Advertisment

ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା

ମାର୍ଚ୍ଚ ୨୯ ତାରିଖରେ  ବିଜେପିରୁ ଇସ୍ତଫା ଦେଇଥିଲେ ପ୍ରକାଶ।

ଅଦ୍ୟତନ ହୋଇଛି
Prakash Behera

Prakash Behera

Advertisment

ବିଜେଡିରେ ସାମିଲ ହେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ସେ ଆଜି ବିଜେଡିରେ ମିଶିଛନ୍ତି। ମାର୍ଚ୍ଚ ୨୯ ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ ପ୍ରକାଶ।

Advertisment

୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ପ୍ରକାଶ। ସେ ସେହି ବର୍ଷ ବିଜେପି ଟିକେଟରେ ସାଲେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ହାରି ଯାଇଥିଲେ। ୨୦୧୪ ମସିହାରେ ପ୍ରକାଶ ଏହି ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ। ପ୍ରକାଶ ଚନ୍ଦ୍ର ବେହେରା କଟକ ଜିଲ୍ଲା ବିଜେପି ସଭାପତି ଥିଲେ। 

କାହିଁକି ବିଜେପି ଛାଡ଼ିଥିଲେ ପ୍ରକାଶ ବେହେରା?

ବିଜେପି ଛାଡ଼ିବା ପ୍ରକାଶ କହିଥିଲେ, ଦଳରେ ମିଶିବା ପରେ ଓ କଟକ ଜିଲ୍ଲା ସଭାପତି ହେବା ପରେ ସଂଗଠନକୁ ମଜବୁତ କରିବା ପାଇଁ ମୁଁ ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲି। ଦଳକୁ ଆଗକୁ ନେବା ସହିତ ବିଶ୍ୱସ୍ତ ହୋଇ ରହିବା ପାଇଁ ଚେଷ୍ଟା କରିଥିଲି। କିନ୍ତୁ ମୁଁ ଦଳ ସହ ଆଡଜଷ୍ଟ୍ କରି ପାରିଲିନି। ଏଥିପାଇଁ ମୁଁ ଅସନ୍ତୁଷ୍ଟ ଥିଲି। ଏ ନେଇ ମୁଁ ଦଳରେ ଦାୟିତ୍ୱରେ ଥିବା ନେତାମାନଙ୍କ ସହିତ ଆଲୋଚନା କରିଥିଲି। ମୁଁ ଚାହୁଁଥିଲି ଯେଉଁମାନେ ସଂଗଠନ ଦାୟିତ୍ୱରେ ଅଛନ୍ତି, ସେମାନଙ୍କୁ ଉପଯୁକ୍ତ ପ୍ରାଧାନ୍ୟ ଦିଆଯିବା ଦରକାର। ଯେଉଁଭଳି ଢଙ୍ଗରେ ମୁଁ ସଂଗଠନକୁ ଆଗକୁ ନେବାକୁ ଚାହୁଁଥିଲି, ତାହା ହୋଇପାରିଲା ନାହିଁ। ଯେଉଁ ସ୍ତରକୁ ମୁଁ ସଂଗଠନକୁ ନେବାକୁ ଚାହୁଁଥିଲି, ତାହା କରିପାରିଲି ନାହିଁ। ସେଥିପାଇଁ ମୁଁ ନିଜକୁ ଦାୟୀ କରିଥିଲି। ତେଣୁ ବହୁ ଚିନ୍ତା କରିବା ପରେ ମୁଁ ଦଳ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲି।

Advertisment

ସେଅ ଆହୁରି କହିଥିଲେ- ମୁଁ ଦଳୀୟ ନେତୃତ୍ୱ ବିରୋଧରେ କହିବି ନାହିଁ। ଟିକେଟ୍ ପାଇବା ନେଇ କୌଣସି ସମସ୍ୟା ନଥିଲା। ମୋତେ ଏଥର ଦଳ ତରଫରୁ ଟିକେଟ ମିଳି ନଥା’ନ୍ତା ବୋଲି ଯେଉଁ ଆଲୋଚନା ହେଉଛି, ସେଥିରେ ସତ୍ୟତା ନାହିଁ। ଦଳ ସହିତ ମୋର ବିଚାରଗତ ସମସ୍ୟା ରହିଲା। ମୁଁ ଦଳରେ ନିଜକୁ ଆଡଜଷ୍ଟ କରିପାରିଲି ନାହିଁ। ଦଳ ଭିତରେ କେତେ ଜଣଙ୍କ ସହିତ ମୋର ବୁଝାମଣା ଠିକ୍ ରହିଲା ନାହିଁ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe