Advertisment

ବିଜେପିକୁ କଡ଼ା ଚ୍ୟାଲେଞ୍ଜ ଦେଲେ ମମତା

ବିଜେପିର ୪୦୦ ପାର୍‌ ନାରାକୁ ନେଇ ସେ ଉପହାସ କରିଛନ୍ତି। ଏଥିସହ ସେ ୨୦୦ ଆସନରେ ଜିତି ଦେଖାଇବାକୁ ସେ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

author-image
Madhupriya Mistry
Mamata Banarjee

Mamata Banarjee

ପାଖେଇ ଆସିଲାଣି ଲୋକସଭା ନର୍ବାଚନ। ଏଥିପାଇଁ ଜୋରସୋର୍‌ରେ ଲାଗି ପଡିଛନ୍ତି ସମସ୍ତ ରାଜନୈତିକ ଦଳ। ଏହାର ଭିତରେ ଆରୋପ ପ୍ରତ୍ୟେରୋପ ମଧ୍ୟ ଆରମ୍ଭ ହୋଇସାରିଛି। ଏହିକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଦେଇଛି ଖୋଲା ଚ୍ୟାଲେଞ୍ଜ। ବିଜେପିର ୪୦୦ ପାର୍‌ ନାରାକୁ ନେଇ ସେ କରିଛନ୍ତି ଉପହାସ।

Advertisment

ରବିବାର ଏକ ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି, ‘ବିଜେପି ୪୦୦ରୁ ଅଧିକ ଆସନରେ ଜିତିବ ବୋଲି ଦାବି କରୁଛି। ମୁଁ ସେମାନଙ୍କୁ ପ୍ରଥମେ ୨୦୦ଆସନରେ ବିଜୟୀ ହୋଇ ଦେଖାଇବାକୁ ଚ୍ୟାଲେଞ୍ଜ କରୁଛି। ୨୦୨୧ ବିଧାନସଭା ନିର୍ବାଚନରେ ସେମାନେ ୨୦୦ରୁ ଅଧିକ ଆସନରେ ଜିତିବା ନେଇ ଆହ୍ୱାନ ଦେଇଥିଲା କିନ୍ତୁ ତାଙ୍କୁ ୭୭ରେ ସନ୍ତୁଷ୍ଟ ହେବାକୁ ପଡିଥିଲା।'

ଏଥିସହ ମମତା ନାଗରିକ ସଂଶୋଧନ ଆଇନ୍‌ ତଥା ସିଏଏକୁ ନେଇ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି। ରାଜ୍ୟରେ ସିଏଏକୁ କାର୍ଯ୍ୟକାରୀ କରିବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି। ସିଏଏ ପାଇଁ ଆବେଦନ ନକରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି। ସିଏଏ ପାଇଁ ଆବେଦନ କରୁଥିବା ବ୍ୟକ୍ତି ବିଦେଶୀ ବନି ଯାନ୍ତି ବୋଲି ସେ ଲୋକଙ୍କୁ ଚେତାଇଛନ୍ତି। ଏଥିପାଇଁ ଆବେଦନ ନକରିବାକୁ ସେ ଅନୁରୋଧ କରିଛନ୍ତି।

Advertisment

ଆଇନଗତ ନାଗରିକମାନଙ୍କୁ ବିଦେଶୀରେ ପରିଣତ କରିବା ପାଇଁ ସିଏଏ ହେଉଛି ଏକ ଜାଲ। ଆମେ ପଶ୍ଚିମବଙ୍ଗରେ ସିଏଏ କିମ୍ବା ଏନଆରସିକୁ ଅନୁମତି ଦେବୁ ନାହିଁ ବୋଲି ତୃଣମୂଳ କଂଗ୍ରେସ ସୁପ୍ରିମୋ କହିଛନ୍ତି।

Bjp Mamata Banerjee TMC CAA Loksabha Election 2024