୍ଲୀ: ଦିନେ ଚାକିରି ନଥିଲା ବୋଲି ଦୁଃଖରେ ଥିଲେ ପୁଣେର ଘରୋଇ ସହାୟିବା ଗୀତ୍‌ କଲେ। ଏବେ ତାଙ୍କ ହାତରେ ଗଦା ଗଦା ଜବ୍‌ ଅଫର। ଏହାର କାରଣ ହେଉଛି ଏକ ବିଜ୍‌ନେସ୍‌ କାର୍ଡ। ଏହି ବିଜ୍‌ନେସ୍‌ କାର୍ଡକୁ ଗୀତଙ୍କର ଜଣେ ମାଲିକ ଧନଶ୍ରୀ ସିନ୍ଧେ ପ୍ରସ୍ତୁତ  କରିଥିଲେ। ଗୀତା ଧନଶ୍ରୀଙ୍କ ଘରେ କାମ କରୁଥିଲେ। ଦିନେ ଧନଶ୍ରୀ ଘରକୁ ଫେରିବା ପରେ ଗୀତା ମାଉସୀଙ୍କୁ ଖୋଜିଲେ। ଥରେ ଦୁଇ ଥର ଡାକିବା ପରେ ଯେତେବେଳେ ଗୀତା […]

ଅଦ୍ୟତନ ହୋଇଛି
ଘରୋଇ ସହାୟିକାଙ୍କ ନିଆରା ବିଜ୍‌ନେସ୍‌ କାର୍ଡ, ରାତାରାତି ପାଲଟିଗଲା ଇଣ୍ଟରନେସ୍‌ ସେନ୍‌ସେସନ୍‌

card

Advertisment

ନୂଆଦିଲ୍ଲୀ: ଦିନେ ଚାକିରି ନଥିଲା ବୋଲି ଦୁଃଖରେ ଥିଲେ ପୁଣେର ଘରୋଇ ସହାୟିବା ଗୀତ୍‌ କଲେ। ଏବେ ତାଙ୍କ ହାତରେ ଗଦା ଗଦା ଜବ୍‌ ଅଫର। ଏହାର କାରଣ ହେଉଛି ଏକ ବିଜ୍‌ନେସ୍‌ କାର୍ଡ। ଏହି ବିଜ୍‌ନେସ୍‌ କାର୍ଡକୁ ଗୀତଙ୍କର ଜଣେ ମାଲିକ ଧନଶ୍ରୀ ସିନ୍ଧେ ପ୍ରସ୍ତୁତ  କରିଥିଲେ।

Advertisment

ଗୀତା ଧନଶ୍ରୀଙ୍କ ଘରେ କାମ କରୁଥିଲେ। ଦିନେ ଧନଶ୍ରୀ ଘରକୁ ଫେରିବା ପରେ ଗୀତା ମାଉସୀଙ୍କୁ ଖୋଜିଲେ। ଥରେ ଦୁଇ ଥର ଡାକିବା ପରେ ଯେତେବେଳେ ଗୀତା ମାଉସୀ ତାଙ୍କୁ କିଛି ଉତ୍ତର ଦେଲେନି ସେ ତାଙ୍କୁ ଖୋଜିବାରେ ଲାଗିଲେ। କିଛି ସମୟ ପରେ ସେ ଦେଖିଲେ ଗୀତା ମାଉସୀ ଘରର ଗୋଟେ କୋଣରେ ଚୁପ୍‌ଚାପ୍‌ ବସିଛନ୍ତି। କାହିଁକି ଏମିତି ଚୁପ୍‌ଚାପ୍‌ ଅଛନ୍ତି ପଚାରିବାରୁ ଗୀତା ମାଉସୀ କହିଲେ, ସେ ତାଙ୍କର ଗୋଟେ ବୃତ୍ତି ହରାଇଛନ୍ତି। ଏହି ଚାକିରିରୁ ତାଙ୍କୁ ୪,୦୦୦ଟଙ୍କା ମିଳୁଥିଲା। ଏବେ ମାସକୁ ତାଙ୍କ ରୋଜଗାରରୁ ୪.୦୦୦ଟଙ୍କା କଟିଗଲା। ଏକଥା ଶୁଣିବା ପରେ ଧନଶ୍ରୀ କେମିତି ଗୀତା ମାଉସୀଙ୍କୁ ସାହାଯ୍ୟ କରାଯାଇପାରିବ ସେକଥା  ଚିନ୍ତା କରିଥିଲେ।

ଭିଲାସ୍‌ ଜାବେଦ୍‌କର ଡେଭ୍‌ଲପରସ୍‌ ରେ ସିନିୟର ମ୍ୟାନେଜର ଭାବେ କାର୍ଯ୍ୟରତ। ସେ ତାଙ୍କର ସମସ୍ତ ଦକ୍ଷତା ଲଗାଇ ଗୀତା ମାଉସୀଙ୍କ ପାଇଁ ଗୋଟେ ଭଲ ବିଜ୍‌ନେସ୍‌ କାର୍ଡ ଟେ ପ୍ରସ୍ତୁତ କଲେ। ସେ ୨୪ଘଣ୍ଟା ମଧ୍ୟରେ ଗୋଟେ ବିଜ୍‌ନେସ୍‌ କାର୍ଡ ପ୍ରସ୍ତୁତ କରି ତାର ୧୦୦ଟା ପ୍ରିଣ୍ଟ ବାହାର କରିଥିଲେ।

Advertisment

ଏହି ବିଜ୍‌ନେସ୍‌ କାର୍ଡରେ ସେ ଲେଖିଥିଲେ- ଗୀତା କାଲେ, ଘର କାମ ମାଉସୀ ଇନ୍‌ ବଭ୍‌ଧାନ୍‌। ୭୫୫୮୪୩୨୨୩୨, ଆଧାର କାର୍ଡ ଭେରିଫାଏଡ୍‌, ଭାଣ୍ଡି- Rs.800PM, ଝାଡୁ ପୋଛା- Rs.800PM, କପଡା ଧୁଆ- Rs.800PM, ରୁଟି ମେକିଂ- Rs. 1000PM, ଅଦର କାମ୍‌ ଇଫ୍‌ ୟୁ ରିକ୍ୱାର୍ଡ- ଡଷ୍ଟିଂ, ଭେଜିଟେବୁଲ୍‌ କଟିଂ।

ଏହି ବିଜ୍‌ନେସ୍‌ କାର୍ଡକୁ ପଡୋଶୀ ଏବଂ ସୋଶାଇଟିର ୱାଚ୍‌ ମ୍ୟାନ୍‌ଙ୍କ ସାହାଯ୍ୟରେ ବଣ୍ଟାଗଲା। ଏହାପରେ ଏହି ବିଜ୍‌ନେସ୍‌  କାର୍ଡ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଗଲା। ଏହାପରେ ଗୀତା ମାଉସୀଙ୍କୁ ଚାକିରି ଅଫର ଆସିବାରେ ଲାଗିଲା। ଏବେ ମାଉସୀଙ୍କ ଫୋନ୍‌କୁ ଚାକିରି ପାଇଁ କଲ୍‌ ଉପରେ କଲ୍‌ ଆସିବାରେ ଲାଗୁଛି।

ଗାତୀ ମାଉସୀ ଏବଂ ଧନଶ୍ରୀଙ୍କର ଏହି କାହାଣୀକୁ ଅସ୍‌ମିତା ନାମକ ଏକ ଫେସ୍‌ବୁକ୍‌ ବ୍ୟବହାରକାରୀ ତାଙ୍କ ଆକାଉଣ୍ଟରେ ଶେଆର କରିଛନ୍ତି। ତାଙ୍କର ଏହି ପୋଷ୍ଟକୁ ୧୬୦୦ରୁ ଅଧିକ ଲାଇକ୍ ମିଳିସାରିଲାଣି। ଏହି ପୋଷ୍ଟ ଶେଆର କରି ସେ ଲେଖିଛନ୍ତି- ବହୁତ ଭଲ ବିଚାର ଏବଂ ସୁନ୍ଦର ଡେସ୍‌କ୍ରିପ୍‌ସନ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe