Advertisment

'ଅରବିନ୍ଦ କେଜ୍ରିୱାଲ ଜଣେ ସିଂହ, ତାଙ୍କୁ ବେଶି ଦିନ ବନ୍ଦୀ କରି ରଖିପାରିବେନି'

ଆଜି କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଇଣ୍ଡିଆ ମେଣ୍ଟ ପକ୍ଷରୁ 'ଲୋକତନ୍ତ୍ର ବଞ୍ଚାଅ' ରାଲି କରାଯାଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
Sunita Kejriwal

Sunita Kejriwal

ଅରବିନ୍ଦ କେଜ୍ରିୱାଲଙ୍କୁ ସିଂହ ବୋଲି ସମ୍ବୋଧିତ କରିଛନ୍ତି ପତ୍ନୀ ସୁନିତା କେଜ୍ରିୱାଲ ଏବଂ ତାଙ୍କୁ ବେଶି ଦିନ ବନ୍ଦୀ କରି ରଖାଯାଇ ପାରିବନି ବୋଲି କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆଜି କରାଯାଉଥିବା ରାଲିରେ ଏପରି କହିଛନ୍ତି ସୁନିତା।

Advertisment

ଆଜି କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଇଣ୍ଡିଆ ମେଣ୍ଟ ପକ୍ଷରୁ 'ଲୋକତନ୍ତ୍ର ବଞ୍ଚାଅ' ରାଲି କରାଯାଉଛି। ଏହି ରାଲିରେ ଯୋଗ ଦେଇ ସୁନିତା କହିଛନ୍ତି, 'ଅରବିନ୍ଦ କେଜ୍ରିୱାଲ ଜଣେ ସିଂହ, ତାଙ୍କୁ ବେଶି ଦିନ ବନ୍ଦି କରି ରଖିପାରିବେନି।'

ରାଲିକୁ ସମ୍ବୋଧିକ କରିବା ସମୟରେ କେଜ୍ରିୱାଲ ଜେଲରୁ ଦେଇଥିବା ମେସେଜ୍ ପଢିବା ପୂର୍ବରୁ ସୁନିତା କହିଥିଲେ, "ଏହି ମେସେଜ୍ ପଢିବା ପୂର୍ବରୁ ମୁଁ ଆପଣଙ୍କୁ କିଛି ପଚାରିବାକୁ ଚାହେଁ। ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋ ସ୍ୱାମୀଙ୍କୁ ଜେଲରେ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଠିକ୍ କାର୍ଯ୍ୟ କରିଛନ୍ତି କି? କେଜ୍ରିୱାଲ ଜଣେ ପ୍ରକୃତ ଦେଶପ୍ରେମୀ ଏବଂ ସଚ୍ଚୋଟ ବ୍ୟକ୍ତି ବୋଲି ବିଶ୍ୱାସ କରନ୍ତିନା? ବିଜେପି ଲୋକମାନେ କହୁଛନ୍ତି କେଜ୍ରିୱାଲ ଜେଲରେ ଅଛନ୍ତି, ସେ ଇସ୍ତଫା ଦିଅନ୍ତୁ। ସେ ଇସ୍ତଫା ଦେବା ଉଚିତ କି? ଆପଣଙ୍କ କେଜ୍ରିୱାଲ ସିଂହ, ସେମାନେ ତାଙ୍କୁ ଅଧିକ ଦିନ ଜେଲରେ ରଖି ପାରିବେ ନାହିଁ।"

Advertisment

କେଜ୍ରିୱାଲ ପଠାଇଥିବା ବାର୍ତ୍ତାକୁ ଉଲ୍ଲେଖ କରି ସୁନିତା କହିଛନ୍ତି, "ମୁଁ ଆଜି ଭୋଟ୍ ମାଗୁନାହିଁ। ନିର୍ବାଚନରେ କାହାକୁ ପରାସ୍ତ କରିବାରେ ସାହାଯ୍ୟ କରିବାକୁ କହୁନାହିଁ। ଏକ ନୂତନ ଭାରତ ଗଠନ ପାଇଁ ୧୪୦ କୋଟି ଭାରତୀୟଙ୍କୁ ଆହ୍ୱାନ କରୁଛି। ହଜାର ହଜାର ବର୍ଷ ପୁରୁଣା ସଭ୍ୟତା ସହିତ ଭାରତ ଏକ ମହାନ ରାଷ୍ଟ୍ର। ମୁଁ ଭାବୁଛି ଭାରତ ମାତା ଜେଲ୍ ଭିତରେ ଯନ୍ତ୍ରଣା ଭୋଗୁଛନ୍ତି। ଆସନ୍ତୁ ଏକ ନୂଆ ଭାରତ ଗଠନ କରିବା।"

ଦିଲ୍ଲୀର ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିବା ପରେ ୭ ଦିନିଆ ରିମାଣ୍ଡରେ ନେଇଥିଲା। ୨୮ରେ ରିମାଣ୍ଡ ଅବଧି ସରିବା ପରେ ପୁଣି ଏପ୍ରିଲ ୧ ଯାଏ ହେପାଜତକୁ ନେଇଛି।

ଗିରଫ ହେବା ପରେ ବି ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଛନ୍ତି। ସେ ତାଙ୍କ ପଦରୁ ଇସ୍ତଫା ଦେଇନାହାନ୍ତି ଏବଂ ଇସ୍ତଫା ଦେବେ ନାହିଁ, ଜେଲରୁ କାର୍ଯ୍ୟ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଏହି ମାମଲାରେ ଆପର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ସାଂସଦ ସଞ୍ଜୟ ସିଂହ ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି। ନିକଟରେ ପରିବହନ ମନ୍ତ୍ରୀଙ୍କୁ ମଧ୍ୟ ସମନ ପଠାଇଛି ଇଡି।

ତେବେ ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ଆପ୍ ସମେତ ଅନେକ ବିରୋଧୀ ଦଳ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛନ୍ତି। ଗିରଫଦାରୀକୁ ବିରୋଧ କରି ଆଜି ଇଣ୍ଡିଆ ମେଣ୍ଟର ସହଯୋଗୀ 'ଦଳ ଲୋକତନ୍ତ୍ର' ବଞ୍ଚାଅ ରାଲି କରିଛନ୍ତି।  

Arvind Kejriwal Sunita Kejriwal INDIA Bloc Rally AAP Rally