Advertisment

ବିଧବା ବୋହୂର ବିବାହ କରାଇ ଚର୍ଚ୍ଚାରେ ଶ୍ୱଶୁର

ନବରଙ୍ଗପୁର (ନବଘନ ବିଷୋୟୀ): କୁହାଯାଏ, ଶାଶୂ ଘର ବାପ ଘର ପରି ହୋଇପାରିବନି। ଝିଅର ସୁଖଦୁଃଖରେ ଶାଶୂ,ଶ୍ୱଶୁରଙ୍କ ଭାଗୀଦାରି ରହେନି। ଶାଶୂ ମା’ ପରି ସ୍ନେହ କରିପାରିବେନି କି ଶ୍ୱଶୂର ବାପାର ଦାୟିତ୍ୱ ନେଇ ପାରିବନି। ହେଲେ ପୁଣି ଥରେ ଏହା ଭୁଲ୍ ପ୍ରମାଣିତ ହୋଇଛି। ବିଧବା ବୋହୂର ବାହାଘର କରାଇ ଶ୍ୱଶୁର-ବୋହୂର ସମ୍ପର୍କକୁ ଏକ ନୂଆ ରୂପ ଦେଇଛନ୍ତି ନବରଙ୍ଗପୁରର କମଳ ଲୋଚନ ମାଝୀ, ଯାହା ସମାଜ ପାଇଁ ଏକ ଉଦାହରଣ ହୋଇଛି। କମଳ ଲୋଚନଙ୍କ […]

author-image
Biswobandita Swain
ଅଦ୍ୟତନ ହୋଇଛି
ବିଧବା ବୋହୂର ବିବାହ କରାଇ ଚର୍ଚ୍ଚାରେ ଶ୍ୱଶୁର

pic-1

ନବରଙ୍ଗପୁର (ନବଘନ ବିଷୋୟୀ): କୁହାଯାଏ, ଶାଶୂ ଘର ବାପ ଘର ପରି ହୋଇପାରିବନି। ଝିଅର ସୁଖଦୁଃଖରେ ଶାଶୂ,ଶ୍ୱଶୁରଙ୍କ ଭାଗୀଦାରି ରହେନି। ଶାଶୂ ମା’ ପରି ସ୍ନେହ କରିପାରିବେନି କି ଶ୍ୱଶୂର ବାପାର ଦାୟିତ୍ୱ ନେଇ ପାରିବନି। ହେଲେ ପୁଣି ଥରେ ଏହା ଭୁଲ୍ ପ୍ରମାଣିତ ହୋଇଛି। ବିଧବା ବୋହୂର ବାହାଘର କରାଇ ଶ୍ୱଶୁର-ବୋହୂର ସମ୍ପର୍କକୁ ଏକ ନୂଆ ରୂପ ଦେଇଛନ୍ତି ନବରଙ୍ଗପୁରର କମଳ ଲୋଚନ ମାଝୀ, ଯାହା ସମାଜ ପାଇଁ ଏକ ଉଦାହରଣ ହୋଇଛି।

Advertisment

publive-imageକମଳ ଲୋଚନଙ୍କ ଏକମାତ୍ର ପୁଅ ଲଳିତ ମାଝୀ ପୁଲିସ୍‌ ବିଭାଗରେ ଏସ୍‌ପିଓ ଭାବେ କାର୍ଯ୍ୟ କରୁଥିଲେ। ୭ ବର୍ଷ ତଳେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ ବାରିଗୁଡ଼ା ଗାଁର କମଳ ସାଏ ଭତରାଙ୍କ ଝିଅ ନଇନାଙ୍କ ସହ ତାଙ୍କର ବିବାହ ହୋଇଥିଲା। ବିବାହର ବର୍ଷକ ପରେ ସେ ଏକ ପୁତ୍ର ସନ୍ତାନର ବାପା ମଧ୍ୟ ହୋଇଥିଲେ। ସେତେବେଳେ ପୁଅର ନାମକରଣ ଉତ୍ସବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ  ପୂରା ପରିବାର ନିଷ୍ପତ୍ତି ନେଇଥିଲା। ୨୦୧୩ ମସିହା ଅଗଷ୍ଟ ୨୨ତାରିଖରେ ଲଳିତ ପୁଅର ନାମକରଣ ଉତ୍ସବକୁ ଶ୍ୱଶୁର ଘର ଲୋକଙ୍କୁ ନିମନ୍ତ୍ରଣ କରିବା ପାଇଁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଅକାଳ ବିୟୋଗ ଦୁଇ ପରିବାରକୁ ସ୍ତବ୍ଧ କରି ଦେଇଥିଲା।

publive-imageସ୍ୱାମୀଙ୍କୁ ହରାଇ ନଇନା ଏକା ହୋଇଯାଇଥିଲା। ପୁଅର ଲାଳନପାଳନକୁ ନେଇ ସେ ସବୁବେଳେ ଚିନ୍ତାରେ ରହୁଥିଲେ। ଆଉ ଏସବୁ ଦେଖି ଶ୍ୱଶୁର କମଳ ଲୋଚନ ଭାରି ଦୁଃଖିତ ହେଲେ। ସେ ନଇନାଙ୍କର ବାହାଘର କରାଇ ଦେବା ପାଇଁ ଚିନ୍ତା କଲେ। ନଇନା ରାଜି ହେବା ପରେ ବନ୍ଧୁବାନ୍ଧବଙ୍କ ଗହଣରେ  ପାରମ୍ପାରିକ ରୀତିନୀତିରେ ଗତ ମେ’ ୨୬ ତାରିଖରେ କମଳ ଲୋଚନ ତାଙ୍କ ବାହାଘର କରାଇଥିଲେ।

Advertisment

ସୂଚନା ଅନୁଯାୟୀ, ନିକଟରେ ଅନୁଗୋଳରେ ମଧ୍ୟ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। ଅନୁଗୋଳ ଜିଲ୍ଲା ତାଳଚେରର ଗୋବରା ଗ୍ରାମରେ ବିଧବା ବୋହୂର ବାହାଘର କରାଇ ପ୍ରତିମା ବେହେରା ନାମକ ଜଣେ ପୂର୍ବତନ ସରପଞ୍ଚ ଚର୍ଚ୍ଚାକୁ ଆସିଥିଲେ।