Advertisment

ଏଲଏସି ଓ ଏଲଓସି ମଧ୍ୟରେ ପାର୍ଥକ୍ୟ କ’ଣ?

ନୂଆଦିଲ୍ଲୀ: ଭାରତର କେତେକ ପଡ଼ୋଶୀ ଦେଶ ସହିତ ସୀମା ବିବାଦ ରହିଛି। ଚୀନ୍ ଏବଂ ପାକିସ୍ତାନ ସହିତ ସୀମା ବିବାଦ ଅନେକ ସମୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି। ତେବେ ଚୀନ୍ ସହିତ ଲଦାଖର ଗୁଲଓ୍ୱାନ ଉପତ୍ୟକାରେ ହୋଇଥିବା ବିବାଦ ବେଳେ ଏଲଏସି (ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍) କଥା କୁହାଯାଉଛି। ସେହିପରି ପାକିସ୍ତାନ ସହିତ ସୀମା ବିବାଦ ବେଳେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) କଥା ଉଠିଥାଏ। ତେବେ ଏଲଓସି ଓ ଏଲଏସି ମଧ୍ୟରେ କ’ଣ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଏଲଏସି ଓ ଏଲଓସି ମଧ୍ୟରେ ପାର୍ଥକ୍ୟ କ’ଣ?

difference between LOC & LAC

ନୂଆଦିଲ୍ଲୀ: ଭାରତର କେତେକ ପଡ଼ୋଶୀ ଦେଶ ସହିତ ସୀମା ବିବାଦ ରହିଛି। ଚୀନ୍ ଏବଂ ପାକିସ୍ତାନ ସହିତ ସୀମା ବିବାଦ ଅନେକ ସମୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି। ତେବେ ଚୀନ୍ ସହିତ ଲଦାଖର ଗୁଲଓ୍ୱାନ ଉପତ୍ୟକାରେ ହୋଇଥିବା ବିବାଦ ବେଳେ ଏଲଏସି (ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍) କଥା କୁହାଯାଉଛି। ସେହିପରି ପାକିସ୍ତାନ ସହିତ ସୀମା ବିବାଦ ବେଳେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) କଥା ଉଠିଥାଏ। ତେବେ ଏଲଓସି ଓ ଏଲଏସି ମଧ୍ୟରେ କ’ଣ ରହିଛି ପାର୍ଥ୍ୟକ୍ୟ?

Advertisment

ଏଲଓସି (LOC)

ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି)ରେ ଏକ ସୀମା ରେଖା ରହିଛି। ଯାହାକି ଦୁଇ ଦେଶ ମଧ୍ୟରେ ବୁଝାମଣା ଅନୁଯାୟୀ ହୋଇଛି। ଏହା କିନ୍ତୁ ଚୂଡ଼ାନ୍ତ କିମ୍ୱା ଅନ୍ତର୍ଜାତୀୟ ସୀମା ରେଖା ନୁହଁ। ଦୁଇ ଦେଶର ଭୌଗୋଳିକ ସୀମା ବିବାଦର ସମାଧାନ ହେଲେ ଜାତିସଂଘ ଏହାକୁ ଅନୁମତି ଦିଏ। ଆଉ ଏହାକୁ ଅନ୍ତର୍ଜାତୀୟ ସୀମା ରେଖା କୁହାଯାଏ। ଅନ୍ୟାନ୍ୟ ଦେଶମାନଙ୍କରେ ଏହି ଅନ୍ତର୍ଜାତୀୟ ସୀମାରେଖା ରହିଛି।

ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏଲଓସି ଅନ୍ତର୍ଜାତୀୟ ସୀମା ନୁହେଁ। ଏହା ଉଭୟ ଦେଶ ନିୟନ୍ତ୍ରଣରେ ଥିବା ଅଞ୍ଚଳର ସୀମାରେଖା। ଏହି ନିୟନ୍ତ୍ରଣ ରେଖା ବସ୍ତୁତଃ ସୀମା ଭାବେ କାମ କରୁଥିଲେ ମଧ୍ୟ ଉଭୟ ଦେଶ ଏହାକୁ ଆଇନଗତ ସ୍ୱୀକୃତି ଦେଇନାହାନ୍ତି। ଭାରତର ଦାବି ଅନୁସାରେ ସମଗ୍ର ଜାମ୍ମୁକାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଏଲଓସିକୁ ଅନ୍ତର୍ଜାତୀୟ ସୀମାରେଖା ଭାବେ ଗ୍ରହଣ କଲେ ପାକିସ୍ତାନ ନିୟନ୍ତ୍ରଣରେ ଥିବା ଜାମ୍ମୁକାଶ୍ମୀର ଉପରେ ଦାବି ଛାଡ଼ିବାକୁ ହେବ। ଏହି କାରଣରୁ ଏଲଓସିକୁ ଏବେ ସୁଦ୍ଧା ଅନ୍ତର୍ଜାତୀୟ ସୀମା ଭାବେ ଗ୍ରହଣ କରାଯାଇନାହିଁ। ଏବେ ଏହି ଏଲଓସି ବା ନିୟନ୍ତ୍ରଣ ରେଖାର ଲମ୍ବ ପ୍ରାୟ ୭୭୬ କିଲୋମିଟର। ଏଲଓସିର ଭାରତୀୟ ଅଂଶ (ଦକ୍ଷିଣ ଏବଂ ପୂର୍ବ ଭାଗ) ଜମ୍ମୁ କାଶ୍ମୀର ଭାବରେ ଜଣାଶୁଣା ଯାହା କଶ୍ମୀରର ପ୍ରାୟ ୪୫ ପ୍ରତିଶତ।

Advertisment

ଏଲଏସି (LAC)

ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ୍ ବା ବାସ୍ତବ ନିୟନ୍ତ୍ରଣ ରେଖା ହେଉଛି ଚୀନ୍ ଏହଂ ଭାରତ ମଧ୍ୟରେ ଥିବା ଏକ ବାଉଣ୍ଡରୀ। ୧୯୬୨ ଭାରତ-ଚୀନ ଯୁଦ୍ଧ ପରେ ଉଭୟ ଦେଶ ଯେଉଁ ଅଞ୍ଚଳ ନିୟନ୍ତ୍ରଣରେ ଥିଲେ ସେହି ଅଞ୍ଚଳ ଦେଇ ଏହି ରେଖା ଗତି କରିଛି। ଏହା ମଧ୍ୟ ସର୍ବସ୍ୱୀକୃତ ଅନ୍ତର୍ଜାତୀୟ ସୀମାରେଖା ନୁହେଁ। ୧୯୯୩ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ଅନୁସାରେ ଉଭୟ ଦେଶ ଏହି ବାସ୍ତବ ନିୟନ୍ତ୍ରଣ ରେଖା ଟପିବେ ନାହିଁ ବୋଲି ସର୍ତ୍ତ ରହିଛି। ତଥାପି ଏହାକୁ ଉଭୟ ପକ୍ଷ ଅନ୍ତର୍ଜାତୀୟ ସୀମାରେଖା ଭାବେ ଏଯାଏଁ ଗ୍ରହଣ କରିନାହାନ୍ତି।

ଏଲଏସି ଭାରତୀୟ ନିୟନ୍ତ୍ରିତ ଅଞ୍ଚଳକୁ ଚୀନ୍ ନିୟନ୍ତ୍ରିତ ଅଞ୍ଚଳରୁ ପୃଥକ କରେ। ଏହା ଏକ ବଡ ଖାଲି ଅଞ୍ଚଳ ଏବଂ ପ୍ରାୟ ୫୦ ରୁ ୧୦୦ କିଲୋମିଟର ଦୂରତା ଭାରତ ଏବଂ ଚୀନ୍ ସେନା ବାହିନୀ ଦ୍ୱାରା ପରିଚାଳିତ। ଚୀନ୍ ସରକାର ଏଲଏସିକୁ ପ୍ରାୟ ୨,୦୦୦ କିଲୋମିଟର ବୋଲି ବିବେଚନା କରୁଥିବାବେଳେ ଭାରତ ଏଲଏସିକୁ ୩,୪୮୮ କିଲୋମିଟର ବୋଲି ବିଚାର କରେ।

ଏଲଏସିକୁ ତିନୋଟି ଅଞ୍ଚଳରେ ବିଭକ୍ତ କରାଯାଇଛି: ଲଦାଖର ପଶ୍ଚିମ କ୍ଷେତ୍ର, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶର ମଧ୍ୟମ କ୍ଷେତ୍ର ଏବଂ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମକୁ ବିସ୍ତାର କରୁଥିବା ପୂର୍ବ କ୍ଷେତ୍ର।

ଭାରତ ଏବଂ ଚୀନ୍

ଭାରତ ଚୀନ୍ ମଧ୍ୟରେ ନିକଟରେ ହୋଇଥିବା ବିବାଦ ପୂର୍ବରୁ ୨୦୧୭ରେ ଡୋକଲାମ୍, ୨୦୧୪ରେ ଚୁମାର, ୨୦୧୩ରେ ଡେପସାଙ୍ଗ ଏବଂ ୧୯୮୭ରେ ସୁମଦୋରଙ୍ଗ ମଧ୍ୟରେ ବିବାଦ ହୋଇଛି। ଏହି ସମୟରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ।

ଭାରତ ଏବଂ ପାକିସ୍ତାନ

ଏଲଓସିରେ ମଧ୍ୟ ସମାନ ପ୍ରକାରର ପରିସ୍ଥିତି ଅଛି ଯେଉଁଠାରେ ପାକିସ୍ତାନୀ ସେନା ଭାରତରେ ଆତଙ୍କବାଦୀ ପଠାଇବା ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର ଅଞ୍ଚଳ ବ୍ୟବହାର କରୁଛନ୍ତି।

India-China Clash India-china Border Tension Line Of Control LOC & LAC