Advertisment

ଚାଲିଲେ କଷ୍ଟ ହେଉଛି, ତଥାପି କୋରାପୁଟ ଯିବାକୁ ଚାହାନ୍ତି ଏହି ବିଦେଶୀ

ଭୁବନେଶ୍ୱର(ବିଶ୍ୱବନ୍ଦିତା/ପୁଷ୍ପାଞ୍ଜଳି): ଓଡ଼ିଶା ତା’ର ଐତିହ୍ୟ ଏବଂ କଳାକୁ ନେଇ ପ୍ରସିଦ୍ଧ। ଏଠାକାର କଳା ଏବଂ ସଂସ୍କୃତି ବିଦେଶୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରେ। ଯେଉଁଥିପାଇଁ ପ୍ରତି ବର୍ଷ ଏଠାକାର ପର୍ଯ୍ୟଟନ ସ୍ଥଳି ବୁଲିବାକୁ ହଜାର ବଜାର ବିଦେଶୀ ଧାଇଁ ଆସନ୍ତି। ସେମିତି ଜଣେ ବିଦେଶୀ ପର୍ଯ୍ୟଟକ ହେଲେ ୱାଲ୍ଟର। ବେଲ୍‌ଜିୟମରେ ରୁହନ୍ତି ସେ। ୱାଲ୍ଟରଙ୍କୁ ଓଡ଼ିଶା ଭାରି ପସନ୍ଦ। ପ୍ରତି ଦୁଇ ବର୍ଷକୁ ଥରେ ସେ ଓଡ଼ିଶା ଆସନ୍ତି ଏବଂ ଏଠାକାର ପର୍ଯ୍ୟଟନ ସ୍ଥଳି ବୁଲି ଦେଖନ୍ତି। […]

ଅଦ୍ୟତନ ହୋଇଛି
ଚାଲିଲେ କଷ୍ଟ ହେଉଛି, ତଥାପି କୋରାପୁଟ ଯିବାକୁ ଚାହାନ୍ତି ଏହି ବିଦେଶୀ

1235

Advertisment

ଭୁବନେଶ୍ୱର(ବିଶ୍ୱବନ୍ଦିତା/ପୁଷ୍ପାଞ୍ଜଳି): ଓଡ଼ିଶା ତା’ର ଐତିହ୍ୟ ଏବଂ କଳାକୁ ନେଇ ପ୍ରସିଦ୍ଧ। ଏଠାକାର କଳା ଏବଂ ସଂସ୍କୃତି ବିଦେଶୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରେ। ଯେଉଁଥିପାଇଁ ପ୍ରତି ବର୍ଷ ଏଠାକାର ପର୍ଯ୍ୟଟନ ସ୍ଥଳି ବୁଲିବାକୁ ହଜାର ବଜାର ବିଦେଶୀ ଧାଇଁ ଆସନ୍ତି। ସେମିତି ଜଣେ ବିଦେଶୀ ପର୍ଯ୍ୟଟକ ହେଲେ ୱାଲ୍ଟର। ବେଲ୍‌ଜିୟମରେ ରୁହନ୍ତି ସେ। ୱାଲ୍ଟରଙ୍କୁ ଓଡ଼ିଶା ଭାରି ପସନ୍ଦ। ପ୍ରତି ଦୁଇ ବର୍ଷକୁ ଥରେ ସେ ଓଡ଼ିଶା ଆସନ୍ତି ଏବଂ ଏଠାକାର ପର୍ଯ୍ୟଟନ ସ୍ଥଳି ବୁଲି ଦେଖନ୍ତି। ଏଥର ତାଙ୍କ ଓଡ଼ିଶା ଆସିବାର କାରଣ ହେଉଛି ଏଠାକାର ଆଦିବାସୀ ମାନେ। ୱାଲ୍ଟରଙ୍କୁ ଆଦିବାସୀଙ୍କ ଚଳଣୀ ଏବଂ ପରମ୍ପରା ବିଷୟରେ ଜାଣିବାକୁ ଭାରି ଇଚ୍ଛା ଯେଉଁଥିପାଇଁ ସେ ଆସି ପହଞ୍ଚିଥିଲେ ଆଦିବାସୀ ମେଳା।

Advertisment

ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳାରେ ୱାଲ୍ଟର ବୁଲିବୁଲି ସବୁ ଆଦିବାସୀ କୁଡ଼ିଆ ଦେଖୁଥିଲେ ଏବଂ ଫଟୋ ଉଠାଉଥିଲେ। ଆଦାବାସୀଙ୍କ ଘର ଏବଂ ତାଙ୍କ ରହଣୀ ଚଳଣିକୁ ନେଇ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏହି ମେଳାର କୌଣସି ବି କୁଡ଼ିଆ ଛାଡ଼ି ନଥିଲେ ୱାଲ୍ଟର।

ୱାଲ୍ଟରଙ୍କ କହିବା ଅନୁଯାୟୀ, ସେ ଏଥର କୋରାପୁଟ ଯିବା ପାଇଁ ଯୋଜନା ରଖିଛନ୍ତି। ଆଦିବାସୀମାନଙ୍କ ବିଷୟରେ ସେ ବହୁତ ଶୁଣିଛନ୍ତି। ତାଙ୍କ ବେଶଭୂଷା, ଚାଲି ଚଳଣୀ ପରମ୍ପରାରେ କିଛି ସ୍ୱତନ୍ତ୍ରତା ଥାଏ। ଆଉ ଏଥର ସେ ସେହି ପରମ୍ପରାକୁ ଦେଖିବାକୁ ଚାହାନ୍ତି ଏବଂ ଆଦାବାସୀମାନଙ୍କୁ ଭେଟି ସେମାନଙ୍କ ବିଷୟରେ କିଛି ଅଧିକ ଜାଣିବାକୁ ଯୋଜନା ରଖିଛନ୍ତି। ଆଦିବାସୀ ମେଳା ବୁଲିବା ପରେ ସେ କୋରାପୁଟ ଯିବେ। ଏଥିସହ ୱାଲ୍ଟର ପୁରୀ ଜଗନ୍ନାଥ ମନ୍ଦିର ବୁଲିବାକୁ ମଧ୍ୟ ଚିନ୍ତା କରିଛନ୍ତି।

Advertisment

ୱାଲ୍ଟରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ନାହିଁ। ତାଙ୍କର ମେରୁଦଣ୍ଡ ଜନିତ ସମସ୍ୟା ରହିଛି। ଚଲା ବୁଲା କଲେ କଷ୍ଟ ହେଉଛି। ତଥାପି ସେ ବୁଲୁଛନ୍ତି। କାରଣ ୱାଲ୍ଟର କୁହନ୍ତି, ସେ ଗୋଟେ ଘରେ ଖଟ ଉପରେ ପଡ଼ି ରହି ଜୀବନ କାଟିପାରିବେନି। ସେ ବୁଲିବାକୁ ଚାହାନ୍ତି ଏବଂ ଜୀବନକୁ ଉପଭୋଗ କରିବାକୁ ଚାହାନ୍ତି। ଆଉ ତାଙ୍କୁ ବୁଲିବା, ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଭେଟିବା, ନୂଆ ପରମ୍ପରା ବିଷୟରେ ଜାଣିବାକୁ ଭଲ ଲାଗେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe