Advertisment

ଜାତିଭିତ୍ତକ ଜନଗଣନା ଦେଶର X-Ray ବୋଲି କହିଲେ ରାହୁଲ ଗାନ୍ଧି

କଂଗ୍ରେସ କ୍ଷମତାରେ ଥିବା ବେଳେ ହୋଇଥିବା ଜାତିଭିତ୍ତିକ ଜନଗଣନାର ତଥ୍ୟ ବିଜେପି ସରକାର କାହିଁକି ସାର୍ବଜନୀନ କରୁ ନାହିଁ ବୋଲିତ ମଧ୍ୟ ରାହୁଲ ପ୍ରଶ୍ନ କରିଛନ୍ତି।

Rahul Gandhi

Rahul Gandhi

Advertisment

ପୁଣିଥରେ ଜାତିଭିତ୍ତିକ ଜନଗଣନା ସପକ୍ଷରେ ମତ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଜାତିଗତ ଜନ ଗଣନା ଦେଶର ଏକ୍ସ-ରେ। ସମ୍ଭବତଃ ଏହି କାରଣ ପାଇଁ ପ୍ରଧାନମନ୍ତ୍ରୀ ଏପରି ଏକ ପ୍ରକ୍ରିୟା ଆରମ୍ଭ କରିବାକୁ ଡରୁଛନ୍ତି କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

Advertisment

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଛତିଶଗଡ଼ର ବିଳାସପୁରରେ ଆଜି କ୍ଷମତାସୀନ କଂଗ୍ରେସ ପକ୍ଷରୁ ଆବାସ ନ୍ୟାୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ରାହୁଲ ଗାନ୍ଧି ସମ୍ବୋଧନ କରିବା ବେଳେ କହିଛନ୍ତି ଯେ “ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବା କ୍ଷଣି ଜାତିଭିତ୍ତିକ ଜନଗଣନା କରିବ। ଓବିସି, ଦଳିତ, ଆଦିବାସୀ ଓ ମହିଳାଙ୍କ ଭାଗିଦାରୀକୁ ନିଶ୍ଚିତ କରିବା ପାଇଁ ଏପରି କରାଯିବ। ଜାତିଗତ ଜନଗଣନା ଦେଶର ଏକ୍ସ-ରେ। ଏହା ପ୍ରତି ଜାତିର ଲୋକସଂଖ୍ୟାର ତଥ୍ୟ ଦେବେ। ଥରେ ଏହି ତଥ୍ୟ ସାର୍ବଜନୀନ ହେଲା ପରେ ସବୁ ସଂପ୍ରଦାୟର ଲୋକଙ୍କ ଯୋଗାଦାନକୁ ଉପଯୁକ୍ତ ସୁଯୋଗ ମିଳିବ।”

କଂଗ୍ରେସ କ୍ଷମତାରେ ଥିବା ବେଳେ ହୋଇଥିବା ଜାତିଭିତ୍ତିକ ଜନଗଣନାର ତଥ୍ୟ ବିଜେପି ସରକାର କାହିଁକି ସାର୍ବଜନୀନ କରୁ ନାହିଁ ବୋଲିତ ମଧ୍ୟ ରାହୁଲ ପ୍ରଶ୍ନ କରିଛନ୍ତି।

Advertisment

ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଯେଉଁଠି କି ଯାଉଛନ୍ତି ଓବିସି କଥା କହୁଛନ୍ତି। କଂଗ୍ରେସ କ୍ଷମତାରେ ଥିବା ବେଳେ ଜାତି ଭିତ୍ତିକ ଜନଗଣନା କରିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଏହି ତଥ୍ୟକୁ ଲୁଚାଇବାକୁ ଚାହୁଁଛନ୍ତି। ଯେତେବେଳେ ମୁଁ ଏବିଷୟରେ କହିବା ଆରମ୍ଭ କରୁଛି, ସଂସଦରେ କ୍ୟାମେରା ମୋ ଠାରୁ ଦୂରକୁ ଚାଲି ଯାଉଛି।”

କଂଗ୍ରେସ ନେତା ରାହୁଲ ଆହୁରି ଅଭିଯୋଗ କରିଛନ୍ତି ଯେ ସରକାରଙ୍କୁ ସାଂସଦ କିମ୍ବା ବିଧାୟକମାନେ ଚଳାଉ ନାହାନ୍ତି। ସରକାର ସଚିବ ଓ କ୍ୟାବିନେଟ ସଚିବଙ୍କ ଦ୍ୱାରା ଚାଲିଛି।

Bjp Chhattisgarh Rahul Gandhi PM Modi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe