Advertisment

ମେଘନାଦଙ୍କ ବିରୋଧରେ ବ୍ରହ୍ମାସ୍ତ୍ର ଉଠାଇଥିଲେ ଲକ୍ଷ୍ମଣ, ହେଲେ କାହିଁକି ଅଟକାଇଥିଲେ ରାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ବ୍ରହ୍ମାସ୍ତ୍ର ହେଉଛି ସବୁଠୁ ଶକ୍ତିଶାଳି ଅସ୍ତ୍ର। ଏହାକୁ ବ୍ରହ୍ମା ହିଁ ତିଆରି କରିଥିଲେ। ଏହା ଅତ୍ୟନ୍ତ ଭୟଙ୍କର। କୁହାଯାଏ ଏହି ଅସ୍ତ୍ର ଚାଳନାର ଜ୍ଞାନ କେବଳ ଗୁରୁ ଦ୍ରୋଣଙ୍କୁ ହିଁ ଜଣାଥିଲା। ଏହି ବାଣ ଏତେ ଶକ୍ତିଶାଳି ଯେ,ଏହା ଯେଉଁଠି ନିକ୍ଷେପ ହୁଏ ସେଠି ସବୁ କିଛି ଧ୍ୱଂଶ ହୋଇଯାଏ। ଏହି ବାଣ ଆଜିର ପରମାଣୁ ବୋମା ସହ ସମକକ୍ଷ ବୋଲି କୁହାଯାଏ। ମହାଭାରତ ଓ ରାମାୟଣରେ ଏହି ଅସ୍ତ୍ର ଅନେକଙ୍କ ପାଖରେ ଥିଲା। ଏହା […]

ଅଦ୍ୟତନ ହୋଇଛି
ମେଘନାଦଙ୍କ ବିରୋଧରେ ବ୍ରହ୍ମାସ୍ତ୍ର ଉଠାଇଥିଲେ ଲକ୍ଷ୍ମଣ, ହେଲେ କାହିଁକି ଅଟକାଇଥିଲେ ରାମ

bhm-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ବ୍ରହ୍ମାସ୍ତ୍ର ହେଉଛି ସବୁଠୁ ଶକ୍ତିଶାଳି ଅସ୍ତ୍ର। ଏହାକୁ ବ୍ରହ୍ମା ହିଁ ତିଆରି କରିଥିଲେ। ଏହା ଅତ୍ୟନ୍ତ ଭୟଙ୍କର। କୁହାଯାଏ ଏହି ଅସ୍ତ୍ର ଚାଳନାର ଜ୍ଞାନ କେବଳ ଗୁରୁ ଦ୍ରୋଣଙ୍କୁ ହିଁ ଜଣାଥିଲା। ଏହି ବାଣ ଏତେ ଶକ୍ତିଶାଳି ଯେ,ଏହା ଯେଉଁଠି ନିକ୍ଷେପ ହୁଏ ସେଠି ସବୁ କିଛି ଧ୍ୱଂଶ ହୋଇଯାଏ। ଏହି ବାଣ ଆଜିର ପରମାଣୁ ବୋମା ସହ ସମକକ୍ଷ ବୋଲି କୁହାଯାଏ। ମହାଭାରତ ଓ ରାମାୟଣରେ ଏହି ଅସ୍ତ୍ର ଅନେକଙ୍କ ପାଖରେ ଥିଲା।

Advertisment

publive-imageଏହା ଏମିତି ଏକ ଅସ୍ତ୍ର ଯିଏ ଏହାକୁ ନିକ୍ଷେପ କରିବା ଜାଣିଥାଏ ପୁଣି ଫେରାଇ ଆଣିବାର ଜ୍ଞାନ ମଧ୍ୟ ଆହରଣ କରିବାକୁ ପଡ଼େ। ହେଲେ ମହାଭାରତରେ ଅଶ୍ୱଥାମାଙ୍କୁ ଏହାକୁ ଫେରାଇ ଆଣିବାର ଜ୍ଞାନ ଜଣା ନଥିଲା। ଯେଉଁ କାରଣରୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟି ଥିଲା।

ଏହାର ବିଶେଷତ୍ୱ ହେଉଛି ଶତ୍ରୁର ସର୍ବନାଶ କରିବା ପରେ ସ୍ଥାନ ଛାଡ଼ିଥାଏ। ବ୍ରହ୍ମାସ୍ତ୍ରକୁ କେବଳ ବ୍ରହ୍ମାସ୍ତ୍ର ହିଁ ଲଢ଼େଇ କରିବାର ଶକ୍ତି ରଖେ। ପ୍ରାଚୀନ ଭାରତରେ କିଛି କିଛି ଜାଗାରେ ବ୍ରାହ୍ମାସ୍ତ୍ର  ନିକ୍ଷେପ କରାଯାଇଥିବା ଦାବି କରାଯାଏ। ରାମାୟଣରେ ମେଘନାଦଙ୍କ ସହ ଯୁଦ୍ଧ ସମୟରେ ଲକ୍ଷ୍ମଣ ଯେତେବେଳେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବା ପାଇଁ ଚାହିଁଲେ ପ୍ରଭୁ ରାମ ଏହାର ଭୟାବହତା ବିଷୟରେ କହି ଏହାକୁ ଅଟକାଇଦେଇଥିଲେ। ପ୍ରଭୁ ରାମ କହିଥିଲେ ଯେ, ଏହି ବ୍ରହ୍ମାସ୍ତ୍ରକୁ ଏବେ ପ୍ରୟୋଗ କଲେ ସମଗ୍ର ଲଙ୍କା ଭଷ୍ମ ହୋଇଯିବ। ଏହି ବିଷୟରେ ଜ୍ଞାନ ନ ଥିଲେ ଏହାକୁ ଚାଳନା କରିବା ଅସମ୍ଭବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe