Advertisment

ଦିଆସିଲି କାଠିରେ ଟ୍ୟାଙ୍କ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଆସିଲି କାଠିରେ ତିଆରି ହୋଇଛି ଟ୍ୟାଙ୍କ। ଟ୍ୟାଙ୍କରେ ଲାଗିଛି ଭାରତର ଜାତୀୟ ପତାକା। ଏହି ସୁନ୍ଦର ଟ୍ୟାଙ୍କଟିକୁ ତିଆରି କରିଛନ୍ତି ଓଡ଼ିଶାର ଶାଶ୍ୱତ ରଞ୍ଜନ ସାହୁ। ପୁରୀରେ ରହୁଥିବା ଶାଶ୍ୱତଙ୍କୁ ଏହି ଟ୍ୟାଙ୍କ ତିଆରି କରିବାକୁ ଲାଗିଥିଲା ୬ ଦିନ। ଏଥିରେ ୨୨୫୬ଟି ଦିଆସିଲି କାଠି ବ୍ୟବହାର କରାଯାଇଛି। ଟ୍ୟାଙ୍କଟିର ଉଚ୍ଚତା ୯ ଇଞ୍ଚ ହୋଇଥିବା ବେଳେ ଚଉଡ଼ା ୮ ଇଞ୍ଚ। ଭାରତୀୟ ସେନାର ବୀର ଯବାନଙ୍କ ଉଦ୍ଦେଶ୍ୟରେ ଏହି ଟ୍ୟାଙ୍କକୁ ଉତ୍ସର୍ଗ […]

ଅଦ୍ୟତନ ହୋଇଛି
ଦିଆସିଲି କାଠିରେ ଟ୍ୟାଙ୍କ୍

tank

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଆସିଲି କାଠିରେ ତିଆରି ହୋଇଛି ଟ୍ୟାଙ୍କ। ଟ୍ୟାଙ୍କରେ ଲାଗିଛି ଭାରତର ଜାତୀୟ ପତାକା। ଏହି ସୁନ୍ଦର ଟ୍ୟାଙ୍କଟିକୁ ତିଆରି କରିଛନ୍ତି ଓଡ଼ିଶାର ଶାଶ୍ୱତ ରଞ୍ଜନ ସାହୁ।

Advertisment

ପୁରୀରେ ରହୁଥିବା ଶାଶ୍ୱତଙ୍କୁ ଏହି ଟ୍ୟାଙ୍କ ତିଆରି କରିବାକୁ ଲାଗିଥିଲା ୬ ଦିନ। ଏଥିରେ ୨୨୫୬ଟି ଦିଆସିଲି କାଠି ବ୍ୟବହାର କରାଯାଇଛି। ଟ୍ୟାଙ୍କଟିର ଉଚ୍ଚତା ୯ ଇଞ୍ଚ ହୋଇଥିବା ବେଳେ ଚଉଡ଼ା ୮ ଇଞ୍ଚ। ଭାରତୀୟ ସେନାର ବୀର ଯବାନଙ୍କ ଉଦ୍ଦେଶ୍ୟରେ ଏହି ଟ୍ୟାଙ୍କକୁ ଉତ୍ସର୍ଗ କରିଛନ୍ତି ଶାଶ୍ୱତ।

publive-imageକେବଳ ଏହି ଟ୍ୟାଙ୍କ ନୁହେଁ, ପୂର୍ବରୁ ଦିଆସିଲି କାଠିରେ ଅନେକ କଳାକୃତି ତିଆରି କରି ପ୍ରଶଂସିତ ହୋଇଛନ୍ତି ଶାଶ୍ୱତ। ନିକଟରେ ନୂଆ ବର୍ଷ ଅବସରରେ ଦିଆସିଲି କାଠିରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ତିଆରି କରି ଓଡ଼ିଶାର ରାଜ୍ୟପାଳଙ୍କୁ ଭେଟି ଦେଇଥିଲେ। ଏହି କଳାକୃତିଟିର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍ ମଧ୍ୟ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe