Advertisment

ବୁଲା ପ୍ରାଣୀଙ୍କ ଦରଦୀ ବନ୍ଧୁ ସାଜିଲେ ଯୁବପିଢ଼ି

ଭୁବନେଶ୍ୱର(ପ୍ରଜ୍ଞା ଚୌଧୁରୀ): କୁହନ୍ତି ଦୁଃଖର ବନ୍ଧୁ ଯିଏ, ସେ ହିଁ ପ୍ରକୃତ ବନ୍ଧୁ। ଆଉ ଏ ମଣିଷଗୁଡ଼ାଙ୍କ ଉପରେ ସବୁବେଳେ ଆରୋପ ଲାଗେ ଏମାନେ ସ୍ୱାର୍ଥପର ବୋଲି। ସେଥିପାଇଁ ତ ବିଶ୍ୱ ମହାମାରୀ କରୋନା ସହ ଲଢ଼ୁଥିବା ଯୋଦ୍ଧାମାନଙ୍କୁ ଆମରି ଭିତରୁ କିଛି ବିଭିନ୍ନ ସମୟରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ହେଲେ ପାଞ୍ଚ ଆଙ୍ଗୁଠି ସମାନ ନ ଥିଲା ଭଳି ସବୁ ମଣିଷ ବି ସମାନ ନୁହନ୍ତି। ଆଜି ବି ମଣିଷପଣିଆ ମରିଯାଇ ନାହିଁ। ଆଜି […]

author-image
Pragnya Choudhury
ଅଦ୍ୟତନ ହୋଇଛି
ବୁଲା ପ୍ରାଣୀଙ୍କ ଦରଦୀ ବନ୍ଧୁ ସାଜିଲେ ଯୁବପିଢ଼ି

bbsr youths

ଭୁବନେଶ୍ୱର(ପ୍ରଜ୍ଞା ଚୌଧୁରୀ): କୁହନ୍ତି ଦୁଃଖର ବନ୍ଧୁ ଯିଏ, ସେ ହିଁ ପ୍ରକୃତ ବନ୍ଧୁ। ଆଉ ଏ ମଣିଷଗୁଡ଼ାଙ୍କ ଉପରେ ସବୁବେଳେ ଆରୋପ ଲାଗେ ଏମାନେ ସ୍ୱାର୍ଥପର ବୋଲି। ସେଥିପାଇଁ ତ ବିଶ୍ୱ ମହାମାରୀ କରୋନା ସହ ଲଢ଼ୁଥିବା ଯୋଦ୍ଧାମାନଙ୍କୁ ଆମରି ଭିତରୁ କିଛି ବିଭିନ୍ନ ସମୟରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ହେଲେ ପାଞ୍ଚ ଆଙ୍ଗୁଠି ସମାନ ନ ଥିଲା ଭଳି ସବୁ ମଣିଷ ବି ସମାନ ନୁହନ୍ତି। ଆଜି ବି ମଣିଷପଣିଆ ମରିଯାଇ ନାହିଁ। ଆଜି ବି ଦୁଃଖ ବେଳେ ଅନ୍ୟପାଇଁ ଠିଆ ହେଉଛି ବିବେକବାନ ମଣିଷ।

Advertisment

bbsr youth

ଦେଶ ଲଢ଼ୁଛି କରୋନା ସହ। ଏପଟେ ଘରେ ବନ୍ଦ ହୋଇରହିଛନ୍ତି ଆମେ। ଲକଡାଉନ ବେଳେ ସହର ବଜାର ସବୁ ଠପ୍। ପଶୁପକ୍ଷୀଙ୍କ ପେଟ ଉପରେ ଏହାର ପ୍ରହାର ପଡ଼ିଲା। ଯଦି ଆମେ ସମସ୍ତେ ଅନ୍ତତଃ ନିଜ ନିଜ ଅଞ୍ଚଳରେ ଥିବା କଥା କହିପାରୁ ନ ଥିବା ପ୍ରାଣୀମାନଙ୍କ ପେଟ କଥା ବୁଝିବାର ଦାୟିତ୍ୱ ନେବା, ତେବେ ଅନେକାଂଶରେ ସମସ୍ୟାର ସମାଧାନ ହୋଇଯିବ। ଲକଡାଉନର ଅଭାବ ଅନାଟନ ତଥା ସଞ୍ଚିତ ସାଧନ ମଧ୍ୟରେ ପର କଥା ସମସ୍ତେ ଭାବୁ ନ ଥିବେ। ହେଲେ କେତେଜଣ ଦାୟିତ୍ୱବାନ ଯୁବବର୍ଗ ଆଗେଇ ଆସିଛନ୍ତି ନିଜ ଅଞ୍ଚଳର ପଶୁପକ୍ଷୀଙ୍କ ପେଟକୁ ମୁଠେ ଦାନା ଦେବାକୁ। ଏହି ମହତ କାମ ଜରିଆରେ ସେମାନେ ବୁଲା ପଶୁପକ୍ଷୀଙ୍କ ଦୁଃଖ ସମୟର ପ୍ରକୃତ ବନ୍ଧୁ ସାଜିଛନ୍ତି।

bbsr youths

ସେମାନେ ପ୍ରତିଦିନ ବୁଲା ଗାଈ, ଷଣ୍ଢମାନଙ୍କୁ ୫୦ କିଲୋ ଖେଚୁଡ଼ି, ବୁଲା କୁକୁରଙ୍କ ପାଇଁ ୭ କିଲୋ ମାଂସ ଭାତ ଖାଇବାକୁ ଯୋଗାଇ ଦେଉଛନ୍ତି। ସ୍ଥାନୀୟ କେସୁରା ଅଞ୍ଚଳରେ କିଛି ସାଙ୍ଗମାନେ ଏକାଠି ହୋଇ ଏଭଳି ଉତ୍ତରଦାୟିତ୍ୱ ନେଇଛନ୍ତି। ନିଜ ନିଜ ହାତରୁ ଖର୍ଚ୍ଚ କରି ମିଥୁନ ରଞ୍ଜନ ନାୟକ, ଧୀରେନ୍ଦ୍ର ଠାକୁର, ଅସୀତ କୁମାର ସ୍ୱାଇଁ, କାଳିଆ, ସୁଶାନ୍ତ କୁମାର ସାହୁ, ସତୀଶ କୁମାର ଦୋରା ପ୍ରମୁଖ ଏପ୍ରିଲ୍ ୧୫ରୁ ଏହି ମହତ୍ କାମ ଆରମ୍ଭ କରିଛନ୍ତି।

Advertisment

କେବଳ ଏତିକି ନୁହେଁ ଏହି ଯୁବକମାନେ ଜରୁରୀ ସମୟରେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ମଧ୍ୟ ଆଗେଇ ଆସୁଛନ୍ତି। ଲକଡାଉନ୍ ଶେଷ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ କୌଣସି ବୁଲା ପଶୁ ଭୋକିଲା ରହିବେ ନାହିଁ ବୋଲି ସେମାନେ ପ୍ରତିଜ୍ଞା କରିଛନ୍ତି।