Advertisment

ନାମାଙ୍କନ ଦାଖଲ ପୂର୍ବରୁ କନଫ୍ୟୁଜ କଲେ ବସୁନ୍ଧରା, କହିଲେ - ମୋର ଅବସର ସମୟ ଆସିଗଲାଣି

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଆଜି ଝାଲାୱାଡ ବିଧାନସଭା କ୍ଷେତ୍ର ପାଇଁ ନିଜ ନାମାଙ୍କନ ଦାଖଲ କରିବେ। ଏହା ପୂର୍ବ ଦିନ ଗତକାଲି ରାଜେ ଝାଲାୱାଡାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରୁଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
vasundhara raje

vasundhara raje

‘ଆପଣମାନେ ମୋ’ ପୁଅକୁ ବହୁତ ଭଲ  ସ୍ନେହ, ଭଲ ପାଇବା ଓ ପ୍ରଶିକ୍ଷଣ ଦେଇଛନ୍ତି। ତା’ ପାଇଁ ମୋତେ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ପୁଅର ଭାଷଣ ଶୁଣି ଭାବୁଛି ମୋର ଅବସର ନେବାର ସମୟ ଆସିଗଲାଣି।’  ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ସୂଚନା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ।

Advertisment

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଆଜି ଝାଲାୱାଡ ବିଧାନସଭା କ୍ଷେତ୍ର ପାଇଁ ନିଜ ନାମାଙ୍କନ ଦାଖଲ କରିବେ। ଏହା ପୂର୍ବ ଦିନ ଗତକାଲି ରାଜେ ଝାଲାୱାଡାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରୁଥିଲେ। ଉକ୍ତ ରାଲିରେ ତାଙ୍କ ପୁଅ ତଥା  ଝାଲାୱାଡ ସାଂସଦ ଦୁଷ୍ମନ୍ତ ସିଂ ବି ଉପସ୍ଥିତ ଥିଲେ।

ନିଜ ପୁଅଙ୍କ ଭାଷଣ ଶୁଣିବା ପରେ ରାଜେ ରାଲିକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ପୁଅ ଭାଷଣରେ ବେଶ୍‌ ଖୁସି ହୋଇ ଯାଇଥିବା ରାଜେ ନିଜ ଅବସର ନେବାର ସମୟ ଆସିଗଲାଣି ବୋଲି ବି କହିବାକୁ ପଛାଇଲେ ନାହିଁ।

Advertisment

ଏଥିସହ ସେ କହିଥିଲେ, ସମସ୍ତ ବିଧାୟକ ସ୍ୱଇଚ୍ଛାରେ ଲୋକଙ୍କ ପାଇଁ କାମ କରୁଛନ୍ତି। ସେମାନଙ୍କ ଉପରେ ନଜର ରଖିବା କିଛି ଆବଶ୍ୟକ ନାହିଁ।୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ହେବ । ଏଥିନିମନ୍ତେ ବିଭିନ୍ନ ରାଜନୈତିକ ଦଳ ନିଜ ପ୍ରଚାର କାର୍ଯ୍ୟ ଜୋରସୋରରେ ଆରମ୍ଭ କରି ଦେଲେଣି।

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଆଜି ଝାଲାୱାଡ ବିଧାନସଭା କ୍ଷେତ୍ର ପାଇଁ ନିଜ ନାମାଙ୍କନ ଦାଖଲ କରିବେ। ଏହା ପୂର୍ବ ଦିନ ସେ ନିଜ ଅବସର ସମ୍ପର୍କରେ ସୂଚନା ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।  

୫ ଥର ସାଂସଦ ଓ ୪ ଥର ବିଧାୟକ ରହି ସାରିଥିବା ରାଜେଙ୍କ କାନ୍ଧରେ ଦାୟିତ୍ୱ ନ୍ୟସ୍ତ କରି ବିଜେପି ଏଥର ନିର୍ବାଚନୀ ବୈତଣରୀ ପାର ହେବାକୁ  ଯୋଜନା ପ୍ରସ୍ତୁତ କରିନି। ନିର୍ବାଚନ ପାଖେଇ ଆସି ସାରିଥିବା ବେଳେ ବିଜେପି ଏ ଯାବତ ନିଜ ମୁଖ୍ୟମନ୍ତ୍ରୀ ଚେହେରା ସମ୍ପର୍କରେ କିଛି ଖୁଲାସା କରିନି।  

Bjp Rajstan Politics