ଶୀତ ଦିନେ ତ୍ୱଚାର ଯତ୍ନ ନେବେ କିପରି?

ଭୁବନେଶ୍ୱର (ତପସ୍ୱିନୀ ନାୟକ): ରାଜ୍ୟର କିଛି କିଛି ସ୍ଥାନରେ ଶୀତ ଆରମ୍ଭ ହୋଇଗଲାଣି। ଶୀତ ଋତୁରେ ମହିଳାମାନେ ନିଜ ତ୍ୱଚାକୁ ନେଇ ବିଶେଷ ଚିନ୍ତିତ ହୋଇଥା’ନ୍ତି। ପ୍ରତ୍ୟେକ ମହିଳାଙ୍କ ଇଚ୍ଛା ଥାଏ ଶୀତରେ କିପରି ସେମାନଙ୍କର ତ୍ୱଚା ସୁନ୍ଦର, କୋମଳ ଓ ଚିକ୍କଣ ଦେଖାଯିବ। ଅନେକ ଭାବନ୍ତି ଯେ କେବଳ ବିୟୁଟି ପାର୍ଲର ଗଲେ ହିଁ ତ୍ୱଚା ଓ ଶରୀରର ଯତ୍ନ ନେଇ ହୁଏ। କିନ୍ତୁ ଶୀତ ଦିନେ ଘରେ ବି ତ୍ୱଚାର ଯତ୍ନ ନେଇ ହେବ। […]

egg

Rakesh Mallick
  • Published: Wednesday, 26 October 2016
  • , Updated: 28 October 2016, 02:49 PM IST

ଭୁବନେଶ୍ୱର (ତପସ୍ୱିନୀ ନାୟକ): ରାଜ୍ୟର କିଛି କିଛି ସ୍ଥାନରେ ଶୀତ ଆରମ୍ଭ ହୋଇଗଲାଣି। ଶୀତ ଋତୁରେ ମହିଳାମାନେ ନିଜ ତ୍ୱଚାକୁ ନେଇ ବିଶେଷ ଚିନ୍ତିତ ହୋଇଥା’ନ୍ତି। ପ୍ରତ୍ୟେକ ମହିଳାଙ୍କ ଇଚ୍ଛା ଥାଏ ଶୀତରେ କିପରି ସେମାନଙ୍କର ତ୍ୱଚା ସୁନ୍ଦର, କୋମଳ ଓ ଚିକ୍କଣ ଦେଖାଯିବ। ଅନେକ ଭାବନ୍ତି ଯେ କେବଳ ବିୟୁଟି ପାର୍ଲର ଗଲେ ହିଁ ତ୍ୱଚା ଓ ଶରୀରର ଯତ୍ନ ନେଇ ହୁଏ। କିନ୍ତୁ ଶୀତ ଦିନେ ଘରେ ବି ତ୍ୱଚାର ଯତ୍ନ ନେଇ ହେବ। ଏଥିପାଇଁ କୌଣସି ରାସାୟନିକ ସାମଗ୍ରୀର ଆବଶ୍ୟକତା ନାହିଁ। ଆମ ଘରମାନଙ୍କରେ ଉପଲବ୍ଧ ହେଉଥିବା ଅନେକ ଜିନିଷକୁ ଆମେ ଏଥିପାଇଁ ବ୍ୟବହାର କରିପାରିବା। ପାଣି, ଲେମ୍ବୁ, ବନ୍ଧାକୋବି, କ୍ଷୀର, ଦହି, ଅଣ୍ଡା ଓ ତୁଳସୀ ପତ୍ର ଶରୀର ତ୍ୱଚାକୁ ସୁନ୍ଦର ଓ କୋମଳ ରଖେ ବୋଲି କହନ୍ତି ଜସ୍ମିନ ବ୍ୟୁଟିକେୟାର ପାର୍ଲରର ସୁଚିତ୍ରା ବାରିକ।

ପାଣି: ଅଧିକ ପରିମାଣରେ ପାଣି ପିଇଲେ କଳା, ଗୋରା, ଶ୍ୟାମଳ ତ୍ୱଚା ବିଶିଷ୍ଟ ପ୍ରତ୍ୟେକ ମହିଳା ଶତପ୍ରତିଶତ ଉପକୃତ ହୋଇପାରିବେ। ପାଣିରେ ଲେମ୍ବୁରସ ମିଶାଇ ପିଇଲେ ତ୍ୱଚା ସହିତ ଶରୀର ବି ସତେଜ ରହେ।

ଲେମ୍ବୁ: ସୌନ୍ଦର୍ଯ୍ୟ ଉପଚାରରେ ଲେମ୍ବୁର ଆବଶ୍ୟକତା ଅନେକ। ଲେମ୍ବୁର ଚୋପାକୁ ଆମେ  ମୁହଁ, ହାତ ଓ ଗୋଇଠିରେ ଘଷିଲେ ଶୀତ ଦିନରେ ଉପଯୋଗୀ ହୋଇଥାଏ। ଏହା ଦ୍ୱାରା ଆମ ତ୍ୱଚା ସଫ୍ଟ ହୋଇଥାଏ। ବାଳରେ ଶାମ୍ପୁ କରି ସାରିବା ପରେ ଲେମ୍ବୁ ଘଷିଲେ ଏହା କଣ୍ଡିସନରର କାମ କରିଥାଏ। ଲେମ୍ବୁ ଚୋପାକୁ ନଖରେ ଓ ଓଠରେ ଘଷିଲେ ସୌନ୍ଦର୍ଯ୍ୟ ବଢ଼ିଥାଏ।

ବନ୍ଧାକୋବି: ବନ୍ଧାକୋବି ଶୀତ ଋତୁ ପାଇଁ  ଖୁବ୍‌ ଉପକାରୀ। ବନ୍ଧାକୋବିରେ କ୍ୟାଲସିୟମ, ଆଇରନ ଓ ଭିଟାମନ୍‌ ‘ସି’ ରହିଛି। ଯାହା ଦ୍ୱାରା ଆମର ତ୍ୱଚା କୋମଳ ହୋଇପାରିବ। ବନ୍ଧାକୋବିକୁ ବିଭିନ୍ନ ଶୈଳୀରେ ରୋଷେଇ କରି ଆମେ ଖାଇବା ଦ୍ୱାରା ତ୍ୱଚାର ସୌନ୍ଦର୍ଯ୍ୟ ବଢ଼େ। ପିଲାମାନଙ୍କୁ ମଧ୍ୟ ପ୍ରତ୍ୟେକ ଖାଦ୍ୟରେ ବନ୍ଧାକୋବି ଦେବା ଉଚିତ୍। ଏହା ଦ୍ୱାରା ତ୍ୱଚାରେ ସୌନ୍ଦର୍ଯ୍ୟ ଆସେ।

କ୍ଷୀର: କ୍ଷୀରରେ ସାଧାରଣତଃ ପ୍ରୋଟିନ୍‌ ଓ ଫସ୍‌ଫରସ୍‌ ରହିଥାଏ। ସେଥିପାଇଁ ଶୀତଦିନରେ କ୍ଷୀର  ଉଷୁମ କରି ପିଇଲେ ଶରୀର ସତେଜ ରୁହେ। କ୍ଷୀର ଫୁଟାଇବା ସମୟରେ ଟିପେ ହଳଦି ବଟା ପକାନ୍ତୁ। ଫଳରେ କ୍ଷୀରର ସ୍ୱାଦ ବଢ଼ିବ ଓ ତ୍ୱଚା ଭିତର ପଟୁ ସତେଜତା ଦେଖାଯିବ। ଶୀତଦିନରେ ତ୍ୱଚା ଶୁଖିଲା ଲାଗେ। ତେଣୁ ଆମେ ଶୀତରେ ବିଭିନ୍ନ ପ୍ରକାର କ୍ରିମ  ବ୍ୟବହାର କରୁ। ଶୀତଦିନେ  ଖାଇବା ଓ ପିଇବାରେ ଯତ୍ନ ନେଲେ ତ୍ୱଚା ଉଜ୍ଜଳତା ବଜାୟ ରହେ।

ଦହି: ଅନେକଙ୍କ ମତ ଯେ, ଶୀତଦିନରେ ଦହିର ଆବଶ୍ୟକ ନାହିଁ। କିନ୍ତୁ ଶୀତ ଦିନରେ କିଛି କିଛି ଦହି ଖାଇଲେ ତ୍ୱଚାର ଉଜ୍ଜଳତା ଆସେ ଏବଂ ତ୍ୱଚା ଶୁଖେ ନାହିଁକି ଫାଟେ ନାହିଁ। ଦହିକୁ ଆମେ ଖାଇବା ସଙ୍ଗେ ସଙ୍ଗେ ବାଳରେ ଲଗାଇଲେ ବାଳର ଚମକ ଆସିଥାଏ। ବାଳରେ ରୁପି ସମସ୍ୟା ଥିଲେ ଦୂର ହୋଇଯାଏ।  ଦହିକୁ ମୁହଁ ଓ ହାତ ଗୋଡ଼ରେ ଲଗାଇ ଉଷୁମ ପାଣିରେ ଧୋଇଲେ ତ୍ୱଚା କୋମଳ ଲାଗେ।

ଅଣ୍ଡା: ଶୀତ ଋତୁରେ ଅଣ୍ଡା ଖାଇଲେ ଶରୀର ପାଇଁ ବେଶ୍‌ ଲାଭବାନ୍ ହୋଇଥାଏ। ଅଣ୍ଡା ଖାଇବା ତ୍ୱାର ତ୍ୱଚାର ଉଜ୍ଜଳତା ଆସେ ଓ ଶରୀର ସତେଜ ରହେ। ଅଣ୍ଡାର ହଳଦିଆ ଅଂଶ ମୁହଁରେ ଲଗାଇଲେ ତ୍ୱଚା ସୁନ୍ଦର ହୁଏ।

ତୁଳସୀ: ଶୀତଦିନରେ ସକାଳେ ନିତ୍ୟକର୍ମ ସାରି ଦୁଇଟି ତୁଳସୀ ପତ୍ର ଚୋବାଇ ଖାଆନ୍ତୁ। ଶରୀରରେ ସତେଜତା ଅନୁଭବ କରିପାରିବେ।

Related story