Advertisment

ହାୱାଇ ଚପଲ୍‌, ହାଫ୍‌ ସାର୍ଟ ଥିଲା ତାଙ୍କ ପରିଚୟ : ଏପରି ରାଜନେତା ଥିଲେ ପାରିକର

ନୂଆଦିଲ୍ଲୀ: ଆରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ୨୦୧୮ରୁ ସେ କ୍ୟାନସରରେ ପୀଡିତ ଥିବା ବେଳେ ଗତକାଲି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। କ୍ୟାନସର ପରି ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ସତ୍ତ୍ୱେ ନିଜ ମନୋବଳ ଏବଂ କର୍ତ୍ତବ୍ୟକୁ ସବୁବେଳେ ସୁସ୍ଥ ରଖି ନିଷ୍ଠାର ସହ ଦେଶ ସେବା କରୁଥିବା ରାଜନେତା ଥିଲେ ପାରିକର। ଉପଲବ୍ଧିରେ ଭରା ମନୋହରଙ୍କ ରାଜନୈତିକ ଜୀବନ। ସେ ୪ଥର ଗୋଆର ମୁଖ୍ୟମନ୍ତ୍ରୀ ରହିଛନ୍ତି। ୧୪ମାର୍ଚ୍ଚ ୨୦୧୭ରେ ୪ର୍ଥ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ହୋଇଥିଲେ। […]

ଅଦ୍ୟତନ ହୋଇଛି
ହାୱାଇ ଚପଲ୍‌, ହାଫ୍‌ ସାର୍ଟ ଥିଲା ତାଙ୍କ ପରିଚୟ : ଏପରି ରାଜନେତା ଥିଲେ ପାରିକର

1502131290-manohar-parrikar

Advertisment

ନୂଆଦିଲ୍ଲୀ: ଆରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ୨୦୧୮ରୁ ସେ କ୍ୟାନସରରେ ପୀଡିତ ଥିବା ବେଳେ ଗତକାଲି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। କ୍ୟାନସର ପରି ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ସତ୍ତ୍ୱେ ନିଜ ମନୋବଳ ଏବଂ କର୍ତ୍ତବ୍ୟକୁ ସବୁବେଳେ ସୁସ୍ଥ ରଖି ନିଷ୍ଠାର ସହ ଦେଶ ସେବା କରୁଥିବା ରାଜନେତା ଥିଲେ ପାରିକର।

Advertisment

publive-imageଉପଲବ୍ଧିରେ ଭରା ମନୋହରଙ୍କ ରାଜନୈତିକ ଜୀବନ। ସେ ୪ଥର ଗୋଆର ମୁଖ୍ୟମନ୍ତ୍ରୀ ରହିଛନ୍ତି। ୧୪ମାର୍ଚ୍ଚ ୨୦୧୭ରେ ୪ର୍ଥ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଜ୍ୟର ମୁଖ୍ୟ ପଦବୀରେ ରହିବା ସତ୍ତ୍ୱେ ତାଙ୍କୁ ସବୁବେଳେ ସାଧାରଣ ଜୀବନଯାପନ କରିବାର ଦେଖିବାକୁ ମିଳେ।

publive-imageସାଧାରଣ ଲୋକଙ୍କର ପ୍ରିୟ ରାଜନେତା ଥିଲେ ମନୋହର ପାରିକର। ଅନେକଥର ତାଙ୍କୁ ବାଇକ୍‌ ପଛରେ ବସି ବିଭିନ୍ନ ସ୍ଥାନକୁ ଯାଉଥିବାର ଦେଖିବାକୁ ମିଳୁଥିଲା। । ଯେତେବେଳେ୨୦୧୪ରେ ମନୋହର ପାରିକରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦବୀରେ ରଖାଯାଇଥିଲା ସେତେବେଳେ ସେ ସେନାର ମନୋବଳ ବଢାଇବା ପାଇଁ ତାଙ୍କ ପାଖରେ ପହଞ୍ଚି ଯାଉଥିଲେ। ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ପାକିସ୍ତାନ ଅଧୀକୃତ କାଶ୍ମୀରରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲେ।

Advertisment

publive-imageଚାରିଥର ଗୋଆ ମୁଖ୍ୟମନ୍ତ୍ରୀ ରହିଥିବା ମନୋହର ପାରିକର କେବେବି ହାଇପ୍ରୋଫାଇଲ୍‌ ଜୀବନଶୈଳୀ ବିତାଇ ନାହାନ୍ତି। ଅନେକ ଥର ତାଙ୍କୁ ଲୋକଙ୍କ ସହ ଧାଡିରେ ଠିଆ ହେବାର ଦେଖିବାକୁ ମିଳିଛି।

publive-imageପାରିକରଙ୍କୁ ସାଇକେଲ୍‌ ଚଲାଇବା ବହୁତ ପସନ୍ଦ ଥିଲା। ଅବସର ସମୟରେ ସେ ସାଇକେଲ୍‌ ଚଲାଉଥିଲେ। ହାୱାଇ ଚପଲ୍‌ ଏବଂ ହାଫ୍‌ ସାର୍ଟ ଥିଲା ତାଙ୍କ ପରିଚୟ। ଏଥିସହ ସେ ଖାଇବା ପାଇଁ ବେଳେବେଳେ ସ୍କୁଟର ଚଲାଇ ରାସ୍ତା କଡରେ ଥିବା ଢାବାକୁ ଚାଲିଯାଆନ୍ତି। ସେଠାରେ ସାଧାରଣ ଲୋକଙ୍କ ସହ ବସି ଖାଦ୍ୟ ଖାଆନ୍ତି।

ମନୋହର ପାରିକରଙ୍କୁ ଯେତେବେଳେ କିଛି ପିଲା ଘେରିନିଅନ୍ତି ସେ ମଧ୍ୟ କିଛି ସମୟ ରହି ସେମାନଙ୍କ ସହ କଥା ହୋଇଯାଆନ୍ତି।

publive-imageମନୋହର ପାରିକରଙ୍କୁ ଫୁଟ୍‌ବଲ୍‌ ଖେଳିବାକୁ ଭଲ ଲାଗେ। ସମୟ ମିଳିଲେ ସେ ଖେଳ ପଡିଆ ଯାଇ ପିଲାମାନଙ୍କ ସହ ଫୁଟ୍‌ବଲ୍‌ ଖେଳନ୍ତି।

publive-imageମନୋହର ଟ୍ରେନ୍‌ରେ ଜେନେରାଲ୍‌ ବଗିରେ ମଧ୍ୟ ଯାତ୍ରା କରନ୍ତି।

publive-imageମନୋହରଙ୍କ ମତରେ, ଗୋଟେ ରାଜନେତାର ପରିଚୟ ହେଉଛି ସାଧାରଣ ଲୋକଙ୍କ ସହ ମିଶି ଏକ ସାଧାରଣ ଜୀବନଯାପନ କରିବା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe