Advertisment

'କିଏ ଯାଉ କି ନ ଯାଉ, ମୁଁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନିଶ୍ଚୟ ଯିବି'

ଯଦି ମୋର ରାମ ମନ୍ଦିର ଯିବାକୁ ନେଇ କାହାର କିଛି ଅସୁବିଧା ଥାଏ, ତେବେ ସେମାନଙ୍କର ଯାହା ଇଚ୍ଛା ତାହା କରିପାରିବେ ବୋଲି ଆପ୍ ସାଂସଦ ହରଭଜନ ସିଂହ କହିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
 Harbhajan Singh

Harbhajan Singh

'କିଏ ଯାଉ କି ନ ଯାଉ, ମୁଁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିଶ୍ଚୟ ଯିବି' କହିଛନ୍ତି ପୂର୍ବତନ କ୍ରିକେଟର ତଥା ଆପ୍ ସାଂସଦ ହରଭଜନ ସିଂହ। ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ବିରୋଧୀ ଦଳ ନେତାମାନେ ଏକାଠି ହୋଇଥିବା ବେଳେ ଆପ୍ ସାଂସଦ ହରଭଜନ ସିଂହ କିନ୍ତୁ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି। ସେ କହିଛନ୍ତି, "କାହାର ଯିବା ନ ଯିବାରେ ମୋର କୌଣସି ଫରକ ପଡୁନି 22 ଜାନୁଆରୀରେ ମୁଁ ନିଶ୍ଚୟ ଅଯୋଧ୍ୟା ଯିବି।"

Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହରଭଜନ ସିଂହ ଆହୁରି କହିଛନ୍ତି, "ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ କିଏ ଯିବାକୁ ଚାହୁଁଛି କିମ୍ବା ନଯାଉଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; କଂଗ୍ରେସ ଯିବାକୁ ଚାହୁଁଛି କି ନାହିଁ କିମ୍ବା ଅନ୍ୟ ଦଳର ନେତାମାନେ ଯାଆନ୍ତୁ କି ନ ଯାଆନ୍ତୁ, ମୁଁ ନିଶ୍ଚିତ ଯିବି। ଭଗବାନଙ୍କ ଉପରେ ବିଶ୍ୱାସ କରୁଥିବା ଜଣେ ବ୍ୟକ୍ତି ଭାବରେ ଏହା ମୋର ବ୍ୟକ୍ତିଗତ ବିଚାର। ଯଦି ମୋର ରାମ ମନ୍ଦିର ଯିବାକୁ ନେଇ କାହାର କିଛି ଅସୁବିଧା ଥାଏ, ତେବେ ସେମାନଙ୍କର ଯାହା ଇଚ୍ଛା ତାହା କରିପାରିବେ ବୋଲି ଆପ୍ ସାଂସଦ ହରଭଜନ ସିଂହ କହିଛନ୍ତି।"

ସେ ଆହୁରି କହିଛନ୍ତି ଯେ, ଆମର ପରମ ସୌଭାଗ୍ୟ ଯେ ଏପରି ଏକ ସମୟରେ ରାମ ମନ୍ଦିର ନିର୍ମାଣ କରାଯାଉଛି, ତେଣୁ ଆମେ ସମସ୍ତେ ମନ୍ଦିର ଯାଇ ଭଗବାନଙ୍କଠାରୁ ଆଶିର୍ବାଦ ଆଣିବା ଉଚିତ୍। ମୁଁ ନିଶ୍ଚିତ ରୂପେ ରାମ ମନ୍ଦିର ଉଦଘାଟନୀ ଉତ୍ସବରେ ପ୍ରଭୁଙ୍କର ଆଶିର୍ବାଦ ପାଇବାକୁ ଯାଉଛି।

Advertisment

ତାଙ୍କ ଦଳ(ଆପ୍) ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କିଛିଦିନ ତଳେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, "ମୋ ପାଖକୁ ବର୍ତ୍ତମାନ ସୁଦ୍ଧା ଆନୁଷ୍ଠାନିକ ନିମନ୍ତ୍ରଣ ପତ୍ର ଆସି ନାହିଁ। ମୁଁ 22ରେ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ମିସ୍ କରିପାରେ। କିନ୍ତୁ ଏହାପରେ ନିଶ୍ଚିତ ରୂପେ ପତ୍ନୀ ଓ ପିଲା ଏବି ପିତାମାତାଙ୍କ ସହ ମନ୍ଦିର ପରିଦର୍ଶରେ ଯିବି।" 

Ayodhya Ram Mandir Harbhajan Singh Ram Mandir Inauguration AAP MP Harbhajan Singh