Advertisment

ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ପୁଣି ରାଜ୍ୟସଭା ପ୍ରାର୍ଥୀ, ସମର୍ଥନ ଜଣାଇଲା ବିଜେଡି

ଅଶ୍ୱିନୀ ବୈଷ୍ଣବଙ୍କ ନାଁ ବିଜେପି ଘୋଷଣା କରିଛି।

ଅଦ୍ୟତନ ହୋଇଛି
Ashwini Vaishnaw

Ashwini Vaishnaw

Advertisment

କିଛି ଦିନ ହେବ ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ପୁଣି ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ବିଜେପି ଘୋଷଣା କରିଛି। ଆଜି ବିଜେପି ପକ୍ଷରୁ ଏନେଇ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ୨୦୧୯ରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ଅଶ୍ୱିନୀ। ଏଥର ବି ଅଶ୍ୱିନୀଙ୍କୁ ସମର୍ଥନ ଜଣାଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ବିଜେଡି।  

Advertisment

୨୦୧୯ରେ ବି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା ବିଜେଡି । ଚଳିତ ଥର ବି ନିଜ ସମର୍ଥନ ଦୋହରାଇବ ବୋଲି ଏପ ପ୍ରେସ୍‌ ରିଲିଜ ଜାରି କରି ଘୋଷଣା କରିଛି ବିଜେଡି।   

ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଦୁଇ ଦିନ ତଳେ ବିଜେଡି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ତେବେ ତୃତୀୟ ପ୍ରାର୍ଥୀ କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଥିଲା। ଅଶ୍ୱିନୀ ବୈଷ୍ଣବଙ୍କୁ  ରାଜ୍ୟସଭା ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଆଜି ସେହି ଚର୍ଚ୍ଚାର ଅନ୍ତ ଘଟିଛି। ଅଶ୍ୱିନୀ ବୈଷ୍ଣବ ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। 

Advertisment

୨୦୨୧ ମସିହା ଜୁଲାଇ ମାସରେ ମୋଦି ସରକାରଙ୍କ କ୍ୟାବିନେଟ୍ ଅଦଳବଦଳରେ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ଏଥିରେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏଥିସହ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ରେଳ ତଥା ଇଲେକଟ୍ରୋନିକ, ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା। ଦେଶର ରେଳ  କ୍ଷେତ୍ରରେ ଉନ୍ନତିକରଣ ପାଇଁ ଚେଷ୍ଟା କରି ଆସୁଛନ୍ତି ଅଶ୍ୱିନୀ।

ଖାସ କରି ତାଙ୍କ କାର୍ଯ୍ୟକାଳରେ ଓଡ଼ିଶାକୁ ସବୁଠାରୁ ଅଧିକ ରେଳ ଅନୁଦାନ ମିଳିଛି। ୨୦୨୩-୨୪ ବଜେଟରେ ପ୍ରଥମ ଥର ଲାଗି ଓଡ଼ିଶାର ଅନୁଦାନ ପରିମାଣ ୧୦ ହଜାର କୋଟି ଟପିଥିଲା। ରାଜ୍ୟର ୫୮ଟିଷ୍ଟେସନର ଆଧୁନିକୀକରଣ କାମ ଚାଲିଛି। ପୁରୀ, ଭୁବନେଶ୍ୱର ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବା ଲାଗି ଅଶ୍ୱିନୀଙ୍କ ସମୟରେ କାମ ଆରମ୍ଭ ହୋଇଛି।

ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀପ ରେଳ ଲାଇନ କାମ ସମ୍ପୂର୍ଣ୍ଣ ହୋଇଛି। । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ କାମ ତ୍ୱରାନ୍ୱିତ ହୋଇଯାଇଛି। ଖୋର୍ଦ୍ଧା ପଟରୁ ଦଶପଲ୍ଲା ଓ ବଲାଙ୍ଗିର ପଟୁ ସୋନପୁର ପର୍ଯ୍ୟନ୍ତ ଆରମ୍ଭ ହୋଇଛି ରେଳ ଚଳାଚଳ। ସେହିପରି ଓଡ଼ିଶାରୁ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଚାଲିଛି। ସେହିପରି ଯୋଗାଯୋଗ କ୍ଷେତ୍ରରେ ଦେଖିଲେ ରାଜ୍ୟରେ ୫ଜି ସେବା ଆରମ୍ଭ ହେବା ସହ ବହୁ ସଂଖ୍ୟାରେ ମୋବାଇଲ ଟାୱାର ସ୍ଥାପନ କରାଯାଇଛି।

ଅନ୍ୟପକ୍ଷରେ ଗତକାଲି ମଧ୍ୟ ବିଜେଡି ନିଜର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବହୁ ବିଧାୟକଙ୍କ ଉପସ୍ଥିତିରେ ୨ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିଛି । 

ସୂଚନାଯୋଗ୍ୟ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ସମେତ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଚଳିତବର୍ଷ ଏପ୍ରିଲ ୨ତାରିଖରେ ଶେଷ ହେଉଛି। ଏହି ୩ଟି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ୧୫ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି। ବିଧାନସଭାରେ ବିଜେପିର ମାତ୍ର ୨୨ଜଣ ବିଧାୟକ ଥିବାବେଳେ ଜଣେ ପ୍ରାର୍ଥୀଙ୍କ ଜିତିବା ପାଇଁ ସର୍ବନିମ୍ନ ୩୭ଜଣ ବିଧାୟକଙ୍କ ସମର୍ଥନ ଜରୁରୀ।

Bjp Rajya Sabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe