Advertisment

ଗ୍ୟାରେଣ୍ଟି ଦେଲେ କେନ୍ଦ୍ର ମନ୍ତ୍ରୀ; ସାତ ଦିନ ମଧ୍ୟରେ ଲାଗୁ ହେବ CAA

ଆଇନ ଲାଗୁ ହେବା ନେଇ ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ଦାବି କରି କହିଛନ୍ତି।

author-image
Debibandita Barick
Shantanu Thakur

Shantanu Thakur

ଆସନ୍ତା ସାତ ଦିନ ମଧ୍ୟରେ ସମଗ୍ର ଦେଶରେ ଲାଗୁ ହେବ ନାଗରିକତ୍ୱ ସଂଶୋଧନ ଆଇନ(CAA )। ଆଇନ ଲାଗୁ ହେବା ନେଇ ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ଦାବି କରି କହିଛନ୍ତି।

Advertisment

ପଶ୍ଚିମବଙ୍ଗର ୨୪ ପରଗଣାର କାକଡୱିପଠାରେ ଏକ ଜନ ସମାବେଶକୁ ସମ୍ବୋଧିତ କରିବା ସମୟରେ ଠାକୁର ବଙ୍ଗଳା ଭାଷାରେ କହିଛନ୍ତି ଯେ, ମୁଁ ଗ୍ୟାରେଣ୍ଟି ଦେଇ କହୁଛି ଆସନ୍ତା ସାତ ଦିନ ମଧ୍ୟରେ କେବଳ ପଶ୍ଚିମବଙ୍ଗରେ ନୁହେଁ, ସମଗ୍ର ଦେଶରେ ସିଏଏ କାର୍ଯ୍ୟକାରୀ ହେବ।

ସାଂସଦ ଠାକୁର ସିଏଏ ଲାଗୁ ହେବା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ଟିପ୍ପଣୀକୁ ଦୋହରାଇ କହିଛନ୍ତି, "ଗତ ବର୍ଷ ଡିସେମ୍ବରରେ ଅମିତ ଶାହ କହିଥିଲେ ଯେ, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସିଏଏ କାର୍ଯ୍ୟକାରୀ କରିବେ ଏବଂ ଏହାକୁ କେହି ରୋକି ପାରିବେ ନାହିଁ। ତାଙ୍କର ଏହି ମନ୍ତବ୍ୟ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କୁହାଯାଇଥିଲା, ଯିଏକି ସିଏଏକୁ ବିରୋଧ କରୁଛନ୍ତି।"

Advertisment

ଏବେ ସିଏଏ ଲାଗୁହେବ, କେବଳ ପଶ୍ଚିମବଙ୍ଗରେ ନୁହେଁ ସମଗ୍ର ଦେଶରେ ଲାଗୁ ହେବ ବୋଲି ସାଂସଦ ଠାକୁର କହିଛନ୍ତି। 

ପ୍ରକାଶ ଥାଉ କି, ସଂସଦର ଉଭୟ ଗୃହରେ ସିଏଏ ପାରିତ ହୋଇସାରିଛି। 2019ରେ ମଧ୍ୟ ସିଏଏକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିସାରିଛି। ତଥାପି ବ୍ୟାପକ ବିରୋଧ ପ୍ରଦର୍ଶନ କାରଣରୁ ଏପର୍ଯ୍ୟନ୍ତ ଏହି ଆଇନ ଲାଗୁ କରାଯାଇ ନାହିଁ। ଗତ ବର୍ଷ ଡିସେମ୍ବରରେ ପଶ୍ଚିମବଙ୍ଗରେ ବିଜେପି ରାଲିକୁ ସମ୍ବୋଧିତ କରିବା ସମୟରେ ଏହି ଆଇନ ନିଶ୍ଚୟ ଲାଗୁ ହେବ, କେହି ଅଟକାଇ ପାରିବେ ନାହିଁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ।

ବର୍ତ୍ତମାନ ଅନ୍ୟ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଦମ୍ଭୋକ୍ତି ପରେ ବାସ୍ତବରେ ସିଏଏ କେବେ ଲାହୁ ହେଉଛି, ତା' ଉପରେ ସମସ୍ତଙ୍କ ନଜର। 

CAA Union Minister BJP MP CAA To Be Implemented Shantanu Thakur