Advertisment

ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲା; ମହୁଆଙ୍କୁ ବହିଷ୍କାର କରିବାକୁ ସୁପାରିସ୍

ସଦସ୍ୟତା ପଦ ରଦ୍ଦ କରିବାକୁ ଲୋକସଭା ଏଥିକ୍ସ କମିଟି ପକ୍ଷରୁ ସୁପାରିସ୍ କରାଯାଇଛି।

ଅଦ୍ୟତନ ହୋଇଛି
Mahua Moitra

Mahua Moitra

Advertisment

ବଢୁଛି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ଅଡୁଆ। ସାଂସଦଙ୍କ ଲୋକସଭାରୁ ବହିଷ୍କାର କରିବାକୁ ଏଥିକ୍ସ କମିଟି ସୁପାରିସ୍ କରିଛି।ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା ଅଭିଯୋଗର ଯାଞ୍ଚ କରୁଥିବା ଏଥିକ୍ସ କମିଟି ଏହି ସୁପାରିସ୍ କରିଛନ୍ତି।

Advertisment

କମିଟି ପାଞ୍ଚ ଶହ ପୃଷ୍ଠାର ଏକ ରିପୋର୍ଟ କରି କହିଛନ୍ତି ଯେ, ଆଗକୁ ମହୁଆ ସାଂସଦ ଭାବେ ରହିବା ଉଚିତ ନୁହେଁ ଏବଂ ତାଙ୍କୁ ସଂସଦ ପଦରୁ ବହିଷ୍କାର କରାଯିବା ଉଚିତ୍। ମହୁଆଙ୍କ କାର୍ଯ୍ୟକଳାପକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ଏବଂ ଅପରାଧୀକ ଦର୍ଶାଇ ତାଙ୍କୁ କଠୋର ଦଣ୍ଡ ଦେବାକୁ ଏଥିକ୍ସ କମିଟି ସୁପାରିସ୍ କରିଛନ୍ତି।

କମିଟି ମଧ୍ୟ ଏହି ମାମଲାରେ ତୁରନ୍ତ ଆଇନଗତ ଅନୁସନ୍ଧାନ କରିବାକୁ ପରାମର୍ଶ ଦେଇଛନ୍ତି। କମିଟି କହିଛି ଯେ, ମହୁଆ ମୋଇତ୍ର "ଅନଧିକୃତ ବ୍ୟକ୍ତିଙ୍କ" ସହିତ ୟୁଜର୍ ଆଇଡି ଶେଆର୍ କରିଛନ୍ତି, ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ଟଙ୍କା ଏବଂ ସୁବିଧା ନେଇଛନ୍ତି। ଏହା ଗୁରୁତର ଅପରାଧ, ଏଥିପାଇଁ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ଏଥିକ୍ସ କମିଟି। 

Advertisment

ସୂଚନା ଅନୁସାରେ, ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ଲାଞ୍ଚ ନେଇଥିବା ଅଭିଯୋଗ କରାଯାଇଥିଲା। ଏଥିପାଇଁ ସେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ସହାଯ୍ୟ ନେଉଥିଲେ। ମହୁଆ ନିଜର ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଏବଂ ପାସୱାର୍ଡକୁ ହୀରାନନ୍ଦାନୀଙ୍କୁ ଦେବା ସହ ତାଙ୍କଠାରୁ ନଗତ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ପାଇଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ଏଥିକ୍ସ କମିଟି ମହୁଆଙ୍କୁ ଜେରା ପାଇଁ ନୋଟିସ୍ ପଠାଥିଲା। ଜେରା ସମୟରେ ହଙ୍ଗାମା କରି ସେଠାରୁ ପଳାଇ ଆସିଥିଲେ ମହୁଆ। ଗତକାଲି ଦୁର୍ନୀତି ନିବାରଣ ପ୍ୟାନେଲ ଏହି ମାମଲାରେ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବର୍ତ୍ତମାନ ଏଥିକ୍ସ କମିଟି ସଦସ୍ୟତା ପଦ ରଦ୍ଦ ପାଇଁ ସୁପାରିସ୍ କରିଛନ୍ତି। ତେବେ ଆଗକୁ ମହୁଆଙ୍କ ବିବାଦ କେଉଁ ମୋଡ ନେଉଛି ତା' ଉପରେ ସମସ୍ତଙ୍କ ନଜର। 

Lok Sabha Mahua Moitra Parliamentary Ethics Panel Cash-for-query
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe