Advertisment

ବାହା ବେଦୀରୁ ଫେରିଗଲା ବର, କନ୍ୟା ଗଲା କ୍ୱାରେଣ୍ଟାଇନ୍‌ ସେଣ୍ଟର

ଗାନ୍ଧୀନଗର: ବର ଓ ବରଯାତ୍ରୀ ଆସି ପହଞ୍ଚି ସାରିଥିଲେ। କିଛି ସମୟ ମଧ୍ୟରେ ପଡ଼ିଥା’ନ୍ତା ହାତଗଣ୍ଠି। କିନ୍ତୁ ଠିକ୍‌ ଏହି ସମୟରେ ଜଣାପଡ଼ିଲା କନ୍ୟା କୋଭିଡ୍‌ ପଜିଟିଭ୍‌। ତେଣୁ କନ୍ୟାକୁ ଯିବାକୁ ପଡ଼ିଲା କ୍ୱାରେଣ୍ଟାଇନ୍‌ ସେଣ୍ଟର। ଆଉ ବର ମନଦୁଃଖରେ ଘରକୁ ଫେରି ଯାଇଥିଲା। ଗୁଜରାଟର ବଲସାଡ୍‌ରେ ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବାହାଘର ସପିଙ୍ଗ୍‌ କରିବା ପାଇଁ କନ୍ୟା ଜଣକ ମୁମ୍ୱାଇ ଯାଇଥିଲେ। ମୁମ୍ୱାଇରୁ ଫେରିବା ପରେ କୋଭିଡ୍ ଟେଷ୍ଟ […]

author-image
Hemant Lenka
ଅଦ୍ୟତନ ହୋଇଛି
ବାହା ବେଦୀରୁ ଫେରିଗଲା ବର, କନ୍ୟା ଗଲା କ୍ୱାରେଣ୍ଟାଇନ୍‌ ସେଣ୍ଟର

kanya

ଗାନ୍ଧୀନଗର: ବର ଓ ବରଯାତ୍ରୀ ଆସି ପହଞ୍ଚି ସାରିଥିଲେ। କିଛି ସମୟ ମଧ୍ୟରେ ପଡ଼ିଥା’ନ୍ତା ହାତଗଣ୍ଠି। କିନ୍ତୁ ଠିକ୍‌ ଏହି ସମୟରେ ଜଣାପଡ଼ିଲା କନ୍ୟା କୋଭିଡ୍‌ ପଜିଟିଭ୍‌। ତେଣୁ କନ୍ୟାକୁ ଯିବାକୁ ପଡ଼ିଲା କ୍ୱାରେଣ୍ଟାଇନ୍‌ ସେଣ୍ଟର। ଆଉ ବର ମନଦୁଃଖରେ ଘରକୁ ଫେରି ଯାଇଥିଲା। ଗୁଜରାଟର ବଲସାଡ୍‌ରେ ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁଯାୟୀ, ବାହାଘର ସପିଙ୍ଗ୍‌ କରିବା ପାଇଁ କନ୍ୟା ଜଣକ ମୁମ୍ୱାଇ ଯାଇଥିଲେ। ମୁମ୍ୱାଇରୁ ଫେରିବା ପରେ କୋଭିଡ୍ ଟେଷ୍ଟ ନକରି ସେ ବିବାହ କାମରେ ବ୍ୟସ୍ତ ରହିଗଲେ। ଏହାରି ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ମିଳିଥିଲା ତାଙ୍କ ସଂପର୍କରେ।

ଏହାପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଯାଞ୍ଚ ପାଇଁ ଯୁବତୀଙ୍କ ଘରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଯୁବତୀ ଜଣକ ବିବାହ କରୁଥିବା ଜାଣିବାକୁ ପାଇଥିଲେ।

Advertisment

ବିବାହରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କର କରୋନା ଟେଷ୍ଟ କରାଇଥିଲା ସ୍ୱାସ୍ଥ୍ୟ ବିଭାଗ। କିନ୍ତୁ କନ୍ୟାକୁ ଛାଡ଼ି ଅନ୍ୟ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା। ତେଣୁ ମହାରାଷ୍ଟ୍ରରୁ ଆସିଥିବା ବର ବିବାହ ନକରି ଘରକୁ ଫେରିଯାଇଥିଲା। ଏହାପରେ କରୋନା ପଜିଟିଭ୍‌ କନ୍ୟା ଓ ତାଙ୍କର ଘରେ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟର ପଠାଯାଇଥିଲା।