ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍କୁ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ବଡ଼ ବୟାନ । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପୂଜାରୀ କହିଛନ୍ତି, ନବଙ୍କୁ ଭେଦ କରିଥିବା ଗୁଳି ଏ ଯାଏଁ ମିଳିନି, ଏଥିରୁ ଜଣାପଡ଼ୁଛି ତଥ୍ୟ ସଂଗ୍ରହରେ କ୍ରାଇମବ୍ରାଞ୍ଚ ବିଫଳ ହୋଇଛି, ତଦନ୍ତ ଆରମ୍ଭରୁ ବାଟବଣା ହୋଇଛି, ଆଜି ପର୍ଯ୍ୟନ୍ତ ହତ୍ୟାର ଉଦ୍ଦେଶ୍ୟ ଜଣାପଡୁନି, ହତ୍ୟା କାଣ୍ଡ ସଂପର୍କରେ ଯାହା କୁହାଯାଇଛି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଶ୍ରୀ ପୂଜାରୀ କହିଛନ୍ତି।