ମାଟିରେ ମିଶିବାକୁ ଯାଉଛି ଐତିହାସିକ କୀର୍ତ୍ତିରାଜ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ରାଜ୍ୟରେ ଅନେକ ଐତିହାସିକ ମନ୍ଦିର ଓ ମୂର୍ତ୍ତି ରହିଛି। ଯାହାକୁ ଦେଖିଲେ ଆଖି ଲାଗିଯାଏ। ଏହାହିଁ ଓଡ଼ିଶା ଇତିହାସକୁ ଗୌରାବନ୍ୱିତ କରେ। କିନ୍ତୁ ଏବେ ସେହି ଐତିହାସିକ ବିଭବ ଗୁଡ଼ିକ ଧ୍ୱଂସ ପାଇବାକୁ ଲାଗିଲାଣି। ଆମେ କହୁଛୁ ଟିଟିଲାଗଡ଼ ବ୍ଲକର ବାଲିପଦର ଗାଁ କଥା। ଏହି ଗାଁରେ ଅତି ପ୍ରାଚୀନ ମନ୍ଦିର ଓ କଳାକୃତ୍ତି ବର୍ତ୍ତମାନ ମଧ୍ୟ ରହିଥିବା ବେଳେ ସେଥିରୁ କିଛି ଭାଙ୍ଗିରୁଜି ଗଲାଣି ତ ଆଉ କେତେ ଲୋପ […]

titilagarh

titilagarh

Ranjit Kumar Jena
  • Published: Friday, 27 August 2021
  • Updated: 27 August 2021, 10:08 PM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ରାଜ୍ୟରେ ଅନେକ ଐତିହାସିକ ମନ୍ଦିର ଓ ମୂର୍ତ୍ତି ରହିଛି। ଯାହାକୁ ଦେଖିଲେ ଆଖି ଲାଗିଯାଏ। ଏହାହିଁ ଓଡ଼ିଶା ଇତିହାସକୁ ଗୌରାବନ୍ୱିତ କରେ। କିନ୍ତୁ ଏବେ ସେହି ଐତିହାସିକ ବିଭବ ଗୁଡ଼ିକ ଧ୍ୱଂସ ପାଇବାକୁ ଲାଗିଲାଣି। ଆମେ କହୁଛୁ ଟିଟିଲାଗଡ଼ ବ୍ଲକର ବାଲିପଦର ଗାଁ କଥା। ଏହି ଗାଁରେ ଅତି ପ୍ରାଚୀନ ମନ୍ଦିର ଓ କଳାକୃତ୍ତି ବର୍ତ୍ତମାନ ମଧ୍ୟ ରହିଥିବା ବେଳେ ସେଥିରୁ କିଛି ଭାଙ୍ଗିରୁଜି ଗଲାଣି ତ ଆଉ କେତେ ଲୋପ ପାଇ ସାରିଲାଣି। ଏହି ପୁରାତନ ମନ୍ଦିର ଓ ମୂର୍ତ୍ତିକୁ ପୁନରୁଦ୍ଧାର କରାନଗଲେ, ଆଗାମୀ ଦିନରେ ଏହାର ଜରାବର୍ଣ୍ଣ ରହିବ ନାହିଁ ବୋଲି ଗବେଷକମାନେ କହିଛନ୍ତି।

ଟିଟିଲାଗଡ ବ୍ଲକ୍ ବିନେକେଲା ପଞ୍ଚାୟତର ବାଲିପଦର ଗାଁ। ଏହି ଗାଁଟି ଛୋଟ ହେଲେ ବି ଏଠାରେ ଥିବା ପ୍ରାଚୀନ ମନ୍ଦିର ଓ ପଥର ଖୋଦେଇ କଳାକୃତି ଏହାକୁ ଅନ୍ୟ ଗାଁମାନଙ୍କ ଠାରୁ ଭିନ୍ନ କରି ରଖିଛି। ଗାଁର ପୂର୍ବ ଦିଗରେ ଅଛି ଦେବ ଦେବ ମହାଦେବଙ୍କ ମନ୍ଦିର। ଏହି ମନ୍ଦିରଟି ଗାଁଲୋକେ ମାତ୍ର କିଛି ବର୍ଷ ତଳେ ନିର୍ମାଣ କରିଥିଲେ। ଏହାର ପାଖରେ ଦୁଇଟି ଅତି ପ୍ରାଚୀନ ମନ୍ଦିର ରହିଛି। ମନ୍ଦିର ଦୁଇଟି ପ୍ରାୟତଃ ଭାଙ୍ଗି ଯାଇଛି ଏବଂ ଏଠାରେ କୌଣସି ପ୍ରକାର ପୂଜା ହେଉ ନାହିଁ।

ମନ୍ଦିର ଦୁଇଟିର ନିର୍ମାଣ ଶୈଳୀ ଐତିହାସିକ ପୀଠ ରାଣିପୁର ଝରିଆଲ ସହିତ ସାମଞ୍ଜସ୍ୟ ରହିଛି। ବହୁତ ବଡ଼ବଡ଼ ପଥରରେ ମନ୍ଦିର ଦୁଇଟି ନିର୍ମାଣ କରାଯାଇଛି। ବର୍ତ୍ତମାନ ମଧ୍ୟ ଏଠାରେ କିଛି କିଛି ସୂକ୍ଷ୍ମ କାରୁକାର୍ଯ୍ୟ ଥିବାର ଦେଖିବାକୁ ମିଳେ। ଏହାଛଡା ମନ୍ଦିର ନିକଟରେ ଥିବା ଜମି ମଧ୍ୟରେ ଅନେକ ପ୍ରାଚୀନ ମୂର୍ତ୍ତି ତଥା ପଥର ପଡ଼ି ରହିଥିବା ଦେଖିବାକୁ ମିଳିଛି। ତେବେ ଏହି ମନ୍ଦିର କେବେ ଓ କିଏ ତିଆରି କରିଥିଲା ତାହା ସଠିକ ଭାବରେ କେହି କହି ପାରୁନାହାନ୍ତି। କିନ୍ତୁ ଏହି ମନ୍ଦିର କଳାହାଣ୍ଡି ଜିଲ୍ଲାର ବେଲଖଣ୍ଡି ଓ ବଲାଙ୍ଗିର ଜିଲ୍ଲା ରାଣିପୁର ଝରିଆଲ ମନ୍ଦିରର ସମସାମୟିକ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ରକ୍ଷଣା ବେକ୍ଷଣ ଅଭାବରୁ ଏହା ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।

ସେହିପରି ଗାଁର ପଶ୍ଚିମ ଦିଗରେ ରହିଥିବା ପଥର ଚଟାଣରେ ଅନେକ ପୁରୁଣା ମୂର୍ତ୍ତି ଖୋଦେଇ ହୋଇଥିବା ଦେଖିବାକୁ ମିଳିଛି। ଏହି ମୂର୍ତ୍ତି ଗୁଡ଼ିକର କାରୁକାର୍ଯ୍ୟ ମଧ୍ୟ ବେଶ୍ ସୂକ୍ଷ୍ମ। ତେବେ ଏପରି ପ୍ରାଚୀନ କୀର୍ତ୍ତି ଗୁଡ଼ିକ ଏପରି ଅପନ୍ତରା ଭାବରେ ପଡ଼ି ପଡ଼ି ଧ୍ୱଂସ ହେଉଛି ସିନା ଏଗୁଡ଼ିକର ପୁନରୁଦ୍ଧାର ଲାଗି କେହି ତତ୍ପରତା ଦେଖାଉ ନାହାନ୍ତି। ଗବେଷକଙ୍କ ମତ ଅନୁସାରେ ଏହି ଅଞ୍ଚଳ ଏକଦା ତୈତେଳିକ ଜନପଦ ବୋଲି ଜଣା ଯାଉଥିଲା। ଏହା କୋଶଳ ମହା ଜନପଦର ଏକ ଅଂଶ ଥିଲା। ଏଠାରେ ଯେଉଁ ପ୍ରାଚୀନ ମନ୍ଦିର ଗୁଡ଼ିକ ଦେଖିବାକୁ ମିଳିଛି ତାହା ଷଷ୍ଠରୁ ସପ୍ତମ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମିତ ହୋଇଥିବା ଅନୁମାନ କରାଯାଉଛି।

ଯଦି ଏହି ପ୍ରାଚୀନ କୀର୍ତ୍ତି ଗୁଡ଼ିକର ପୁନରୁଦ୍ଧାର କରା ନଯାଏ, ତାହେଲେ ଭବିଷ୍ୟତରେ ଏଗୁଡ଼ିକର ଆଉ ଚିହ୍ନବର୍ଣ୍ଣ ରହିବ ନାହିଁ ବୋଲି ଗବେଷକ ମାନେ ମତ ଦେଇଛନ୍ତି। ଟିଟିଲାଗଡ ତହସିଲଦାର ଏହ ସଂକ୍ରାନ୍ତରେ ଅନୁଧାୟନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି। ଏହାସହ ପୁରୁଣା ଐତିହ୍ୟ ଗୁଡ଼ିକୁ ପୁନରୁଦ୍ଧାର କରି ଏଗୁଡ଼ିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଚେଷ୍ଟା ଜାରି ରଖିଥିବା କଥା କହୁଛନ୍ତି। ତେବେ ଏହି କାର୍ଯ୍ୟକ୍ରମ କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ନରଖି ଅନ୍ୟ ଅଞ୍ଚଳ ମାନଙ୍କରେ ମଧ୍ୟ କଲେ ପଶ୍ଚିମଓଡିଶାର ଏହି ବିଲୁପ୍ତ ପ୍ରାୟ ଐତିହ ଓ ସଂସ୍କୃତି ବିଷୟରେ ଅନେକ ଜାଣିପାରନ୍ତେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story