Advertisment

'ସନାତନ ବିରୋଧୀ' ନାରା ଦେଇପାରିବିନି କହି କଂଗ୍ରେସ ଛାଡ଼ିଲେ ମୁଖପାତ୍ର ଗୌରବ ବଲ୍ଲଭ

ମଲ୍ଲିକାର୍ଜୁନ ଖଡଗେଙ୍କ କ୍ୟାମ୍ପେନର ଏକ ପ୍ରଭାବଶାଳୀ ସ୍ୱର ଥିଲେ ଗୌରବ ବଲ୍ଲଭ।

author-image
Debibandita Barick
Gourav Vallabh

Gourav Vallabh

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା। ଇସ୍ତଫା ଦେଲେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ବଲ୍ଲଭ। ସେ ଆଜି ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇ ଦଳରେ ସେ ଅସହଜ ମନେକରୁଥିବା ଦର୍ଶାଇଛନ୍ତି। 

Advertisment

ସେ ଏକ ଏକ୍ସ ପୋଷ୍ଟରେ ଲେଖିଛନ୍ତି, "କଂଗ୍ରେସ ଆଜି ଯେଉଁ ଦିଗରେ ଗତି କରୁଛି, ସେଥିପାଇଁ ମୁଁ ଆସ୍ୱସ୍ଥି ଅନୁଭବ କରୁନାହିଁ। ମୁଁ ସନାତନ ବିରୋଧୀ ସ୍ଲୋଗାନ ଉଠାଇ ପାରିବି ନାହିଁ କି ସକାଳ-ସଞ୍ଜ ଦେଶର ଉନ୍ନତ ସାଧନ କରୁଥିବା ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିପାରିବି ନାହିଁ। ମୁଁ କଂଗ୍ରେସ ଦଳର ସମସ୍ତ ପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।"

ମଲ୍ଲିକାର୍ଜୁନ ଖଡଗେଙ୍କ କ୍ୟାମ୍ପେନର ଏକ ପ୍ରଭାବଶାଳୀ ସ୍ୱର ଥିଲେ ଗୌରବ ବଲ୍ଲଭ। ସେ ୨୦୨୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଉଦୟପୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

Advertisment

୨୦୧୯ରେ ଝାଡଖଣ୍ଡର ଜାମସେଦପୁର ଇଷ୍ଟରୁ ନିର୍ବାଚନୀ ଡେବ୍ୟୁ କହିଥିଲେ ବଲ୍ଲଭ। ଏହି ଆସନରୁ ସେ ୧୮,୦୦୦ରୁ ଅଧିକ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ହେଲେ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ଥିବାବେଳେ ସେ ଦଳରୁ ଇସ୍ତଫା ଦେଇଛନ୍ତି। 

Gourav Vallabh Quit Congress Gourav Vallabh Lok Sabha Poll