Advertisment

'ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ, ଲୋକଙ୍କ ବିଶ୍ୱାସ ବଢିବ'

"ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ସିଷ୍ଟମ ଉପରେ ଲୋକଙ୍କ ବିଶ୍ୱାସ ବଢିବ, ରାଜନୀତିରେ ସ୍ୱଚ୍ଛତା ଆସିବ।"

author-image
Debibandita Barick
ଅଦ୍ୟତନ ହୋଇଛି
undefined

PM Modi

ଭୋଟ୍ ପାଇଁ ଲାଞ୍ଚ କାରବାର ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ସିଷ୍ଟମ ଉପରେ ଲୋକଙ୍କ ବିଶ୍ୱାସ ବଢିବ, ରାଜନୀତିରେ ସ୍ୱଚ୍ଛତା ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ଆଜି ସୁପ୍ରିମକୋର୍ଟ ଭୋଟ୍ ପାଇଁ ଲାଞ୍ଚ କାରବାର ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ଯେଉଁଥିରେ ଅଦାଲତ କହିଥିଲେ, ଭୋଟ୍ ପାଇଁ ଲାଞ୍ଚ କାରବାର କରିଥିବା ସାଂସଦ କିମ୍ବା ବିଧାୟକଙ୍କ ପାଇଁ କୌଣସି ପ୍ରକାର ଆଇନଗତ ସୁରକ୍ଷା ନାହିଁ। ପୂର୍ବରୁ ୧୯୯୮ରେ ଦିଆଯାଇଥିବା ରାୟକୁ ରଦ୍ଦ କରାଯାଉଛି। 

୧୯୯୮ରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଦେଇଥିବା ରାୟ ଅନୁସାରେ, ଯଦି ନିର୍ବାଚନ ସମୟରେ କୌଣସି ବିଧାୟକ କିମ୍ବା ସାଂସଦ ଲାଞ୍ଚ କାରବାର କରିଛନ୍ତି, ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ। ଅଦାଲତଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ଗତ ବର୍ଷ ଅକ୍ଟୋବର ୫ରେ ଅଦାଲତ ଏ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ, ଯାହାକୁ ଆଜି ପ୍ରକାଶ କରିଛନ୍ତି। 

Advertisment

କୋର୍ଟଙ୍କ ଏପରି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି। ସେ ଏକ୍ସ ପୋଷ୍ଟରେ କହିଛନ୍ତି, "ସ୍ୱାଗତମ୍। ସୁପ୍ରିମକୋର୍ଟଙ୍କ ଏକ ମହତ୍ୱପୂର୍ଣ୍ଣ ବିଚାର, ଯାହା ସ୍ୱଚ୍ଛ ରାଜନୀତିକୁ ସୁନିଶ୍ଚିତ କରିବ ଏବଂ ସିଷ୍ଟମ ଉପରେ ଲୋକଙ୍କ ବିଶ୍ୱାସକୁ ଆହୁରି ଗଭୀର କରିବ।"

PM Modi Supreme Court MPs Vote For Bribe