Advertisment

ବିଜେଡିକୁ ଚକମା ଦେଲା ଜେଏମଏମ୍

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ବ୍ଲକ୍ ଜିଲ୍ଲା ପରିଷଦ ସଂଖ୍ୟା-୩୩ରେ ବିଜେଡି ଓ ବିଜେପିକୁ ଶକ୍ତ ଝଟକା। ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍)ର ଯୁବ ପ୍ରାର୍ଥୀ ଶୀତଲ୍ କିସକୁ ଜିଲ୍ଲା ପରିଷଦ ପଦ ହାତେଇ ନେଇଛନ୍ତି। ଜେଏମଏମ୍ ପ୍ରାର୍ଥୀ ଶୀତଲ୍ ବିଜେଡି ପ୍ରାର୍ଥୀ ଶୋଭାରାମ ଶ୍ୟାମ ମୁର୍ମୁଙ୍କୁ ମାତ୍ର ୨୨ ଖଣ୍ଡ ଭୋଟରେ ହରାଇ ବିଜୟ ଲାଭ କରିଛନ୍ତି। ଜେଏମଏମ୍ ପ୍ରାର୍ଥୀ ଶୀତଲ୍ ୫୭୬୮ ଖଣ୍ଡ ଭୋଟ ପାଇଥିବା ବେଳେ […]

author-image
Ranjit Kumar Jena
ବିଜେଡିକୁ ଚକମା ଦେଲା ଜେଏମଏମ୍

shital-kisku

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ବ୍ଲକ୍ ଜିଲ୍ଲା ପରିଷଦ ସଂଖ୍ୟା-୩୩ରେ ବିଜେଡି ଓ ବିଜେପିକୁ ଶକ୍ତ ଝଟକା। ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍)ର ଯୁବ ପ୍ରାର୍ଥୀ ଶୀତଲ୍ କିସକୁ ଜିଲ୍ଲା ପରିଷଦ ପଦ ହାତେଇ ନେଇଛନ୍ତି। ଜେଏମଏମ୍ ପ୍ରାର୍ଥୀ ଶୀତଲ୍ ବିଜେଡି ପ୍ରାର୍ଥୀ ଶୋଭାରାମ ଶ୍ୟାମ ମୁର୍ମୁଙ୍କୁ ମାତ୍ର ୨୨ ଖଣ୍ଡ ଭୋଟରେ ହରାଇ ବିଜୟ ଲାଭ କରିଛନ୍ତି।

Advertisment

ଜେଏମଏମ୍ ପ୍ରାର୍ଥୀ ଶୀତଲ୍ ୫୭୬୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଶୋଭାରାମ ଶ୍ୟାମ ମୁର୍ମୁ ୬୮୪୬ ଖଣ୍ଡ ଭୋଟ୍ ପାଇଛନ୍ତି। ଜିଲ୍ଲା ପରିଷଦ ଆସନ ଜିତିବା ପରେ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ଜିତିବା ପରେ ବହୁତ ଖୁସି ହୋଇଛନ୍ତି ଶୀତଲ। ସେ କହିଛନ୍ତି ଯେ ଆଗାମୀ ଦିନରେ ଲୋକମାନଙ୍କ ପାଇଁ କାମ କରିବେ। ଏମକମ୍ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଶୀତଲ ଗତ ୨୦୧୭ ନିର୍ବାଚନରେ ଅସନା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପାଇଁ ଲଢ଼ିଥିଲେ ଓ ଦ୍ଵିତୀୟ ସ୍ଥାନରେ ରହି ଥିଲେ।

Advertisment
Odisha Panchayat Election 2022