Advertisment

ଭର୍ତ୍ତୃହରିଙ୍କ ଭାଷା ବାଣ: ‘ରୋମାନ ଲିପିରେ ଓଡ଼ିଆ ଭାଷଣ ପଢ଼ିବା ଅସ୍ମିତା ନୁହେଁ’

ଏଥର ନିର୍ବାଚନରେ ବିଜେପିର ପ୍ରସଙ୍ଗ ‘ଓଡ଼ିଆ ଅସ୍ମିତା’ ହେବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Bhartruhari Mahatab

Bhartruhari Mahatab

ଦଳ ଛାଡ଼ିବା ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଟାଗେର୍ଟ କରି ଚାଲିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଭର୍ତ୍ତୃହରିଙ୍କ ବାଣ ମଧ୍ୟ ଶାସକ ଦଳର ମୁଣ୍ଡ ବ୍ୟାଥାର କାରଣ ମଧ୍ୟ ପାଲଟିଛି। ଆଜି ବିଜେପିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭାଷାକୁ ନେଇ ତେର୍ଚ୍ଛା ବାଣ ମାରିଛନ୍ତି ଭର୍ତ୍ତୃହରି। ସେ କହିଛନ୍ତି, ଓଡ଼ିଆ ଭାଷାକୁ ନେଇ ଆମେ ଗର୍ବ ଅନୁଭବ କରିବା। ହେଲେ ରୋମାନ ଲିପିରେ ଲିଖିତ ଓଡିଆ ଭାଷଣ ପଢିଲେ ତାହା ଦ୍ୱାରା ଓଡ଼ିଆ ଭାଷାର ଅସ୍ମିତା ପ୍ରତିଷ୍ଠା ହୁଏ ନାହିଁ।

Advertisment

ସେ ଆହୁରି କହିଛନ୍ତି, ଏଥର ନିର୍ବାଚନରେ ବିଜେପିର ପ୍ରସଙ୍ଗ ‘ଓଡ଼ିଆ ଅସ୍ମିତା’ ହେବ। ଓଡ଼ିଆ ଅସ୍ମିତାର ଉଦ୍ଧାର, ତାର ପୁନଃପ୍ରତିଷ୍ଠା ବିଜେପିର ପ୍ରସଙ୍ଗ ହେବ। ସେହି କଥା ନେଇ ଆମେ ଏଥର ପ୍ରତି ଅଞ୍ଚଳକୁ ଯିବୁ।

ଭର୍ତ୍ତୃହରି କହିଛନ୍ତି, ଆମେ କୋଣାର୍କକୁ ନେଇ ଗର୍ବ କରୁଛୁ, ଜଗନ୍ନାଥଙ୍କୁ ନେଇ ଗର୍ବ କରୁଛୁ। ଓଡ଼ିଆ ଭାଷା ଓ ଜାତିକୁ ନେଇ ଗର୍ବ କରୁଛୁ। ମଣିଷର ପରିଚୟ ଆସେ ସେତେବେଳେ, ସେ କଥା କହେ। ଯେଉଁ ଭାଷାରେ କଥା କହେ, ସେଥିରୁ ଜଣାପଡ଼େ ଯେ ସେ କେଉଁ ଭାଷାଭାଷି । ଓଡିଆ ଭାଷାକୁ ନେଇ ଆମେ ଗର୍ବ କରୁଥିବା ବେଳେ ରୋମାନ ଲିପିରେ ଓଡ଼ିଆ ଭାଷଣ ପଢ଼ିଲେ, ତାହା ଓଡ଼ିଆ ଭାଷାର ଅସ୍ମିତା ପ୍ରତିଷ୍ଠା ହୁଏ ନାହିଁ ବୋଲି କହିଛନ୍ତି ଭର୍ତ୍ତୃହରି। କଟକରେ ବିଜେପିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇ ଏପରି କହିଛନ୍ତି।

Advertisment

ଆଜି ଭାରତୀୟ ଜନତା ପାର୍ଟି ୪୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଭାରତୀୟ ଜନତା ପାର୍ଟି ଗଠନ ହୋଇଥିଲା। ଏହି ଅବସରରେ ସାରା ଦେଶରେ ଦଳ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଧୁମଧାମରେ ପାଳନ ହୋଇଛି ପ୍ରତିଷ୍ଠା ଦିବସ। ସେହିପରି ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିସରରେ ଦଳୀୟ ପତାକା ଉତ୍ତୋଳନ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ଦଳର ନେତା ଓ କର୍ମୀମାନେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Cuttack Bjp