ରାତି ସମୟରେ କୁକୁର କାନ୍ଦେ କାହିଁକି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକାଂଶ କୁକୁର ରାତିରେ କାନ୍ଦୁଥିବା ବା କାନ୍ଦିବା ପରି ଭୁକୁଥିବା ଆପଣମାନେ ଶୁଣିଥିବେ। ଲୋକମାନେ କୁକୁର କାନ୍ଦିବାର ଭିନ୍ନ ଭିନ୍ନ କାରଣ ଦର୍ଶାଇଥାନ୍ତି। କିଛି ଲୋକ ଏହାକୁ ଅଶୁଭ ସଙ୍କେତ ବୋଲି ମଧ୍ୟ କହିଥାନ୍ତି। କେହି କେହି କହନ୍ତି ଯେ, କୁକୁର ଏମିତି ଭୁକିବାର କାରଣ ହେଲା, କୌଣସି ଏକ ମୃତ୍ୟୁ ସଂପର୍କରେ ଆଗୁଆ ସୂଚନା ମିଳିବା। କେବେ ଭାବିଛନ୍ତି, ସତରେ କ’ଣ ଏହା ଅଶୁଭ ନା ଆଉ କିଛି। ତେବେ ଚାଲନ୍ତୁ […]

tt

Mihir Pattnayak
  • Published: Saturday, 20 October 2018
  • , Updated: 20 October 2018, 03:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକାଂଶ କୁକୁର ରାତିରେ କାନ୍ଦୁଥିବା ବା କାନ୍ଦିବା ପରି ଭୁକୁଥିବା ଆପଣମାନେ ଶୁଣିଥିବେ। ଲୋକମାନେ କୁକୁର କାନ୍ଦିବାର ଭିନ୍ନ ଭିନ୍ନ କାରଣ ଦର୍ଶାଇଥାନ୍ତି। କିଛି ଲୋକ ଏହାକୁ ଅଶୁଭ ସଙ୍କେତ ବୋଲି ମଧ୍ୟ କହିଥାନ୍ତି। କେହି କେହି କହନ୍ତି ଯେ, କୁକୁର ଏମିତି ଭୁକିବାର କାରଣ ହେଲା, କୌଣସି ଏକ ମୃତ୍ୟୁ ସଂପର୍କରେ ଆଗୁଆ ସୂଚନା ମିଳିବା।

କେବେ ଭାବିଛନ୍ତି, ସତରେ କ’ଣ ଏହା ଅଶୁଭ ନା ଆଉ କିଛି। ତେବେ ଚାଲନ୍ତୁ ଜାଣିବା ରାତି ସମୟରେ କୁକୁର କାନ୍ଦିବା ପରି ଭୁକିବାର ରହସ୍ୟ ସମ୍ପର୍କରେ।

ବାର୍ତ୍ତା: ସର୍ବ ପ୍ରଥମେ ଆପଣଙ୍କୁ ଏକଥା ଜାଣିବା ଜରୁରୀ ଯେ, ଯେତେବେଳେ କୁକୁର ଭୁକନ୍ତି ବା କାନ୍ଦନ୍ତି ଏହାର ଅର୍ଥ ସେ ନିଜ ସନ୍ଦେସ ଆଉ କାହାକୁ ଦେବାକୁ ଚାହୁଁଛନ୍ତି। କୁହାଯାଏ କୁକୁର କାନ୍ଦି ନିଜ ସନ୍ଦେସ ଅନ୍ୟ ସାଥିମାନଙ୍କ ପାଖରେ ପହଞ୍ଚାଇଥାଏ।

କଷ୍ଟ: ଯେତେବେଳେ ବି କୁକୁର ଚିତ୍କାର କରେ ବା ଭୁକେ, ସେହି ସମୟରେ ନିଜର ଅନ୍ୟ ସାଥୀମାନଙ୍କୁ ନିଜ ଉପସ୍ଥିତି ଜଣେଇବାକୁ ଚେଷ୍ଟା କରନ୍ତି। କିନ୍ତୁ ବୈଜ୍ଞାନିକଙ୍କ ଯୁକ୍ତି ଅନୁସାରେ, ଯେତେବେଳେ କୁକୁର କଷ୍ଟରେ ଥାଏ ସେ ସମୟରେ ସେ ଏହିପରି ଚିତ୍କାର କରି କାନ୍ଦିଥାଏ।

ଏକୁଟିଆ ପଣ: କୁକୁରକୁ ଏକୁଟିଆ ରହିବା ଆଦୌ ପସନ୍ଦ ନୁହେଁ। ସେ ଯେତେବେଳେ ଘରେ ହେଉ କିମ୍ବା ବାହାରେ ଏକୁଟିଆ ରୁହେ ତାକୁ କାନ୍ଦ ଲାଗେ, ତେଣୁ ସେ କାନ୍ଦିବା ଆରମ୍ଭ କରେ। ଏମିତିକି ଯେତେବେଳେ କୁକୁର ଏକା ଅନୁଭବ କରେ ସେତେବେଳେ ବି ସେ ଏମିତି କରିଥାଏ।

ଆତ୍ମା: ଜ୍ୟୋତିଷଙ୍କ କହିବା ଅନୁସାରେ, କୁକୁର ସବୁଠୁ ଅଧିକ ସେ ସମୟରେ କାନ୍ଦନ୍ତି, ଯେତେବେଳେ ତାଙ୍କ ଆଖପାଖରେ କୌଣସି ଆତ୍ମା ଥାଏ। ଏହାର ଅର୍ଥା ଜ୍ୟୋତିଷବିଦ୍ୟା ଅନୁଯାୟୀ, ଆମେ ଦେଖିପାରୁ ନଥିବା ଆତ୍ମାମାନଙ୍କୁ କୁକୁର କିନ୍ତୁ ଦେଖିପାରେ। ତେଣୁ ସେ ଏପରି କାନ୍ଦ ପରି ଭୁକିବା ଆରମ୍ଭ କରିଦିଏ।

Related story