Advertisment

ଏହି ଗୀତ ଶୁଣିବାକୁ ବ୍ୟଗ୍ର ହେଉଥିଲେ ବାଜପେୟୀ, ଗୀତଟି କ’ଣ ଜାଣନ୍ତୁ

ମୁମ୍ବାଇ: ପରଲୋକଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ କଳାରେ ଥିଲା ତାଙ୍କର ପ୍ରଗାଢ ରୁଚି। ତାଙ୍କ ବ୍ୟସ୍ତବହୁଳ ରାଜନୀତିକ ଜୀବନରେ ସେ ଯେବେବି ଟିକିଏ ଅବସର ପାଉଥିଲେ, କବିତା, ଗଳ୍ପ କିମ୍ବା ଉପନ୍ୟାସ ପଢିବା ବା ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ। ତା’ ଛଡ଼ା ସେ ଭଲ ପାଉଥିବା ଲେଖକ ଓ କଳାକାରଙ୍କ ସମ୍ପର୍କରେ ଅଧିକ କଥା ଜାଣିବାକୁ ବି ଥିଲା ତାଙ୍କର ପ୍ରବଳ ଆଗ୍ରହ। ଅନେକ ହୁଏତ ଜାଣି ନ ଥିବେ, ସେ […]

ଅଦ୍ୟତନ ହୋଇଛି
ଏହି ଗୀତ ଶୁଣିବାକୁ ବ୍ୟଗ୍ର ହେଉଥିଲେ ବାଜପେୟୀ, ଗୀତଟି କ’ଣ ଜାଣନ୍ତୁ

Vajpayee

Advertisment

ମୁମ୍ବାଇ: ପରଲୋକଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ କଳାରେ ଥିଲା ତାଙ୍କର ପ୍ରଗାଢ ରୁଚି। ତାଙ୍କ ବ୍ୟସ୍ତବହୁଳ ରାଜନୀତିକ ଜୀବନରେ ସେ ଯେବେବି ଟିକିଏ ଅବସର ପାଉଥିଲେ, କବିତା, ଗଳ୍ପ କିମ୍ବା ଉପନ୍ୟାସ ପଢିବା ବା ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ। ତା' ଛଡ଼ା ସେ ଭଲ ପାଉଥିବା ଲେଖକ ଓ କଳାକାରଙ୍କ ସମ୍ପର୍କରେ ଅଧିକ କଥା ଜାଣିବାକୁ ବି ଥିଲା ତାଙ୍କର ପ୍ରବଳ ଆଗ୍ରହ।

Advertisment

ଅନେକ ହୁଏତ ଜାଣି ନ ଥିବେ, ସେ ଗାୟକ ଓ କମ୍ପୋଜର ଭୂପେନ୍‌ ହଜାରିକାଙ୍କର ଥିଲେ ଜଣେ ବଡ଼ ଫ୍ୟାନ୍‌। ଥରେ ସେ ଭୂପେନ୍‌ ହଜାରିକାଙ୍କ କଣ୍ଠରେ ଅହମୀୟା ଗୀତ ଶୁଣିବାକୁ ଅନୁରୋଧ କରିଥିଲେ।

କଥାଟି ହେଲା ଏମିତି- ଭୂପେନ୍‌ ଦିଲ୍ଲୀ ରାମଲୀଲା ମଇଦାନ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି। ଭୁପେନ୍‌ ଷ୍ଟେଜ୍‌ ଉପରେ ଥିବା ବେଳେ ବାଜପେୟୀଙ୍କ ହାତଲେଖା ଗୋଟିଏ ଚିଟ୍‌ ତାଙ୍କ ପାଖକୁ ଆସେ।

Advertisment

bhupenହଜାରିକାଙ୍କ ସାଥୀ କମଲ୍‌ ପ୍ୟାକ୍‌ଅପ୍‌ କରିବାକୁ ଯାଉଥିବା ସମୟରେ ଭୁପେନ୍‌ଙ୍କ ପାଖକୁ ଆସେ ଏହି ଚିଟ୍‌ । ସେଥିରେ ଭୁପେନ୍‌ଙ୍କ ଲୋକପ୍ରିୟ ଗୀତର ବୋଲ୍‌ ଲେଖାଥାଏ। ‘‘ମୋଇ ଏତି ଜାଜାବୋର’’ ଆଉ ତଳେ ବାଜ୍‌ପେୟୀଙ୍କ ନାଁ ଲେଖା ହୋଇଥାଏ।

ଭୁପେନ୍‌ ଏହି ଚିଟ୍‌ ପାଇବା ପରେ ଭାରି ଖୁସି ହୋଇଯାଆନ୍ତି। ଆଉ ସଙ୍ଗେ ସଙ୍ଗେ ସେ ଗୀତଟିକୁ ଗାଆନ୍ତି। ଆଉ ତା’ପରେ ସେ ଯେବେ ଅଟଳଙ୍କ ନିକଟକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ, ସେତେବେଳେ ଅଟଳ ଜୀ କହିଥିଲେ, “ମୁଁ ସବୁଠୁ ଆଗ ସିଟ୍‌ରେ ବସି କେବଳ ଏହି ଗୀତଟିକୁ ଶୁଣିବାକୁ ଏତେ ସମୟ ଅପେକ୍ଷା କରିଥିଲି।”

ସୂଚନାଯୋଗ୍ୟ,  ୨୦୦୪ରେ ଦାଦାସାହେବ୍‌ ଫାଲ୍‌କେ ପୁରସ୍କାର ବିଜେତା ହଜାରିକା ଗୌହାଟୀରୁ  ବିଜେପି ଟିକେଟ୍‌ ପାଇ ଲୋକସଭା ସଦସ୍ୟ ବି ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe