cup-final-man-flies
ନୂଆଦିଲ୍ଲୀ: ଏହା କୌଣସି ସୁପରହିରୋ ଫିଲ୍ମର କାହାଣୀ ନୁହେଁ। ସତ ପ୍ରତିଶତ ସତ ଘଟଣା। ଏକ ଫୁଟବଲ୍ ମ୍ୟାଚ୍ ପୂର୍ବରୁ ଜଣେ ବ୍ୟକ୍ତି ଉଡନ୍ତା ଅବସ୍ଥାରେ ଆସି ରେଫରୀଙ୍କୁ ବଲ୍ ଦେଇଛନ୍ତି। ଷ୍ଟାଡିୟମରେ ଥିବା ଦର୍ଶକ ଏପରି ରୋମାଞ୍ଚିତ ଦୃଶ୍ୟକୁ ଦେଖି ଆଚମ୍ବିତ ହୋଇ ଯାଇଥିଲେ। ଏପରି ଘଟଣା ଘଟିଛି ପର୍ତ୍ତୁଗାଲରେ।
[vc_video link="" align="center"]
ଗତ ରବିବାର ପର୍ତ୍ତୁଗିଜ୍ କପ୍ ଫାଇନାଲ ମ୍ୟାଚ୍ ଆରମ୍ଭ ପୂର୍ବରୁ ଜଣେ ବ୍ୟକ୍ତି ଉଡ଼ି ଉଡ଼ି ଆସି ପଡିଆରେ ରେଫରୀ ନିକଟରେ ପହଞ୍ଚି ବଲ୍ ପ୍ରଦାନ କରିଥିଲେ।
ଏହି ବ୍ୟକ୍ତି ଜଣକ ଏକ ବଡ ଡ୍ରୋନ ଉପରେ ଠିଆ ହୋଇ ପ୍ରାୟ ୭୦ ମିଟର ପର୍ଯ୍ୟନ୍ତ ଉଡାଣ ଭରିଥିଲେ। ବ୍ୟକ୍ତିଙ୍କ ଉଡାଣ ଭିଡିଓ ୟୁ-ଟ୍ୟୁବ୍ରେ ଭାଇରାଲ ହୋଇଛି। କେବଳ ଗୋଟିଏ ଦିନରେ ତିନି ଲକ୍ଷରୁ ଅଧିକ ଥର ଏହି ଭିଡିଓକୁ ଲୋକେ ଦେଖି ସାରିଲେଣି।
ରିପୋର୍ଟ ଓ ଫଟୋ- ଏନ୍ଡିଟିଭି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us