Advertisment

‘ରାମାୟଣ’ର ସୀତା ଏବେ କରୁଛନ୍ତି କ’ଣ, ପଢ଼ନ୍ତୁ ଏହି ରିପୋର୍ଟରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୌରାଣିକ ଧାରାବାହିକ ‘ରାମାୟଣ’ରେ ମାତା ସୀତାଙ୍କ ଚରିତ୍ରରେ ନିଖୁଣ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇପାରିଥିଲେ ଦୀପିକା ଚିଖାଲିଆ। ୧୯୮୭-୮୮ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଥିବା ଏହି ଧାରାବାହିକରେ ଦୀପିକାଙ୍କ ଅଭିନୟ ଯାଦୁର ପଟାନ୍ତର ନାହିଁ। ଏମିତିକି ଲୋକେ ସେତେବେଳେ ଦୀପିକାଙ୍କୁ ପୂଜା କରୁଥିଲେ। ଦୀପିକାକଙ୍କୁ ଏବେ ୫୩ ବର୍ଷ ଛୁଇଁଲାଣି। ୨୯ ଏପ୍ରିଲ୍‌ ୧୯୬୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଦୀପିକା ରାମାୟଣ ସିରିଏଲରେ ଅଭିନୟ କରିବା ପୂର୍ବରୁ କେତେକ ସିନେମାରେ କାମ କରିଥିଲେ। ତେବେ […]

ଅଦ୍ୟତନ ହୋଇଛି
‘ରାମାୟଣ’ର ସୀତା ଏବେ କରୁଛନ୍ତି କ’ଣ, ପଢ଼ନ୍ତୁ ଏହି ରିପୋର୍ଟରେ

sita-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୌରାଣିକ ଧାରାବାହିକ ‘ରାମାୟଣରେ ମାତା ସୀତାଙ୍କ ଚରିତ୍ରରେ ନିଖୁଣ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇପାରିଥିଲେ ଦୀପିକା ଚିଖାଲିଆ। ୧୯୮୭-୮୮ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଥିବା ଏହି ଧାରାବାହିକରେ ଦୀପିକାଙ୍କ ଅଭିନୟ ଯାଦୁର ପଟାନ୍ତର ନାହିଁ। ଏମିତିକି ଲୋକେ ସେତେବେଳେ ଦୀପିକାଙ୍କୁ ପୂଜା କରୁଥିଲେ। ଦୀପିକାକଙ୍କୁ ଏବେ ୫୩ ବର୍ଷ ଛୁଇଁଲାଣି। ୨୯ ଏପ୍ରିଲ୍‌ ୧୯୬୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଦୀପିକା ରାମାୟଣ ସିରିଏଲରେ ଅଭିନୟ କରିବା ପୂର୍ବରୁ କେତେକ ସିନେମାରେ କାମ କରିଥିଲେ।

Advertisment

ତେବେ ରାମାୟଣ ସିରିଏଲ୍‌ରେ ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଏବେ କେମିତି ଅଛନ୍ତି ଓ କ’ଣ କରୁଛନ୍ତି ଜାଣିଛନ୍ତି କି? ଆଜି ଆସନ୍ତୁ ତାଙ୍କ ବିଷୟରେ କିଛି ଖାସ୍‌ କଥା ଜାଣିବୁ। ୧୯୮୬ରେ ଭଗବାନ ଦାଦା, ୧୯୮୭ରେ ରାତ୍‌କେ ଅନ୍ଧେରେ ମେଁ, ୧୯୯୪ରେ ଖୁଦାଇ ଆଦି ଫିଲ୍ମରେ କାମ କରିଥିଲେ ଦୀପିକା। ହେଲେ ତାଙ୍କ ଅଭିନୀତ 'ରାମାୟଣ' ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲା।

publive-imageଜଣାଶୁଣା ପୌରାଣିକ ଧାରାବାହିକ ନିର୍ମାତା ରାମାନନ୍ଦ ସାଗରଙ୍କ ପ୍ରଯୋଜିତ ଏହି ରାମାୟଣ ସିରିଏଲ୍‌ରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅରୁଣ ଗୋବିଲ ଏବଂ ସୀତା ଭୂମିକାରେ ଦିପିକା ଚିଖାଲିଆଙ୍କୁ ନିଆଯାଇ ଥିଲା। ଏହି କାଳଜୟୀ ଧାରାବାହିକ ଆଜି ବି ବେଶ ଲୋକପ୍ରିୟତାର ଶୀର୍ଷରେ ରହିଛି। ହେଲେ ସେତେବେଳେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆ ଏବେ ଏକ କସ୍‌ମେଟିକ୍‌ କମ୍ପାନୀର ମାର୍କେଟିଂ ଟିମ୍‌ ହେଡ୍‌ ଅଛନ୍ତି।

Advertisment

ଦୀପିକା ହେମନ୍ତ ଟିପିୱାଲାଙ୍କୁ ବିବାହ କରିଛନ୍ତି। ଶୃଙ୍ଗାର ବିନ୍ଦି ଏବଂ ଟିପ୍ସ ଆଣ୍ଡ ଟୋଜ୍‌ ନେଲପଲିସିର ମାଲିକ ଅଛନ୍ତି ହେମନ୍ତ ଟୀପିୱାଲା। ସେହି କମ୍ପାନୀରେ ଦୀପିକା ମାର୍କେଟିଂ ଟିମ୍‌ ମୁଖ୍ୟ ଅଛନ୍ତି। ଦୀପିକାଙ୍କର ୨ ଜଣ ଝିଅ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe