Advertisment

ହାତ ନଥାଇ ବି ଲେଖିବାରେ ମାହିର ଦେବିକା

ନୂଆଦିଲ୍ଲୀ: ପିଲାଦିନେ ଯେତେବେଳେ ଦେବିକା ପଢିବାକୁ ବସୁଥିଲେ, ମାଆ ତାଙ୍କ ଗୋଡ ଆଙ୍ଗୁଳି କନ୍ଦିରେ ଗୋଟେ ପେନ୍‌ସିଲ୍‌ ରଖି ଦେଉଥିଲେ।  ସେହି ପେନ୍‌ସିଲ୍‌କୁ ନେଇ ସେ ଦେଖୁଥିଲେ ଅନେକ ସ୍ୱପ୍ନ । ପେନ୍‌ସିଲ୍‌କୁ ଗୋଡ ସାହାଯ୍ୟରେ ଗାରେଇ ଗାରେଇ ସେ ଶବ୍ଦ ଉପରେ ତ ପ୍ରସିଦ୍ଧି ଆଣିଲେ ଏଥିସହ ସେ ତାଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିବା ପଥରେ ଆଗେଇ ଚାଲିଛନ୍ତି।  ଆଜି ଦେବିକା ଦଶମ ଶ୍ରେମୀ ପରୀକ୍ଷାରେ A+ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ହାତ ନଥାଇ […]

ହାତ ନଥାଇ ବି ଲେଖିବାରେ ମାହିର ଦେବିକା

debika

Advertisment

ନୂଆଦିଲ୍ଲୀ: ପିଲାଦିନେ ଯେତେବେଳେ ଦେବିକା ପଢିବାକୁ ବସୁଥିଲେ, ମାଆ ତାଙ୍କ ଗୋଡ ଆଙ୍ଗୁଳି କନ୍ଦିରେ ଗୋଟେ ପେନ୍‌ସିଲ୍‌ ରଖି ଦେଉଥିଲେ।  ସେହି ପେନ୍‌ସିଲ୍‌କୁ ନେଇ ସେ ଦେଖୁଥିଲେ ଅନେକ ସ୍ୱପ୍ନ । ପେନ୍‌ସିଲ୍‌କୁ ଗୋଡ ସାହାଯ୍ୟରେ ଗାରେଇ ଗାରେଇ ସେ ଶବ୍ଦ ଉପରେ ତ ପ୍ରସିଦ୍ଧି ଆଣିଲେ ଏଥିସହ ସେ ତାଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିବା ପଥରେ ଆଗେଇ ଚାଲିଛନ୍ତି।  ଆଜି ଦେବିକା ଦଶମ ଶ୍ରେମୀ ପରୀକ୍ଷାରେ A+ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ହାତ ନଥାଇ ଜନ୍ମ ନେଇଥିବା ଦେବିକାଙ୍କର ଏହି କୃତିତ୍ୱ ପାଇଁ ତାଙ୍କ ପରିବାର ଲୋକେ ବେଶ୍‌ ଗର୍ବିତ ।

Advertisment

publive-imageକେରଳ ମଲ୍ଲାପୁରମ୍‌ର ଦେବିକା ଭବିଷ୍ୟତରେ ପ୍ରଶାସନିକ ସେବାରେ ଯୋଗ ଦେବାର ଲକ୍ଷ୍ୟ ରଖିଛନ୍ତି। ଶାରୀରିକ ଅକ୍ଷମତାକୁ ମନରୁ ପୋଛି ସେ ଦେଶର ବିକାଶ ପାଇଁ ସଜବାଜ ହେଉଛନ୍ତି। ଦେବିକାଙ୍କ ବାପା ମାଆ ମଧ୍ୟ ଝିଅର ଶିକ୍ଷାଦାନ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଦେବିକା କାହା ସାହାଯ୍ୟ ବିନା  ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ନିଷ୍ପତ୍ତି ନେଇଛନ୍ତି। ସବୁଠୁ ରୋଚକ କଥା ହେଉଛି, ବୋର୍ଡ ପରୀକ୍ଷା ସମୟରେ ଯେତେବେଳେ ପରୀକ୍ଷା ପ୍ରଶ୍ନ ପତ୍ର ଲେଖିବା ପାଇଁ ଦେବିକାଙ୍କୁ  ଜଣେ ପିଲାର ସାହାଯ୍ୟ ଦିଆଗଲା ସେତେବେଳେ ସେ  ସାହାଯ୍ୟ ନେବାକୁ ମନା କରିଦେଇଥିଲେ।

ଏବେ ଦେବିକା ଏକାଦଶ ଶ୍ରେଣୀରେ ପଢୁଛନ୍ତି। ସେ ଜଣେ ମେଧାବୀ ଛାତ୍ରୀ ସହ ଜଣେ ଭଲ ଚିତ୍ରକର ମଧ୍ୟ। ସେ ଗୋଡ ସାହାଯ୍ୟରେ କେବଳ ଲେଖିପାରନ୍ତିନି ଚିତ୍ର ମଧ୍ୟ ଆଙ୍କି ପାରନ୍ତି। ଗୋଡ ସାହାଯ୍ୟରେ ସେ ରଙ୍ଗ ବେରଙ୍ଗର ଚିତ୍ର ଆଙ୍କି ଉଦାହରଣ ସୃଷ୍ଟି କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe