Advertisment

ମଦ ବିକ୍ରି କଲେ ୩ ଲକ୍ଷ ଟଙ୍କା ଫାଇନ୍‌

ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ମଖାପଦର ପଞ୍ଚାୟତର ଯୋଗିବାହାଲ ଗାଁରେ ପ୍ରାୟ ୧୫୦୦ ଲୋକ ବସବାସ କରନ୍ତି। ସେମାନେ ସାଧାରଣତଃ ଚାଷବାସ ଓ ଲୁଗାବୁଣା ଉପରେ ନିର୍ଭର କରି ଚଳନ୍ତି। ହେଲେ ଗାଁରେ କିଛି ଦିନ ହେବ ମଦ୍ୟପଙ୍କ ଦୌରାତ୍ମ ବଢ଼ିବାରେ ଲାଗିଥିଲା। ଏଥିସହ ଗାଁରେ ମଦକୋଠି ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଥିଲା। ଫଳରେ ଗାଁର ଲୋକମାନେ ମଦ ପିଇ ଘରେ ବିଶୃଙ୍ଖଳା କରୁଥିଲେ। ମହିଳାମାନେ ଗାଁ ଦାଣ୍ଡକୁ ବାହାରିବାକୁ […]

ମଦ ବିକ୍ରି କଲେ ୩ ଲକ୍ଷ ଟଙ୍କା ଫାଇନ୍‌

nuapada

Advertisment

ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ମଖାପଦର ପଞ୍ଚାୟତର ଯୋଗିବାହାଲ ଗାଁରେ ପ୍ରାୟ ୧୫୦୦ ଲୋକ ବସବାସ କରନ୍ତି। ସେମାନେ ସାଧାରଣତଃ ଚାଷବାସ ଓ ଲୁଗାବୁଣା ଉପରେ ନିର୍ଭର କରି ଚଳନ୍ତି। ହେଲେ ଗାଁରେ କିଛି ଦିନ ହେବ ମଦ୍ୟପଙ୍କ ଦୌରାତ୍ମ ବଢ଼ିବାରେ ଲାଗିଥିଲା। ଏଥିସହ ଗାଁରେ ମଦକୋଠି ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଥିଲା। ଫଳରେ ଗାଁର ଲୋକମାନେ ମଦ ପିଇ ଘରେ ବିଶୃଙ୍ଖଳା କରୁଥିଲେ। ମହିଳାମାନେ ଗାଁ ଦାଣ୍ଡକୁ ବାହାରିବାକୁ ଭୟ କଲେ।  ତେଣୁ ଗାଁର ଯୁବକମାନେ ଏକତ୍ରିତ ହୋଇ ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲେ। ଯିଏ ଗାଁରେ ମଦ ବିକ୍ରି କରିବ ଓ ମଦକୋଠି ଖୋଲିବ ତାଙ୍କୁ ୩ ଲକ୍ଷ ଟଙ୍କା ଫାଇନ୍ ଦେବାକୁ ପଡ଼ିବ ବୋଲି ନିଷ୍ପତ୍ତି ନେଲେ। ଏମିତିକି ଫାଇନ୍‌ ଦେବା ପରେ ମଦ ବିକ୍ରି କଲେ ଗାଁରୁ ବାସନ୍ଦ କରାଯିବ ବୋଲି ସ୍ଥିର କଲେ। ଏହି ଘୋଷଣା ହେଲା ଦିନଠାରୁ ଗାଁରେ ମଦ ବିକ୍ରି ବନ୍ଦ ହୋଇଛି ଓ ସମସ୍ତେ ଶାନ୍ତିରେ ଅଛନ୍ତି। publive-image

Advertisment

ଗାଁର ବିରଜା ବାଗ କହିଛନ୍ତି, “ଆଗରୁ ଗାଁରେ ମଦ ବିକ୍ରି ହେଉଥିଲା। ଲୋକମାନେ ମଦ ପିଉଥିଲେ ଓ ଟଙ୍କା ପଇସା ବରବାଦ କରୁଥିଲେ। ମଦ ବିକ୍ରି ବନ୍ଦ ହେବା ଦ୍ୱାରା ମହିଳାମାନେ ସୁରକ୍ଷିତ ଅଛନ୍ତି। ଆମ ଗାଁର ଯୁବକମାନେ ସମସ୍ତଙ୍କୁ ଏକାଠି କରି ମିଟିଂ କରିଥିଲେ। ଆଉ ଗାଁରେ ମଦ ବିକ୍ରିକୁ ବନ୍ଦ କରି ଦେଇଥିଲେ। ଯିଏ ଗାଁରେ ମଦ ବିକିବ ତାକୁ  ୩ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ।”

ଗାଁ କମିଟି ସଦସ୍ୟ ଲୋକନାଥ ମେହେର କହିଛନ୍ତି, “ଆମ ଗାଁର ୪ରୁ ୫ଟି ଜାଗାରେ ମଦକୋଠି ଖୋଲା ଯାଇଥିଲା। ଆଉ ଲୋକମାନେ ମଦ ପିଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିଲେ। ଏଥିସହ ମାରିପଟ୍‌ କରୁଥିଲେ। ସେଥିପାଇଁ ଆମ କମିଟିର ଯୁବ ସଦସ୍ୟମାନେ ମା’ଭଉଣୀଙ୍କୁ ଏକାଠି କରି ମିଟିଂ କରିଥିଲେ। ଏବେ ପ୍ରାୟ ମାସ ହେବ ଗାଁରେ ମଦ ବିକ୍ରି ବନ୍ଦ ହୋଇଯାଇଛି। ଏହାସହ ଲୋକେ ମଧ୍ୟ ମଦ ପିଇବା ବନ୍ଦ କରି ଦେଇଛନ୍ତି। ଆମ ଗାଁରେ ଆଉ କେବେ ବି ମଦ ବିକ୍ରି ହେବ ନାହିଁ ବୋଲି ଆଶା କରୁଛୁ।” publive-image

Advertisment

ଗାଁର ୱାର୍ଡ ମେମ୍ୱର ଧରିତ୍ରୀ ମେହେର କହିଛନ୍ତି, “ପ୍ରାୟ ମାସେ ହେଲାଣି ଗାଁରେ ମଦ ବିକ୍ରି ପୂରା ବନ୍ଦ ହୋଇଯାଇଛି। ଯିଏ ଗାଁରେ ମଦ ବିକ୍ରି କରିବ ଫାଇନ୍‌ ଦେବ। ଏଥିସହ ତାଙ୍କୁ ଗାଁରୁ ବାହାର କରି ଦିଆଯିବ। ଏହି ନିୟମ ପରେ ଗାଁର ବାତାବରଣ ଭଲ ଅଛି।”

ଗାଁ କମିଟିର ଯୁବକମାନେ ଗାଁରେ ବୁଲି ଲୋକଙ୍କୁ ମଦ ପିଇବା ଓ ବିକ୍ରି କରିବା ଉପରେ ସଚେତନ କରୁଛନ୍ତି। ଗାଁର ବିଭିନ୍ନ କାନ୍ଥରେ ମଦ ବିକ୍ରି ବନ୍ଦ କରିବା ନେଇ ବିଭିନ୍ନ ସ୍ଲୋଗାନ୍‌ ଲେଖାଯାଉଛି। ଆଉ ବିଭିନ୍ନ ସମୟରେ ପଥପ୍ରାନ୍ତ ସଭା ବି ଆୟୋଜନ କରାଯାଉଛି। ଗାଁ କମିଟିର ଏଭଳି ନିଷ୍ପତ୍ତିକୁ ନେଇ ଗାଁର ମହିଳାମାନେ ବେଶ୍ ଖୁସି ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe