Advertisment

କେବଳ ପାଣିରେ ମରିଯିବ କରୋନା ଭୂତାଣୁ!

ମସ୍କୋ: ନୋଭେଲ୍ କରୋନା ଭୂତାଣୁ ବା କୋଭିଡ୍-୧୯ ବ୍ୟାଧି ମଣିଷ ସମାଜ ପାଇଁ ସବୁଠାରୁ ବଡ଼ ବିପତ୍ତି ସୃଷ୍ଟି କରିଛି। ସାରା ବିଶ୍ୱ କୋଭିଡ୍-୧୯ର ଟୀକା ଖୋଜୁଥିବା ବେଳେ ଦିନକୁ ଦିନ ଭୂତାଣୁ ଜନିତ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ଏଭଳି ସ୍ଥିତିରେ ବିଶେଷଜ୍ଞ, ବୈଜ୍ଞାନିକ, ଡାକ୍ତରମାନେ ଗବେଷଣା ଜାରି ରଖିଥିବା ବେଳେ ପ୍ରାୟତଃ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି। ଏହି କ୍ରମରେ ଏକ ସଦ୍ୟତମ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ, କେବଳ ପାଣି ନୋଭେଲ […]

ଅଦ୍ୟତନ ହୋଇଛି
କେବଳ ପାଣିରେ ମରିଯିବ କରୋନା ଭୂତାଣୁ!

water can kill corona

Advertisment

ମସ୍କୋ: ନୋଭେଲ୍ କରୋନା ଭୂତାଣୁ ବା କୋଭିଡ୍-୧୯ ବ୍ୟାଧି ମଣିଷ ସମାଜ ପାଇଁ ସବୁଠାରୁ ବଡ଼ ବିପତ୍ତି ସୃଷ୍ଟି କରିଛି। ସାରା ବିଶ୍ୱ କୋଭିଡ୍-୧୯ର ଟୀକା ଖୋଜୁଥିବା ବେଳେ ଦିନକୁ ଦିନ ଭୂତାଣୁ ଜନିତ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ଏଭଳି ସ୍ଥିତିରେ ବିଶେଷଜ୍ଞ, ବୈଜ୍ଞାନିକ, ଡାକ୍ତରମାନେ ଗବେଷଣା ଜାରି ରଖିଥିବା ବେଳେ ପ୍ରାୟତଃ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି। ଏହି କ୍ରମରେ ଏକ ସଦ୍ୟତମ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ, କେବଳ ପାଣି ନୋଭେଲ କରୋନା ଭୂତାଣୁକୁ ନଷ୍ଟ କରିପାରିବ।

Advertisment

ରୁଷିଆର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ନୋଭେଲ କରୋନା ଭୂତାଣୁକୁ ଜଳ ବା ପାଣି ଦ୍ୱାରା ୭୨ ଘଣ୍ଟା ମଧ୍ୟରେ ନଷ୍ଟ କରିଦିଆଯାଇପାରିବ। ରୁଷିଆର ବୈଜ୍ଞାନିକମାନେ ତୁର୍କୀର ଆଙ୍କାରାସ୍ଥିତ ଆନାଦୋଲୁ ଏଜେନ୍ସି (Anadolu Agency)ର ମୁଖ୍ଯାଳୟକୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଷ୍ଟେଟ୍ ରିସର୍ଚ୍ଚ ସେଣ୍ଟର ଅଫ୍ ଭାଇରୋଲୋଜୀ ଆଣ୍ଡ୍ ବାୟୋଟେକ୍ନୋଲୋଜୀ ଭେକ୍ଟର ଏହି ଅନୁଧ୍ୟାନ କରିଛି। ତଦ୍ଦନୁଯାୟୀ, ଫୁଟୁଥିବା ପାଣିର ତାପମାତ୍ରାରେ କୋଭିଡ୍-୧୯ ବ୍ୟାଧି ସୃଷ୍ଟି କରୁଥିବା SARS-CoV-2 ଭୂତାଣୁ ତତକ୍ଷଣାତ୍ ଏବଂ ସମ୍ପୂର୍ଣ୍ଣ ନଷ୍ଟ ହୋଇପାରେ।

ଉକ୍ତ ଗବେଷଣାରୁ ଜଣାପଡ଼ିଛି ଯେ, ରୁମ୍ ତାପମାତ୍ରାରେ ଥିବା ଜଳ ଅର୍ଥାତ୍ ସାଧାରଣ ଜଳରେ ୯୦ ପ୍ରତିଶତ ଭୂତାଣୁ କଣିକା ୨୪ ଘଣ୍ଟା ମଧ୍ୟରେ ଏବଂ ୭୨ ଘଣ୍ଟାରେ ୯୯.୯ ପ୍ରତିଶତ ଭୂତାଣୁ କଣିକା ନଷ୍ଟ ହୋଇଯାନ୍ତି। ଏଭଳି ଏକ ଅନୁଧ୍ୟାନ ରିପୋର୍ଟ ଗୁରୁବାର ରଷିଆନ୍ ଫେଡେରାଲ ସର୍ଭିସ୍ ଫର୍ ହ୍ୟୁମାନ ଓ୍ୱେଲବିଙ୍ଗ୍ ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି ଯେ, କରୋନା ଭୂତାଣୁର ସ୍ଥିରତା ଜଳର ତାପମାତ୍ରା ଉପରେ ସିଧାସଳଖ ନିର୍ଭରଶୀଳ।

Advertisment

କରୋନା ଭୂତାଣୁ ପାଣିରେ ଜୀବିତ ରହିପାରେ ବୋଲି କୁହାଯାଉଥିବା ବେଳେ ଏହି ଭୂତାଣୁ ସମୁଦ୍ର ଜଳ ବା ମଧୁର ଜଳରେ ବହୁଗୁଣିତ ହୋଇ ବିସ୍ତାର ହୋଇପାରିବ ନାହିଁ ଉକ୍ତ ରିପୋର୍ଟ ଦାବି କରିଛି। ଅନୁଧ୍ୟାନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଷ୍ଟେନଲେସ୍ ଷ୍ଟିଲ୍, ଲିନୋଲିୟମ୍, ଗ୍ଲାସ୍, ପ୍ଲାଷ୍ଟିକ୍ ଏବଂ ସେରାମିକ ପୃଷ୍ଠରେ କରୋନା ଭୂତାଣୁ ୪୮ ଘଣ୍ଟା ପର‌୍ୟ୍ୟନ୍ତ ସକ୍ରିୟ ରହିପାରେ।

ଅନ୍ୟପଟେ ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଅଧିକାଂଶ ଘରୋଇ ବିଷୋଧକ SARS-CoV-2 ଭୂତାଣୁ ବିରୁ୍ଦ୍ଧରେ ପ୍ରଭାବଶାଳୀ। ଇଥାଇଲ୍ ଏବଂ ଆଇସୋପ୍ରୋପିଲ ଅଲକୋହଲର ୩୦ ପ୍ରତିଶତ କନସେନଣ୍ଟ୍ରେସନ ଅଧା ମିନିଟ୍ ଅର୍ଥାତ୍ ଅଧା ମିନିଟ୍ ଅର୍ଥାତ୍ ୩୦ ସେକେଣ୍ଡରେ ୧ ଲକ୍ଷ ଭୂତାଣୁ କଣିକାକୁ ମାରିପାରେ। ହେଲେ ପୂର୍ବରୁ କରାଯାଇଥିବା ଅନୁଧ୍ୟାନ ରିପୋର୍ଟ ସହ ଏହି ତଥ୍ୟ ବିରୋଧ ସୃଷ୍ଟି କରୁଛି। ପୂର୍ବରୁ କୁହାଯାଇଥିଲା, ଭୂତାଣୁକୁ ନଷ୍ଟ କରିବାକୁ ୬୦ ପ୍ରତିଶତରୁ ଅଧିକ କନସେନଣ୍ଟ୍ରେସନ ଆବଶ୍ୟକ। ତେବେ ବିଷୋଧକ ସହ କ୍ଲୋରିନ୍ ମାତ୍ର ୩୦ ସେକେଣ୍ଡ ଭିତରେ କୌଣସି ପୃଷ୍ଠକୁ ସମ୍ପୂର୍ଣ୍ଣ କରୋନା ଭୂତାଣୁ ମୁକ୍ତ କରିପାରେ ବୋଲି ଏହି ଅନୁଧ୍ୟାନକୁ ଜଣାପଡ଼ିଛି।

ଅନ୍ୟପଟେ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି ଯେ, ଅଗଷ୍ଟ ମଧ୍ୟଭାଗରେ ଏକ କରୋନା ଟୀକାକୁ ବ୍ୟାପକ ଭାବେ ବ୍ୟବହାର ପାଇଁ ଅନୁମୋଦନ କରିବାକୁ ରୁଷ ଚିନ୍ତା କରୁଛି। ତେବେ କୋଭିଡ୍-୧୯ ଟୀକା ପରୀକ୍ଷଣକୁ ନେଇ କୌଣସି ବୈଜ୍ଞାନିକ ତଥ୍ୟ ଏଯାବତ ଜାରି କରାଯାଇ ନାହିଁ।

Odia Health Tips Lifestyle News In Odia Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe