Advertisment

ଦୁନିଆର ଏହି ସବୁ ସହରରେ ବିଲ୍‌କୁଲ୍‌ ନାହିଁ ପ୍ରଦୂଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ‘ବିଶ୍ୱ ପରିବେଶ ଦିବସ’। ଏହି ଦିବସରେ ପୂରା ଦୁନିଆରେ ବଢ଼ୁଥିବା ପ୍ରଦୂଷଣ କଥା କୁହାଯିବା ସହ ଏହାକୁ ରୋକିବାକୁ କ’ଣ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ସେ ସମ୍ପର୍କରେ ମଧ୍ୟ ଲୋକଙ୍କୁ ଅବଗତ କରାଯାଉଛି। କିନ୍ତୁ ସମଗ୍ର ବିଶ୍ୱରେ ଏପରି କିଛି ଦେଶ ରହିଛି, ଯେଉଁଠି ଲୋକମାନେ କୌଣସି ପରିବେଶ ସମ୍ବନ୍ଧୀୟ ସମସ୍ୟାରେ ପଡ଼ନ୍ତି ନାହିଁ। ସେଠାରେ ଲୋକମାନେ ସୁସ୍ଥ ପରିବେଶ ସହ ସୁସ୍ଥ ଜୀବନଯାପନ କରନ୍ତି। ତାହାଲେ ଆସନ୍ତୁ ଜାଣିବା କେଉଁଠି […]

ଦୁନିଆର ଏହି ସବୁ ସହରରେ ବିଲ୍‌କୁଲ୍‌ ନାହିଁ ପ୍ରଦୂଷଣ

c11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ‘ବିଶ୍ୱ ପରିବେଶ ଦିବସ’। ଏହି ଦିବସରେ ପୂରା ଦୁନିଆରେ ବଢ଼ୁଥିବା ପ୍ରଦୂଷଣ କଥା କୁହାଯିବା ସହ ଏହାକୁ ରୋକିବାକୁ କ’ଣ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ସେ ସମ୍ପର୍କରେ ମଧ୍ୟ ଲୋକଙ୍କୁ ଅବଗତ କରାଯାଉଛି। କିନ୍ତୁ ସମଗ୍ର ବିଶ୍ୱରେ ଏପରି କିଛି ଦେଶ ରହିଛି, ଯେଉଁଠି ଲୋକମାନେ କୌଣସି ପରିବେଶ ସମ୍ବନ୍ଧୀୟ ସମସ୍ୟାରେ ପଡ଼ନ୍ତି ନାହିଁ। ସେଠାରେ ଲୋକମାନେ ସୁସ୍ଥ ପରିବେଶ ସହ ସୁସ୍ଥ ଜୀବନଯାପନ କରନ୍ତି। ତାହାଲେ ଆସନ୍ତୁ ଜାଣିବା କେଉଁଠି ସେହି ସ୍ଥାନ ସବୁ ରହିଛି ଯେଉଁଠି ସଫା ପରିବେଶ ସହ ଜାଗା ମଧ୍ୟ ଦେଖିବାକୁ ସୁନ୍ଦର।

Advertisment

ରେକ୍‌ଜାଭିକ୍‌ ଆଇସ୍‌ଲ୍ୟାଣ୍ଡ

publive-image

ଦୁନିଆର ସବୁଠୁ ସଫା ସହର ହେଉଛି ରେକ୍‌ଜାଭିକ୍‌ ଆଇସ୍‌ଲ୍ୟାଣ୍ଡ। ଏହାରେ ବିଲ୍‌କୁଲ୍‌ ପ୍ରଦୂଷଣ ନାହିଁ। ସେଠାରେ ଲୋକମାନେ ଥଣ୍ଡା ପରିବେଶରେ ରୁହନ୍ତି। ଲୋକମାନେ ପବନକଳ ଏବଂ ସୋଲାର୍‌ ଲାଇଟ୍‌ର ବ୍ୟବହାର କରନ୍ତି। ଏଥିପାଇଁ ସହରରେ ପରିବେଶ ପ୍ରଦୂଷଣ ହୋଇ ନଥାଏ।

ଜୁରିଚ୍‌, ସୁଇଜର୍‌ଲ୍ୟାଣ୍ଡ

publive-image

୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରକୁ ସବୁଠୁ କମ୍‌ ପ୍ରଦୂଷଣ ସହର ବୋଲି ଧରାଯାଏ। କାରଣ ସେଠାରେ ଲୋକେ ସାଇକେଲ୍‌ ଚଳାଇବାର ନିୟମ ରହିଛି। ସେଠାରେ ବ୍ୟବହୃତ ପବନକଳ ସହରର ପରିବେଶକୁ ସୁସ୍ଥ ରଖିଥାଏ।

Advertisment

ହେଲସିନ୍‌କି, ଫିନ୍‌ଲ୍ୟାଣ୍ଡ

publive-image

ଏହି ସହର ମଧ୍ୟ ଦୁନିଆର ସବୁଠୁ ପ୍ରଦୂଷଣ ମୁକ୍ତ ସହର  ମଧ୍ୟରୁ ଅନ୍ୟତମ। କାରଣ ସେଠାରେ ଲୋକମାନେ ସାଇକେଲ୍‌ରେ ଯିବା ଆସିବା କରନ୍ତି। ସେଠାରେ ସାଇକେଲିଂକୁ ସବୁଠାରୁ ଉପଯୁକ୍ତ ବୋଲି ଧରାଯାଏ। ଦିନକୁ ଦିନ ସେଠାରେ ଚାରିଚକିଆ ଯାନର ସଂଖ୍ୟା କମିବାକୁ ବସିଲାଣି। ଏହି କାରଣ ଯୋଗୁ ସହରଟି ପ୍ରଦୁଷଣ ମୁକ୍ତ।

ୱାଲିଂଟନ୍‌, ନ୍ୟୁଜିଲାଣ୍ଡ

publive-image

ଦୁନିଆର ସବୂଠୁ ସଫା ବାୟୁ ଥିବା ସହର କଥା ଉଠିଲେ ପ୍ରଥମେ ୱାଲିଂଟନ୍‌ନାଁ ଆସେ । ସେଠାରେ ପ୍ରଦୂଷଣର ମାତ୍ରା ଶୂନ। ସେଠାକାର ଲୋକଙ୍କୁ ଦୁନିଆର ସବୁଠୁ ସୁସ୍ଥ ମଣିଷ ବୋଲି କୁହାଯାଏ। ପ୍ରଦୂଷଣର ମାତ୍ରା କମ୍‌ ହେବାର କାରଣ ହେଉଛି, ସେଠାରେ ଲୋକସଂଖ୍ୟା କମ୍‌। ଏବଂ ଏଠାରେ ଲୋକେ ପ୍ରାକୃତିକ ଉପାୟରେ ବସବାସ କରିଥାନ୍ତି। ସ୍ଥାନୀୟ ଲୋକ ପରିବେଶକୁ ସଫା କରିବା ପାଇଁ ଘୃଣା ବା ଲାଜ କରନ୍ତି ନାହିଁ। ଯେଉଁଠାରେ ବି ଲୋକେ ଆବର୍ଜନା ଦେଖନ୍ତି, ନିଜେ ହିଁ ସଙ୍ଗେ ସଙ୍ଗେ ସଫା କରିଦେଇଥାନ୍ତି।

ସିକାଗୋ, ଆମେରିକା

publive-image

ଆମେରିକାର ବଡ଼ ସହର ମଧ୍ୟରୁ ଏହି ସହର ଅନ୍ୟତମ।   ସଫା ପରିବେଶ ଏବଂ ଭଲ ବ୍ୟବହାର ଯୋଗୁ  ଏହାସାରା ଦୁନିଆରେ ପରିଚିତ ହୋଇପାରିଛି। ଏଠାରେ ଲୋକମାନେ ନିଜ ଘର ଛାତ ଉପରେ ଗଛ ଲଗାଇଥାନ୍ତି। ସିକାଗୋରେ ‘ରୋଫ୍‌ଟପ୍‌ ଗାର୍ଡେନ’ ବା ଛାତ ଉପରେ ବୃକ୍ଷ ରୋପଣ ସବୁଠାରୁ ଅଧିକା କରାଯାଇଥାଏ।

ଲକ୍ସେମ୍ବର୍ଗ ସିଟି, ଲକ୍ସେମ୍ବର୍ଗ

publive-image

ଏହି ଜାଗା ସୁନ୍ଦର ଏବଂ ସବୁଜ ପରିବେଶ ପାଇଁ ପ୍ରସିନ୍ଧି ଲାଭ କରିଛି। ଏଠାରେ ଲୋକମାନେ ଜଙ୍ଗଲ କାଟିବାକୁ ବାରଣ କରାଯାଇ କଡ଼ା ଆଇନ୍ ପ୍ରଣୟନ କରାଯାଇଛି।  ଏଠାରେ ଲୋକମାନେ ସାଇକେଲିଂ କରିବାକୁ ଅଧିକା ପସନ୍ଦ କରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe