Advertisment

ଦେଖିବ ଆସ ଆମ ଗାଁ ଜଳପ୍ରପାତ

ବାଲିଗୁଡା(ଅଜିତ ନାୟକ): ଚାରିଆଡ଼େ ଘଞ୍ଚ ଜଙ୍ଗଲ। ଏଠି ସୂର୍ଯ୍ୟ କିରଣ ବି ଖୋଜେ ରାସ୍ତା। ହେଲେ ତାରି ଭିତରେ ଶୁଭୁଛି ପାଣିର କୁଳୁକୁଳୁ ନାଦ। ପାହାଡ଼ ଉପରୁ ଝରି ପଡୁଛି ସୁନ୍ଦର ଝରଣା। ଆଉ ଏସବୁ ଭିତରେ ରହିଛି ଛୋଟିଆ ଗାଁ ପାଙ୍ଗାଲି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଏହି ଗାଁ ଆଜି ବି ଅଳ୍ପ ବହୁତ ଅପହଞ୍ଚ ହୋଇ ରହିଛି। ହେଲେ ପାଙ୍ଗାଲି ଗାଁ ଭିତରେ ଲୁକ୍କାୟିତ ହୋଇ ରହିଥିବା ‘ମାଡାଏଜୁ’ ଜଳପ୍ରପାତ ଧୀରେ ଧୀରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଦେଖିବ ଆସ ଆମ ଗାଁ ଜଳପ୍ରପାତ

waterfall

ବାଲିଗୁଡା(ଅଜିତ ନାୟକ): ଚାରିଆଡ଼େ ଘଞ୍ଚ ଜଙ୍ଗଲ। ଏଠି ସୂର୍ଯ୍ୟ କିରଣ ବି ଖୋଜେ ରାସ୍ତା। ହେଲେ ତାରି ଭିତରେ ଶୁଭୁଛି ପାଣିର କୁଳୁକୁଳୁ ନାଦ। ପାହାଡ଼ ଉପରୁ ଝରି ପଡୁଛି ସୁନ୍ଦର ଝରଣା। ଆଉ ଏସବୁ ଭିତରେ ରହିଛି ଛୋଟିଆ ଗାଁ ପାଙ୍ଗାଲି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଏହି ଗାଁ ଆଜି ବି ଅଳ୍ପ ବହୁତ ଅପହଞ୍ଚ ହୋଇ ରହିଛି। ହେଲେ ପାଙ୍ଗାଲି ଗାଁ ଭିତରେ ଲୁକ୍କାୟିତ ହୋଇ ରହିଥିବା 'ମାଡାଏଜୁ' ଜଳପ୍ରପାତ ଧୀରେ ଧୀରେ ଲୋକଲୋଚନକୁ ଆସିଲାଣି। କାରଣ ଏବେ ଆଉ ଅପହଞ୍ଚ ହୋଇ ରହିନାହିଁ ପାଙ୍ଗାଲି ଗାଁ ଆଉ ଜଳପ୍ରପାତ।

Advertisment

ପର୍ଯ୍ୟଟକ ଆସିବେ, ୱାଟରଫଲ୍‌ ଦେଖିବେ। ଏଥିପାଇଁ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ। ବଣ ଜଙ୍ଗଲ ଦେଇ ଏହି ଜଳ ପ୍ରପାତକୁ ଆଗରୁ କାଁ ଭାଁ ପର୍ଯ୍ୟଟକ ଆସୁଥିଲେ। ଜଳପ୍ରପାତକୁ ସିଧାସଳଖ ମଜଭୁତ ରାସ୍ତାଟିଏ ନଥିଲା। ରାସ୍ତାରେ ପଡୁଥିବା ଛୋଟ ବଡ଼ ପାହାଡ଼ ୱାଟରଫଲ୍‌କୁ ଯିବା ବାଟରେ ପର୍ଯ୍ୟଟକଙ୍କୁ ବାଧା ଦେଉଥିଲା। ହେଲେ ଏବେ ପାହାଡ଼ ଚିରି ରାସ୍ତା ତିଆରି କରୁଛନ୍ତି ଗ୍ରାମବାସୀ। ତାହା ପୁଣି ନିଜସ୍ୱ ଖର୍ଚ୍ଚରେ।Road work

ପ୍ରଶାସନକୁ ଅପେକ୍ଷା ନକରି ନିଜ ଗାଁ ନିକଟରେ ଥିବା ଜଳପ୍ରପାତର ଉନ୍ନତି ପାଇଁ ଆଗେଇ ଆସିଛନ୍ତି ସମସ୍ତେ। ହାତରେ କୋଡ଼ି କୋଦାଳ ଧରି ଶତାଧିକ ପୁରୁଷ ମହିଳା ଲାଗି ପଡ଼ିଛନ୍ତି ରାସ୍ତା ନିର୍ମାଣରେ। ସେମାନଙ୍କର ଗୋଟିଏ ଜିଦ୍‌, ଜଳପ୍ରପାତ ଦେଖିବାକୁ ଆସୁଥିବା ପର୍ଯ୍ୟଟକ ସହଜ ଓ ସୁବିଧାରେ ବୁଲିବେ ଆଉ ଅଞ୍ଚଳର ବିକାଶ ହେବ। ପାଖାପାଖି ୫୦ ହଜାର ଟଙ୍କା ଚାନ୍ଦା ଆଦାୟ କରି ମାସେ ହେଲା ରାସ୍ତା କାମରେ ଲାଗିଛନ୍ତି ଗ୍ରାମବାସୀ। ଆସନ୍ତା ଏକ ସପ୍ତାହ ଭିତରେ ରାସ୍ତା କାମ ସରିବ ବୋଲି ଗ୍ରାମବାସୀ କହୁଛନ୍ତି।

Advertisment

ରାସ୍ତା କାମ ସରିଲେ ପାହାଡ଼ ଓ ଜଙ୍ଗଲ ଆଢ଼ୁଆଳରେ ଥିବା ମାଡାଏଜୁ ଜଳପ୍ରପାତ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ବୋଲି ଆଶା କରାଯାଉଛି। ସେପଟେ ପ୍ରଶାସନର ବିନା ସହଯୋଗରେ ପାଙ୍ଗାଲି ଗ୍ରାମବାସୀଙ୍କ ଉଦ୍ୟମକୁ ଚାରିଆଡେ ପ୍ରଶଂସା କରାଯାଉଛି।