Advertisment

କେବେ ଖୋଲିବ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରକ୍ତଭଣ୍ଡାର

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକ୍‌ରେ ପ୍ରାୟ ୧୩ ଲକ୍ଷ ଲୋକ ବସବାସ କରନ୍ତି।  ଆଉ ଏତେ ସଂଖ୍ୟକ ଲୋକଙ୍କ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକମାତ୍ର ରକ୍ତଭଣ୍ଡାର ରହିଛି। ତେବେ ଏହି ରକ୍ତଭଣ୍ଡାରରେ ଆବଶ୍ୟକ ଷ୍ଟାଫ୍‌ ନଥିବାରୁ ନିୟମିତ ବ୍ଲଡ୍‌ କ୍ୟାମ୍ପ୍ କରାଯାଇପାରୁ ନାହିଁ। ତେଣୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଭାରି ହଇରାଣ ହେଉଛନ୍ତି। ଆବଶ୍ୟକ ବେଳେ ରକ୍ତ ମିଳୁ ନାହିଁ। ଅନ୍ୟପକ୍ଷରେ ସଦର ମହକୁମା ଠାରୁ ୬୦ କିଲୋମିଟର ଦୂରରେ […]

କେବେ ଖୋଲିବ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରକ୍ତଭଣ୍ଡାର

nabarangpur

Advertisment

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକ୍‌ରେ ପ୍ରାୟ ୧୩ ଲକ୍ଷ ଲୋକ ବସବାସ କରନ୍ତି।  ଆଉ ଏତେ ସଂଖ୍ୟକ ଲୋକଙ୍କ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକମାତ୍ର ରକ୍ତଭଣ୍ଡାର ରହିଛି। ତେବେ ଏହି ରକ୍ତଭଣ୍ଡାରରେ ଆବଶ୍ୟକ ଷ୍ଟାଫ୍‌ ନଥିବାରୁ ନିୟମିତ ବ୍ଲଡ୍‌ କ୍ୟାମ୍ପ୍ କରାଯାଇପାରୁ ନାହିଁ। ତେଣୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଭାରି ହଇରାଣ ହେଉଛନ୍ତି। ଆବଶ୍ୟକ ବେଳେ ରକ୍ତ ମିଳୁ ନାହିଁ।

Advertisment

ଅନ୍ୟପକ୍ଷରେ ସଦର ମହକୁମା ଠାରୁ ୬୦ କିଲୋମିଟର ଦୂରରେ ଥିବା ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଉ ଗୋଟିଏ ରକ୍ତଭଣ୍ଡାର ଖୋଲିବାକୁ ଦାବି ହୋଇଥିଲା। ଏନେଇ ଲୋକ ଆନ୍ଦୋଳନ ମଧ୍ୟ କରିଥିଲେ। ଏହାପରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଭଣ୍ଡାର ଖୋଲିବାକୁ ୨୦୧୭ ମସିହାରେ ତତ୍‌କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଆଉ ସେହିବର୍ଷ ହିଁ ଏଥିପାଇଁ ରାଜ୍ୟ ରାଜକୋଷରୁ ୪୩ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା ।

ଏହାପରେ ବ୍ଲଡ୍‌ବ୍ୟାଙ୍କ୍ ପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୁରୁଣା କୋଠାକୁ ୫ ଲକ୍ଷ ଟଙ୍କା ବ୍ୟୟରେ ମରାମତି କରାଯାଇଥିଲା। ହେଲେ ପରିତାପର ବିଷୟ ଆଜି ଯାଏ ରକ୍ତଭଣ୍ଡାର ପାଇଁ ଆବଶ୍ୟକ ଉପକରଣ ଆସିପାରିଲା ନାହିଁ। ତେଣୁ ରକ୍ତଭଣ୍ଡାର ଖୋଲା ଯାଇପାରୁ ନାହିଁ।publive-image

Advertisment

ଏନେଇ ଜଣେ ରୋଗୀଙ୍କ ସମ୍ପର୍କୀୟ ବିଭୂ ପଟ୍ଟନାୟକ କହିଛନ୍ତି, “ନବରଙ୍ଗପୁର ଡାକ୍ତରଖାନାରେ ଥିବା ରକ୍ତଭଣ୍ଡାରରେ ସବୁ ବେଳେ ରକ୍ତ ମିଳୁ ନାହିଁ। ହଠାତ୍‌ କୌଣସି ରୋଗୀଙ୍କର ରକ୍ତ ଆବଶ୍ୟକ ହେଲେ ମିଳିପାରୁ ନାହିଁ। ଅତିଶୀଘ୍ର ଉମରକୋଟ ଡାକ୍ତରଖାନାର ରକ୍ତ ଭଣ୍ଡାର କାର୍ଯ୍ୟକାରୀ ହେଲେ ସେଠାକାର ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ।”

ଅନେକ ସମୟରେ ରକ୍ତ ଅଭାବରୁ ରୋଗୀ ଜୀବନ ହରାଇଥିବାର ନଜିର ରହିଥିବା ବେଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ରକ୍ତଭଣ୍ଡାରରେ ୨୦୧୭ ମସିହାରୁ ଆବଶ୍ୟକ କର୍ମଚାରୀ ନାହାନ୍ତି। ସ୍ଥାୟୀ କର୍ମଚାରୀଙ୍କ ବଦଳରେ ଡେପୁଟେସନ୍‌ରେ ଆସିଥିବା କର୍ମଚାରୀଙ୍କୁ ନେଇ କାମ ଚାଲିଛି। ସିଫ୍ଟ ଅନୁଯାୟୀ ୮ ଜଣ ଲ୍ୟାବ୍ ଟେକ୍‌ନିସିଆନ୍‌ଙ୍କ ବଦଳରେ ମାତ୍ର ୩ ଜଣ ଅଛନ୍ତି। ସେହିପରି ୭ଜଣ ଆଟେଣ୍ଡାଣ୍ଟଙ୍କ ସ୍ଥାନରେ ୩ ଜଣ ଅଛନ୍ତି। ୩ ଜଣ ସ୍ୱିପର୍‌ଙ୍କ ବଦଳରେ ଜଣେ ସ୍ୱିପର୍ ଅଛନ୍ତି। ରକ୍ତ ଭଣ୍ଡାରରେ ୪ ଜଣ ଷ୍ଟାଫ୍ ନର୍ସ ରହିବା କଥା। ହେଲେ ଜଣେ ବି ଷ୍ଟାଫ୍‌ ନର୍ସ ନାହାନ୍ତି। ଏଥିପାଇଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।publive-image

ସ୍ଵେଚ୍ଛାକୃତ ରକ୍ତଦାତା ବିନୟ କୁମାର ଟାକ୍ରି କହିଛନ୍ତି, “ଉମରକୋଟରେ ରକ୍ତଭଣ୍ଡାର ଖୋଲାଗଲେ ଲୋକେ ଉପକୃତ ହୋଇ ପାରନ୍ତେ । ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଳଡ୍‌ବ୍ୟାଙ୍କକୁ ଆବଶ୍ୟକ କର୍ମଚାରୀ ବି ଯୋଗାଇ ଦିଅନ୍ତୁ ବୋଲି ଆମେ ଦାବି କରୁଛୁ।”

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ସ୍ଵାଇଁ କହିଛନ୍ତି, “ଉମରକୋଟରେ ରକ୍ତ ଭଣ୍ଡାର ପାଇଁ ଘର ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସବୁ କରାଯାଇଛି। କିଛି ଆବଶ୍ୟକୀୟ ଉପକରଣ ଆସିଥିବା ବେଳେ କିଛି ଆସିବାର ବାକି ରହିଛି। ଆସନ୍ତା ୩ରୁ ୪ ମାସ ଭିତରେ ସେଠାରେ ରକ୍ତଭଣ୍ଡାର ଖୋଲାଯିବ। ଏଥିସସହ ରକ୍ତଭଣ୍ଡାର ପାଇଁ ଆବଶ୍ୟକ ଥିବା ପଦବୀ ଯଥାଶୀଘ୍ର ପୂରଣ କରାଯିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe