କବିତାରେ ଯବାନଙ୍କ ଚିଠିଟିଏ, ପଢିଲେ କାନ୍ଦି ପକାଇବେ...

ମୁଁ ଯୁଦ୍ଧରେ ମରିଗଲେ ମୋ ଶବକୁ ମୋ ଗାଁ ମାଟିକୁ ପଠାଇଦେବ। ଆମ ଗାଁ ମଣାଣିରେ ମୋ ମା’ କୋଳରେ ଚିରନିଦ୍ରାରେ ଶୋଇଯିବାକୁ ଚାହେଁ ମୁଁ । ବୋଉକୁ ମୋର କହିଦେବ, ସେ ଯେମିତି ନ କାନ୍ଦେ। ତାକୁ ଖାଲି ଏତିକି କହିଦେବ ତା’ ପୁଅ କର୍ଣ୍ଣ ଭଳି ଲଢିଛି। ମୋ ପାଇଁ ଜମା କାନ୍ଦିବନି। ବାପାଙ୍କୁ କହିବ ମୋର ବଦ୍‌ମାସି ସବୁ ପିଲାବେଳୁ ଏତେ ସହିଥିଲେ, ଏଣିକି ଆଉ ଅଭିଯୋଗ ମଉକା ଦେବିନି। ଯାହା ଦୁଷ୍ଟାମୀ […]

55

55

Mihir Pattnayak
  • Published: Friday, 15 February 2019
  • Updated: 15 February 2019, 04:57 PM IST

Sports

Latest News

ମୁଁ ଯୁଦ୍ଧରେ ମରିଗଲେ ମୋ ଶବକୁ ମୋ ଗାଁ ମାଟିକୁ ପଠାଇଦେବ। ଆମ ଗାଁ ମଣାଣିରେ ମୋ ମା’ କୋଳରେ ଚିରନିଦ୍ରାରେ ଶୋଇଯିବାକୁ ଚାହେଁ ମୁଁ । ବୋଉକୁ ମୋର କହିଦେବ, ସେ ଯେମିତି ନ କାନ୍ଦେ। ତାକୁ ଖାଲି ଏତିକି କହିଦେବ ତା’ ପୁଅ କର୍ଣ୍ଣ ଭଳି ଲଢିଛି। ମୋ ପାଇଁ ଜମା କାନ୍ଦିବନି। ବାପାଙ୍କୁ କହିବ ମୋର ବଦ୍‌ମାସି ସବୁ ପିଲାବେଳୁ ଏତେ ସହିଥିଲେ, ଏଣିକି ଆଉ ଅଭିଯୋଗ ମଉକା ଦେବିନି। ଯାହା ଦୁଷ୍ଟାମୀ କରିଥିଲି, ମୋ ପିଲାଳିଆମି ଭାବି ସେ ଭୁଲିଯିବେ।

ତାଙ୍କୁ କହିଦେବ ମୁଁ ମରିନି, ମୁଁ ହାରିନି । ସାନ ଟୋକାର ମୋ ବାଇକ୍‌ ଉପରେ ଭାରି ଲୋଭ। ମୋ ବେଡ୍‌ରୁମ୍‌ ରାକେଟ୍‌ରେ ବାଇକ୍‌ ଚାବିଟା ଲୁଚେଇ ରଖିଥିଲି। ଆଉ ଲୁଚେଇ କିଛି ଲାଭ ନାହିଁ ସେ ବାଇକ୍‌ ଏବେଠୁ ତାର ହେଲା। ଭଉଣୀକି ମୋର କହିଦେବ ତା’ ଭାଇ ସୂର୍ଯ୍ୟାସ୍ତ ଯାଏଁ ସୁଖରେ ଶୋଇଯିବାକୁ ଚାହେଁ, ମତେ ଉଠାଇବନି।

ଶେଷରେ ମୋ ମାଟି, ମୋ ଦେଶକୁ କହିବ, ମତେ ସେ ଢେର ଦେଇଛି। ମୁଁ ଚାହିଁବି ତାର ଋଣ ସୁଝି ପାରିବିନି। ସେଇଥିପାଇଁ ତ ମୁଁ ଯୋଦ୍ଧା, ମୁଁ ତା’ର ବୀର ପୁଅ, ଏ ମୃତ୍ୟୁ ମୋ ପାଇଁ ଉପହାର।

ଇତି

ସହିଦ୍‌

ବି.ଦ୍ର: ଇଂରାଜୀରେ ଲେଖା ମୂଳ କବିତାଟି ଭାଇରାଲ ହେଉଛି। ଯାହାର ଗଦ୍ୟାର୍ଥ ଉପରେ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos