ଆଜି 5T ସଚିବ ସମ୍ବଲପୁର ଜିଲ୍ଲାକୁ ଗସ୍ତରେ ଆସୁଥିବା ବେଳେ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ବିରୋଧ । ଦଳ ପକ୍ଷରୁ ସହରର ଲକ୍ଷ୍ମୀ ଟକିଜ ଛକ ନିକଟରେ, ଦଳୀୟ କର୍ମୀ ମାନେ କଳା ଗଞ୍ଜି ଓ କଳା ରଙ୍ଗର ଚୁନି ପରିଧାନ କରି ଧାରଣା ଦେଇଛନ୍ତି। ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ଵରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀ ମାନେ 5T ସଚିବ ବିରୋଧୀ ସ୍ଳୋଗାନ ଦେଇଛନ୍ତି।