Advertisment

ଇଏ ସେହି 'ଗୁରୁ', ଯାହାଙ୍କ ପାଇଁ ଭାରତ ପାଳୁଛି ଆଜି ଗଣିତ ଦିବସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ଜାତୀୟ ଅଙ୍କ ବା ଗଣିତ ଦିବସ। ଗଣିତକୁ ଭଲ ପାଉଥିବା ଲୋକମାନଙ୍କ ଲାଗି ଦିନଟି ବେଶ୍‌ ଗୁରୁତ୍ୱ ବହନ କରେ । ହେଲେ ଆପଣ ଜାଣନ୍ତି କି କେବେ ଆଉ କାହା ପାଇଁ ଆମ ଦେଶରେ ଅଙ୍କ ଦିବସ ପାଳନ କରାଯାଏ। ୨୦୧୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୨ ଡିସେମ୍ବରକୁ ଜାତୀୟ ଅଙ୍କ ଦିବସ ବା Nationl Mathmatics Day ଭାବେ ଘୋଷଣା କରିଥିଲେ। ମାଡ୍ରାସ୍‌ ବିଶ୍ୱବିଦ୍ୟାଳୟରେ ମହାନ୍‌ ଭାରତୀୟ […]

author-image
Mihir Pattnayak
ଅଦ୍ୟତନ ହୋଇଛି
ଇଏ ସେହି 'ଗୁରୁ', ଯାହାଙ୍କ ପାଇଁ ଭାରତ ପାଳୁଛି ଆଜି ଗଣିତ ଦିବସ

b6

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ଜାତୀୟ ଅଙ୍କ ବା ଗଣିତ ଦିବସ। ଗଣିତକୁ ଭଲ ପାଉଥିବା ଲୋକମାନଙ୍କ ଲାଗି ଦିନଟି ବେଶ୍‌ ଗୁରୁତ୍ୱ ବହନ କରେ । ହେଲେ ଆପଣ ଜାଣନ୍ତି କି କେବେ ଆଉ କାହା ପାଇଁ ଆମ ଦେଶରେ ଅଙ୍କ ଦିବସ ପାଳନ କରାଯାଏ। ୨୦୧୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୨ ଡିସେମ୍ବରକୁ ଜାତୀୟ ଅଙ୍କ ଦିବସ ବା Nationl Mathmatics Day ଭାବେ ଘୋଷଣା କରିଥିଲେ। ମାଡ୍ରାସ୍‌ ବିଶ୍ୱବିଦ୍ୟାଳୟରେ ମହାନ୍‌ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜମ୍‌ଙ୍କ ୧୨୫ତମ ଜୟନ୍ତୀ ପାଳନ ଅବସରରେ ଏହି ଘୋଷଣା କରାଯାଇଥିଲା।

Advertisment

୨୨ ଡିସେମ୍ବର ୧୮୮୭ରେ ଜନ୍ମଗ୍ରହଣ କରିଥିବା ରାମାନୁଜମ୍‌ ୧୯୨୦ ଏପ୍ରିଲ୍‌ ୨୬ରେ ମୃତ୍ୟୁବରଣ କରିଥିଲେ। ତାଙ୍କରି ସ୍ମୃତିରେ ୨୦୧୨କୁ ସରକାରୀ ଭାବେ ଗଣିତ ବର୍ଷ ଭାବେ ପାଳନ କରାଯାଇଥିଲା। ଏବଂ ଆନ୍ଧ୍ରପ୍ରଦେଶର ଚିତ୍ତୋରସ୍ଥିତ କୁପ୍ପମ୍‌ଠାରେ କାର୍ଯ୍ୟାରମ୍ଭ କରିଥିଲା ରାମାନୁଜମ୍‌ ମ୍ୟାଥ୍‌ ପାର୍କ ।

ଅଳ୍ପରେ ରାମାନୁଜମ୍‌

ତାମିଲନାଡୁ ଇରୋଡରେ ଜନ୍ମ ଗ୍ରହଣ କରିଥିଲେ ରାମାନୁଜମ୍‌। ପିତା ଥିଲେ କେ.ଶ୍ରୀନିବାସ ଆୟଙ୍ଗର ଓ ମା’  କୋମଲତାମାଲ୍‌। ଏକ ଲୁଗା ଦୋକାନର କର୍ମଚାରୀ ଭାବେ କାମ କରୁଥିବା ଆୟଙ୍ଗର ପୁଅ ହୋଇଥିବା ଖୁସିରେ ଅନେକ ସ୍ୱପ୍ନ ଦେଖିଥିଲେ। ହେଲେ ଜନ୍ମ ହେବାର ୩ ବର୍ଷ ପର୍ଯ୍ୟନ୍ତ କଥା କହି ପାରୁ ନ ଥିଲେ ରାମାନୁଜମ୍‌। ଯାହାକୁ ନେଇ ପରିବାରରେ ସମସ୍ତେ ଚିନ୍ତିତ ହୋଇ ପଡ଼ିଥିଲେ। ଭାବିଥିଲେ ପୁଅ ଗୁଙ୍ଗା ହୋଇଯିବ ବୋଲି। ହେଲେ ଈଶ୍ୱରଙ୍କ ଆଶୀର୍ବାଦରୁ ରାମାନୁଜମ୍‌ ବାକ୍‌ଶକ୍ତି ଫେରି ପାଇଲେ। ସ୍କୁଲ ଗଲେ, ପାଠ ପଢ଼ିଲେ। ପରେ ତାଙ୍କ ପ୍ରତିଭା ଧିରେ ଧିରେ ପଦାକୁ ଫୁଟିଲା। ସେ ଏତେ ବିଚକ୍ଷଣ ଥିଲେ ଯେ ସ୍କୁଲରେ ପଢ଼ୁଥିଲା ବେଳେ କଲେଜ ସ୍ତରର ଅଙ୍କ କଷି ପାରୁଥିଲେ। ଯାହାକୁ ଦେଖି ତାଙ୍କ ଶିକ୍ଷକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ। ସେମାନେ ଆକଳନ କରି ସାରିଥିଲେ ଯେ ଏ ପିଲାଟି ଦିନେ ଦେଶର ମହାନତମ ବ୍ୟକ୍ତିତ୍ୱଙ୍କ ଭିତରୁ ଜଣେ ହୋଇ ଉଭା ହେବ।

Advertisment