Advertisment

'ଓ୍ୱାର୍କ ଫ୍ରମ୍ ହୋମ୍' କର୍ମଚାରୀଙ୍କ ପାଇଁ ଡବ୍ଲୁଏଚଓର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଅଧିକାଂଶ ଦେଶ ଲକଡାଉନ୍ କରିଦିଆଯାଇଛି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ଓ ଜରୁରୀ ସେବାକୁ ଛାଡ଼ି ସବୁ କିଛି ବନ୍ଦ ରହୁଛି। ସମସ୍ତେ ଘରେ ରହୁଛନ୍ତି ଏବଂ ଅତି ଜରୁରୀ ନ ହେଲେ ଘରୁ ବାହାରକୁ ବାହାରୁ ନାହାନ୍ତି। ସେପଟେ କମ୍ପାନୀଗୁଡ଼ିକ ନିଜ ନିଜ କର୍ମଚାରୀଙ୍କୁ ‘ଓ୍ୱାର୍କ ଫ୍ରମ୍ ହୋମ୍’ ବା ଘରେ ରହି କାମ କରିବାକୁ ସୁବିଧା ଦେଇଛନ୍ତି। କାରଣ ଲକଡାଉନ ଲାଗି ସବୁକିଛି ଠପ୍ ହୋଇଯାଇଥିବା ବେଳେ କମ୍ପାନୀଗୁଡ଼ିକ […]

'ଓ୍ୱାର୍କ ଫ୍ରମ୍ ହୋମ୍' କର୍ମଚାରୀଙ୍କ ପାଇଁ ଡବ୍ଲୁଏଚଓର ଚ୍ୟାଲେଞ୍ଜ

work from home

Advertisment

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଅଧିକାଂଶ ଦେଶ ଲକଡାଉନ୍ କରିଦିଆଯାଇଛି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ଓ ଜରୁରୀ ସେବାକୁ ଛାଡ଼ି ସବୁ କିଛି ବନ୍ଦ ରହୁଛି। ସମସ୍ତେ ଘରେ ରହୁଛନ୍ତି ଏବଂ ଅତି ଜରୁରୀ ନ ହେଲେ ଘରୁ ବାହାରକୁ ବାହାରୁ ନାହାନ୍ତି। ସେପଟେ କମ୍ପାନୀଗୁଡ଼ିକ ନିଜ ନିଜ କର୍ମଚାରୀଙ୍କୁ 'ଓ୍ୱାର୍କ ଫ୍ରମ୍ ହୋମ୍' ବା ଘରେ ରହି କାମ କରିବାକୁ ସୁବିଧା ଦେଇଛନ୍ତି। କାରଣ ଲକଡାଉନ ଲାଗି ସବୁକିଛି ଠପ୍ ହୋଇଯାଇଥିବା ବେଳେ କମ୍ପାନୀଗୁଡ଼ିକ ହେବାକୁ ଥିବା କ୍ଷତିର ପରିମାଣ ହ୍ରାସ କରିବା ଲାଗି କର୍ମଚାରୀଙ୍କୁ ଏଭଳି ସୁବିଧା ଦେଉଛନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକରେ 'ଓ୍ୱାର୍କ ଫ୍ରମ୍ ହୋମ୍' ପରମ୍ପରା ପୂର୍ବରୁ ଚଳିଆସୁଥିବା ବେଳେ ସାମ୍ପ୍ରତିକ ପରିସ୍ଥିତିରେ ଭାରତ ମଧ୍ୟ ଏହାକୁ ଗ୍ରହଣ କରିଛି।

Advertisment

ତେବେ ଅଧିକାଂଶ ଦେଶରେ କର୍ମଚାରୀମାନେ ଘରେ ରହି କାମ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ସହ ଏକ ଚ୍ୟାଲେଞ୍ଜ ମଧ୍ୟ ଦେଇଛି। ଡବ୍ଲୁଏଚଓ ପରାମର୍ଶ ଦେଇ କହିଛି ଯେ,

  • ସମାନ ଅବସ୍ଥାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସି ରହି କାମ କରନ୍ତୁ ନାହିଁ।
  • ଅନେକ ସମୟ ଧରି କମ୍ପ୍ୟୁଟର କି ଲାପଟପ୍ ସାମ୍ନାରେ ବସି ରୁହନ୍ତୁ ନାହିଁ।
  • ସମୟ ସମୟରେ ବା ପ୍ରତି ୩୦ ମିନିଟରେ ଅତି କମରେ ୩ ମିନିଟ୍ ପାଇଁ ଉଠି ନିଜ ଶରୀରକୁ ଷ୍ଟ୍ରେଚ୍ କରନ୍ତୁ ଓ ରିଲାକ୍ସ ହୁଅନ୍ତୁ।
  • ଅଧିକ ସମୟ କମ୍ପ୍ୟୁଟର ସ୍କ୍ରିନକୁ ଚାହିଁ ରହିଲେ ଆଖିକୁ କ୍ଷତି ହୋଇପାରେ। ଏଣୁ ଆବଶ୍ୟକ ଦୂରତା ବଜାୟ ରଖନ୍ତୁ।
  • ପ୍ରତି ୧୫-୨୦ ମିନିଟରେ ଥରେ ନିଜ ଦୁଇ ହାତକୁ ଘସି ଆଖି ଉପରେ କିଛି ସମୟ ପର୍ଯ୍ୟନ୍ତ ରଖନ୍ତୁ। ଏପରି କଲେ ଥକି ଯାଇଥିବା ଆଖିକୁ ଆରାମ ଲାଗିବ।
Advertisment

କେବଳ ଘରେ ରହି କାମ କରୁଥିବା କର୍ମଚାରୀଙ୍କୁ ନୁହେଁ ଘରର ପ୍ରତ୍ୟେକ ସଦସ୍ୟ କିଭଳି ଫିଟ୍ ରହିବେ ସେନେଇ ମଧ୍ୟ ଡବ୍ଲୁଏଚଓ କିଛି ଟିପ୍ସ ଦେଇଛି। ତେବେ ଏହି ଟିପ୍ସଗୁଡ଼ିକୁ ସମସ୍ତେ ଉପଯୋଗ କରିପାରିବେ।

  • ଯଦି ଆପଣଙ୍କ ଘରେ ସିଡ଼ି ଅଛି ବା ଛାତ ଉପରକୁ ଯିବା ସିଡ଼ିରେ ଲଗାତର ୪-୫ଥର ଉପରକୁ ଯାଆନ୍ତୁ ଆଉ ତଳକୁ ଆସନ୍ତୁ। ଏହାକୁ ଏକ ବ୍ୟାୟାମ ଭାବେ ଆପଣ ନିୟମିତ କରିପାରିବେ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇପାରିବ।
  • ଘରେ ଖାଲି ବସିଥିବା ସମୟରେ ଷ୍ଟ୍ରେଚିଂ କରିବା ଅଭ୍ୟାସ କରନ୍ତୁ। ଯଦିଓ ଷ୍ଟ୍ରେଚିଂ ସକାଳ ସମୟରେ କରିବା ଲାଭଦାୟକ। ତଥାପି ଦିନରେ ଯେତେବେଳେ ସମୟ ମିଳୁଛି ଆପଣ ଏହା କରିପାରିବେ।
  • ଘରେ ସାମାନ୍ୟ ବ୍ୟାୟାମ ଆପଣଙ୍କୁ ଖିବ୍ ଫୂର୍ତ୍ତି ଆଣିଦେବ। ନିଜ ମନପସନ୍ଦ ମ୍ୟୁଜିକ୍ ସହ ଆପଣ ଡ୍ୟାନ୍ସ ମଧ୍ୟ କରିପାରିବେ। ଏହା ବ୍ୟାୟାମର ବିକଳ୍ପ ହୋଇପାରିବ।

 କେବଳ ଏତିକି ନୁହେଁ ଡବ୍ଲୁଏଚଓ ପକ୍ଷରୁ ଏକ ଟ୍ୱିଟ୍ ଶେୟାର କରି ଏକ ଚ୍ୟାଲେଞ୍ଜ ଦିଆଯାଇଛି। ଘରେ ନିଜ ଫିଟନେସ୍ ପାଇଁ ଆପଣ କ'ଣ କରୁଛନ୍ତି ତା'ର ଏକ ଭିଡିଓ କରି ପଠାଇବାକୁ ଡବ୍ଲୁଏଚଓ #HealthyAtHome ଚ୍ୟାଲେଞ୍ଜ ଦେଇଛି। ତେବେ ଆପଣ ମଧ୍ୟ ଘରେ ଫିଟ୍ ରହିବାକୁ କ'ଣ କରୁଛନ୍ତି ଭିଡିଓ କରି ଶେୟାର କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe