Advertisment

କଂଗ୍ରେସକୁ କହିଲା ଆପ୍‌- ନେଲେ ନିଅ ନ ହେଲେ ନାହିଁ

ଆମ୍‌ ଆଦମୀ ପାର୍ଟି କଂଗ୍ରେସକୁ ଦିଲ୍ଲୀରେ ଗୋଟିଏ ଲୋକସଭା ଆସନରେ ନିର୍ବାଚନ ଲଢ଼ିବା ପାଇଁ ଅଫର୍‌ ଦେଇଛି।

rahul-kharge-kejri

rahul-kharge-kejri

Advertisment

ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ବିରୋଧୀ ଇଣ୍ଡିଆ ମେଣ୍ଟ ଠାରୁ ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ସେତିକି ଦୂରେଇ ଯାଉଛନ୍ତି। ମମତା ବାନାର୍ଜୀ, ନୀତୀଶ କୁମାର ଏବଂ ଜୟନ୍ତ ଚୌଧୁରୀଙ୍କ ଝଟ୍‌କା ପରେ ଏବେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଆମ୍‌ ଆଦମୀ ପାର୍ଟି ଦିଲ୍ଲୀରେ ସିଟ୍‌ ସେୟାରିଂକୁ ନେଇ ଇଣ୍ଡିଆ ଆଲାଏନ୍ସ ପାଇଁ ଏକ ରେଡ୍‌ ଲାଇନ୍‌ ଟାଣିଛି।

Advertisment

ଦିଲ୍ଲୀ ଓ ପଞ୍ଜାବର ଶାସକ ଆମ୍‌ ଆଦମୀ ପାର୍ଟି କଂଗ୍ରେସକୁ ଦିଲ୍ଲୀରେ ଗୋଟିଏ ଲୋକସଭା ଆସନରେ ନିର୍ବାଚନ ଲଢ଼ିବା ପାଇଁ ଅଫର୍‌ ଦେଇଛି। ଏଥିସହ ନେଲେ ନିଅ ନହେଲେ ଛାଡି ଦିଅ ବୋଲି କଂଗ୍ରେସକୁ ରୋକ୍‌ ଠୋକ୍‌ ଶୁଣାଇ ଦେଇଛି ଆପ୍‌ ।

ଆମ୍‌ ଆଦ୍‌ମୀ ପାର୍ଟି ନେତା ସନ୍ଦୀପ ପାଠକ କହିଛନ୍ତି, 'ଆମେ କଂଗ୍ରେସକୁ ଗୋଟିଏ ସିଟ୍‌ ଦେବା ପାଇଁ ପ୍ରସ୍ତାବ ଦେଇଛୁ। ବାକି ଅନ୍ୟ ୬ଟି ଆସନରେ ଆପ୍‌ ଏକା ଲଢ଼ିବ। ଯଦି ଏହି ପ୍ରସ୍ତାବ ଉପରେ କଂଗ୍ରେସ ତରଫରୁ ଠିକ୍ ସମୟରେ ଉତ୍ତର ନ ମିଳେ, ତେବେ ଆମ୍ ଆଦମୀ ପାର୍ଟି ସମସ୍ତ ୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିବ।

Advertisment

ସେ ଆହୁରି କହିଛନ୍ତି, କଂଗ୍ରେସ ଦଳ ଦିଲ୍ଲୀର ଗୋଟିଏ ଆସନ ପାଇବାକୁ ଯୋଗ୍ୟ ନୁହେଁ, କିନ୍ତୁ 'ମେଣ୍ଟର ଧର୍ମ'କୁ ଧ୍ୟାନରେ ରଖି ଆମେ ସେମାନଙ୍କୁ ଦିଲ୍ଲୀରେ ଗୋଟିଏ ଆସନରେ ଲଢ଼ିବାକୁ ଅଫ୍‌ର କରିଛୁ। ସେମାନେ ଚାହିଁଲେ ଏହାକୁ ରଖିପାରିବେ ନହେଲେ ଛାଡି ପାରିବେ। ଦେଶର ସ୍ୱର୍ଥକୁ ଦୃଷ୍ଟିରେ ରଖି ଆମେ ବିଜେପିକୁ ପରାସ୍ତ କରିବାକୁ ଇଣ୍ଡିଆ ସହଯୋଗୀ ଦଳ ସହ ଏକାଠି ହୋଇଛୁ।

ମିଳିତ ମଞ୍ଚର ଉଦ୍ଦେଶ୍ୟ ଦେଶର ସ୍ୱାର୍ଥରେ। ତେଣୁ ଆପ୍‌ ମିଳିତ ମଞ୍ଚର ଏକ ଅଂଶ ହୋଇ ରହିବ। କିନ୍ତୁ ନିର୍ବାଚନ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ କଂଗ୍ରେସ ପକ୍ଷରୁ ବିଳମ୍ବ ହେଉଛି। ଦୁଇଥର କଂଗ୍ରେସ ସହିତ ବୈଠକ ହୋଇଛି। କିନ୍ତୁ କୌଣସି ସିଦ୍ଧାନ୍ତ ନିଆଯାଇ ନାହିଁ। ଏହା ପରେ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହୋଇନାହିଁ। ଆମେ ଏହାକୁ ଅପେକ୍ଷା କରିଛୁ।

ଆମକୁ କୁହାଯାଇଥିଲା କଂଗ୍ରେସର ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଯୋଗୁ ବିଳମ୍ବ ହେଉଛି, କିନ୍ତୁ ବୈଠକ କେବେ ହେବ ତାହା କଂଗ୍ରେସ ନେତାମାନେ ମଧ୍ୟ କହିପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ନିର୍ବାଚନ କିପରି ଜିତିବ ବୋଲି ପ୍ରଶ୍ନ ଉଠିଛି ବୋଲି ଆମ ଆଦମୀ ପାର୍ଟି କହିଛି।

ଉଲ୍ଲେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦିଲ୍ଲୀର ୭ଟି ଯାକ ସିଟ୍‌ରେ କ୍ଲିନ୍‌ ସୁଇପ୍‌ କରିଥିଲା। କଂଗ୍ରେସ ୨୨ ପ୍ରତିଶତରୁ ଅଧିକ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆପ୍‌ କଂଗ୍ରେସ ତୁଳନାରେ କମ୍ ଭୋଟ୍ ପାଇଥିଲା। ତେବେ, ୨୦୧୯ ପରଠାରୁ ପଞ୍ଜାବ ଭଳି ଦିଲ୍ଲୀରେ ମଧ୍ୟ ଆପ୍‌ ଭଲ ପ୍ରଦର୍ଶନ କରିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ଏବଂ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ​​ଦଳ ବିଜେପି ଏବଂ କଂଗ୍ରେସକୁ ପରାସ୍ତ କରିଛି। ଏହା ବ୍ୟତୀତ ପଞ୍ଜାବରେ କଂଗ୍ରେସ ସରକାରକୁ ମଧ୍ୟ ହଟାଇ ଦେଇଛି ଆପ୍‌।  

Congress Delhi AAP Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe